ସବୁ ବଦଳିଗଲା

Dillip Cherian

ଏକ ମେଣ୍ଟ ସରକାର ତାଙ୍କର ନିଜସ୍ବ ତଥା ସ୍ବତନ୍ତ୍ର ସଞ୍ଚାଳନ ପଦ୍ଧତି ସୃଷ୍ଟି କରିଥାଆନ୍ତିି, ଯାହା ଅମଲାତନ୍ତ୍ରକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ମହାରାଷ୍ଟ୍ରରେ ଏବେ ତିନିଦଳୀୟ ମେଣ୍ଟ ସରକାରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସୀତାରାମ କୁନ୍ତେଙ୍କ ନାମ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଘୋଷଣା କରାଯାଇଛି। ସୂତ୍ରରୁ ପ୍ରକାଶ ଯେ, ପୂର୍ବରୁ ମହାରାଷ୍ଟ୍ରରେ ଭାଜପା ସରକାର କ୍ଷମତାରେ ଥିବାବେଳେ କୁନ୍ତେଙ୍କୁ ଅଣଦେଖା କରାଯାଇଥିଲା। ସେ ସମୟରେ କୁନ୍ତେ ବୃହତ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)ର କମିଶନ ଦାୟିତ୍ୱରେ ରହିଥିଲେ। କିନ୍ତୁ ଶିବସେନା ନେତୃତ୍ୱରେ ଗଠିତ ମେଣ୍ଟ ସରକାରରେ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରିତ୍ୱରେ ତାଙ୍କ ଭାଗ୍ୟ ବଦଳିଗଲା। ତେବେ ମୁଖ୍ୟମନ୍ତ୍ରୀ ଏବଂ ମେଣ୍ଟରେ ଥିତ୍ବା କଂଗ୍ରେସ ଦଳ କୁନ୍ତେଙ୍କ ନିଯୁକ୍ତି ପାଇଁ ଆଗ୍ରହୀ ଥିବାବେଳେ ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ବାର ପ୍ରଥମରୁ ଇଚ୍ଛୁକ ନ ଥିବା ଜଣାପଡିଥିଲା। ମୁଖ୍ୟ ଶାସନ ସଚିବ ପଦ ଲାଗି କୁନ୍ତେଙ୍କ ବ୍ୟାଚ୍‌ର୍‌ ଆଇଏଏସ୍‌ ଅଧିକାରୀ ପ୍ରବୀଣ ପ୍ରଦେଶ ଏହି ପଦବୀ ଦୌଡ଼ରେ ମଧ୍ୟ ରହିଥିତ୍ଲେ। କିନ୍ତୁ କାହାଣୀ ଭିନ୍ନ ମୋଡ଼ ନେଲା, ସବୁ କିଛି ବଦଳିଗଲା ଏବଂ ତାଙ୍କ ପାଇଁ ରହିଥିବା ସୁଯୋଗର ଅନ୍ତ ଘଟାଇ କୁନ୍ତେ ଏହି ଶୀର୍ଷ ପଦ ହାସଲ କରିବାକୁ ସକ୍ଷମ ହେଲେ। ସୁଖ୍ୟ ଶାସନ ସଚିବ ସଞ୍ଜୟ କୁମାରଙ୍କ ପରେ ପ୍ରବୀଣ ଏହି ପଦରେ ନିଯୁକ୍ତି ପାଇବେ ବୋଲି ଅଧିକ ଆଶା କରାଯାଉଥିଲା। ଏପରି କି ପ୍ରଦେଶ ନୂତନ ମୁଖ୍ୟ ଶାସନ ସଚିବ ହେବା ଆଶାରେ ଜାତିସଂଘରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ରାଜ୍ୟ ଗୃହ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ଥିବା କୁନ୍ତେଙ୍କୁ ପଦୋନ୍ନତି ଦେବା ପରେ ତାଙ୍କ ଜାଗାରେ ୧୯୮୬ ବ୍ୟାଚ୍‌ ଆଇଏଏସ ଅଧିକାରୀ ଏମ.କେ. ଶ୍ରୀବାସ୍ତବଙ୍କୁ ନିଯୁକ୍ତି ଦିଆଯାଇଛି।
ସୋସିଆଲ ମିଡ଼ିଆ କଟକଣା
ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍‌.ରବିଙ୍କ କମିଶନର ତଥା ସଚିବ ଟି.ଏମ୍‌ ୟନ୍ଥନ ରାଜ୍ୟ ମୁଖ୍ୟ ଶାସନ ସଚିବ ଜେ.ଆଲାମ୍‌ଙ୍କୁ ଏକ ଚିଠି ଜାରି କରିଛନ୍ତି। ଏଥିରେ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ସରକାରୀ ଅଧିକାରୀମାନେ ସୋସିଆଲ ମିଡ଼ିଆରେ ଦେଶଦ୍ରୋହାମତ୍କ କିମ୍ବା କ୍ଷତିକାରକ ବିଷୟ ପୋଷ୍ଟ କରିବେ, ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣାପଡିଛି ଯେ, କେତେ ଜଣ ସରକାରୀ ଅଧିକାରୀ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବିରୋଧ କରି କିଛି ଦେଶଦ୍ରୋହାମତ୍କ ତଥା କ୍ଷିତକାରକ ଲେଖା ସୋସିଆଲ ମିଡ଼ିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ୍‌ କରିବା ପରେ ଏହା ରାଜ୍ୟପାଳଙ୍କ ଅଫିସର ନଜରକୁ ଆସିଥିଲା। ୟନ୍ଥନଙ୍କ ଚିଠିର ଏକ ନକଲ ବି କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲାଙ୍କ ନିକଟକୁ ପଠାଯାଇଛି। ଏଥିରୁ ବୁଝାପଡୁଛି କି ଏହି ପଦକ୍ଷେପକୁ ନେଇ ରାଜ୍ୟପାଳ ଓ କେନ୍ଦ୍ର ମଧ୍ୟରେ ସର୍ମ୍ପକ ରହିଛି। ଏପରି କି ଦେଶଦ୍ରୋହାମତ୍କ ବିଷୟ ପୋଷ୍ଟ କରୁଥିତ୍ବା ସରକାରୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କୁ ଦିଲ୍ଲୀରୁ ନିର୍ଦ୍ଦେଶ ଦିଆଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଦ୍ୱିତୀୟ ଚଠି ଯାହା ରାଜ୍ୟପାଳ ରାଜ୍ୟ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇଛି। ସରକାରଙ୍କ ବିରୋଧରେ କାର୍ଯ୍ୟ କରୁଥିତ୍ବା ସଂସ୍ଥାଗୁଡ଼ିକ ସହ ଜଡିତ ରାଜ୍ୟ ସରକାରୀ କର୍ମଚାରମାନଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନଙ୍କର ଏକ ତଥ୍ୟ ସମ୍ବିଳିତ ତାଲିକା ପ୍ରସ୍ତୁତ କରିବା ଲାଗି ଗତ ବର୍ଷ ମଧ୍ୟ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷଜ୍ଞମାନେ ମନେକରୁଛନ୍ତି, ରବି କେବଳ ସରକାରୀ କର୍ମଚାରୀମାନଙ୍କ ପାଇଁ ରହିଥିବା ଆଚରଣ ନିୟମକୁ ଦୋହରାଇଛନ୍ତି। ଲୋକମାନେ ଏଥିରୁ ଅଧିକ କିଛି ଅର୍ଥ ବାହାର କରିବା ଉଚିତ ନୁହେଁ।
କାର୍ଯ୍ୟକାଳ ବିବାଦ
ହରିୟାଣାରେ ପୋଲିିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ ଅଧିକାରୀମାନଙ୍କ ନିଯୁକ୍ତି ଉପରେ କାହାର ଅଧିକାର ରହିଛି? ଏବେ ଏହାକୁ ନେଇ ହରୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଏବଂ ତାଙ୍କ ଗୃହମନ୍ତ୍ରୀ ଅନିଲ ଭିଜ୍‌ଙ୍କ ମଧ୍ୟରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏମାନଙ୍କ ବିବାଦର କେନ୍ଦ୍ରରେ ରହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ମନୋଜ ଯାଦବ। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଯାଦବ ନିଯୁକ୍ତି ପାଇଁ ଖଟ୍ଟାରଙ୍କ ଦ୍ୱାରା ମନୋନୀତ ହୋଇଥିବା ଜଣାପଡିଛି। ତେବେ ଯାଦବଙ୍କ କାର୍ଯ୍ୟକାଳ ୪ ବର୍ଷରୁ ଅଧିକ ଥିବାରୁ ଭିଜ୍‌ ଡିଜିପି ପରିବର୍ତ୍ତନ କରିବାକୁ ଚାହିଁଛନ୍ତି। ମନ୍ତ୍ରୀ ଗୃହ ବିିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଆରୋରାଙ୍କୁ ପରବର୍ତ୍ତୀ ଡିଜିପିଙ୍କ ଉପରେ ବିଚାର କରିବା ଲାଗି ଅଧିକାରୀମାନଙ୍କର ଏକ ନିଯୁକ୍ତି ତାଲିକା ୟୁପିଏସ୍‌ସିକୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଡିଜିପିଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ଥରେ ଶେଷ ହୋଇଗଲେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା କିମ୍ବା ତାଙ୍କୁ ପରିବର୍ତ୍ତନ କରିବାର ବିକଳ୍ପ ରାଜ୍ୟ ସରକାରଙ୍କ ପାଖରେ ରହିଛି। ଉକ୍ତ ଘଟଣାରେ ସରକାର ଯାଦବଙ୍କ କାର୍ଯ୍ୟକାଳ ଆଗକୁ ଅର୍ଡର ନ ହେବା ପର୍ଯ୍ୟନ୍ତ ଫେବୃୟାରୀ ଆଗ ଯାଏ ବୃଦ୍ଧି କରିଛନ୍ତି। ଏଥିରୁ ଜଣାପଡୁଛି ଯାଦବଙ୍କୁ ପରିବର୍ତ୍ତନ କରିବାକୁ ଖଟ୍ଟାର ଚାହଁୁନାହାନ୍ତି। ଯାଦବ ତାଙ୍କ ସ୍ଥାୟୀ କ୍ୟାଡରକୁ ଫେରିବା ପୂର୍ବରୁ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ୧୫ ବର୍ଷ କାର୍ଯ୍ୟ କରିଛନ୍ତି। କିନ୍ତୁ ଭିଜ୍‌ ତାଙ୍କ ସ୍ଥିତିର ଅଟଳ ରହୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri