ସବୁ ଖୁସି ଖୁସିରେ

ନିକଟରେ ପ୍ରକାଶିତ ଜାତିସଂଘର ବିଶ୍ୱ ଖୁସି ରିପୋର୍ଟରେ ମୋଟ୍‌ ୧୪୬ ଦେଶ ମଧ୍ୟରୁ ଭାରତକୁ ୧୩୬ତମ ସ୍ଥାନ କାହିଁକି ମିଳିଛି ବୁଝିବା କଷ୍ଟକର। ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ ବୋଲି କହୁନାହୁଁ, କିନ୍ତୁ ବୃଦ୍ଧିପାଇଥିବା ଇନ୍ଧନ ଓ ରନ୍ଧନ ଗ୍ୟାସ୍‌ ଦରକୁ ଯେଉଁଭଳି ଭାବରେ ନାଗରିକମାନେ ସ୍ବାଗତ କରିଛନ୍ତି ସେଥିରୁ ମନେହେଉଛି ଖୁସିର ମାତାପିତା ଏହି ଭାରତରେ ଅଛନ୍ତି। ସବୁ ବାଧାବିଘ୍ନ ସତ୍ତ୍ୱେ ଭାରତୀୟ ଜନସାଧାରଣଙ୍କ ସନ୍ତୁଷ୍ଟି ସ୍ତରକୁ ସ୍ବୀକାର କରିବାକୁ ହେବ। ଏଥିସହିତ ଏଭଳି ମଧ୍ୟ ଅନୁଭବ ହେଉଛି ଯେ, ଭାରତୀୟମାନେ ଧନୀ ହୋଇଗଲେଣି। ସରକାରଙ୍କ ନିୟନ୍ତ୍ରଣାଧୀନ ଯେତେସବୁ ସାମଗ୍ରୀ ରହିଛି ତାହାର ଅତ୍ୟଧିକ ମୂଲ୍ୟବୃଦ୍ଧି ହେବା ସହିତ ବିଭିନ୍ନ ଟିକସର ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସେହି ସମୟରେ ଇପିଏଫ୍‌ ଭଳି ସଞ୍ଚୟ ବ୍ୟବସ୍ଥାରେ ସୁଧହାର ହ୍ରାସ କରାଯାଉଛି। ଅର୍ଥାତ୍‌ ଦୁଇ ଗାଲରେ ଚାପୁଡ଼ା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ୧୧ ତାରିଖରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୧୪୦ ଡଲାର ପାଖାପାଖି ଛୁଇଁଥିଲା। ଯେତେବେଳେ ଅଶୋଧିତ ତୈଳଦର ଅନ୍ତର୍ଜାତୀୟ ବଜାରରେ କମ୍‌ ଥିଲା ସେତେବେଳେ ସପ୍ତାହକୁ ୭ ଥର ଭାରତର ତୈଳ ବଜାରରେ ଦରବୃଦ୍ଧି କରାଯାଉଥିଲା। ଇତିମଧ୍ୟରେ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆସିଲା। ସେହି ସମୟରେ, ସରକାର ଏକାଥରରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ ଆହୁରି ଖୁସି କରାଇଦେଇଥିଲେ। ସେହିଭଳି ଖୁସି ଖୁସିରେ ଲୋକେ ଭୋଟ ଦେଇଦେଲେ। ଏବେ ସେହି ଖୁସି ଫଳରେ, ହଠାତ୍‌, ଅତ୍ୟଧିକ ଦର ବୃଦ୍ଧି କରିଦିଆଯାଇଛି (୨୨ ମାର୍ଚ୍ଚ ୨୦୨୨ରେ ପେଟ୍ରୋଲ ଲିଟର ପିଛା ୮୫ ପଇସା, ଡିଜେଲ ୮୬ ପଇସା ବଢ଼ିଥିବା ବେଳେ ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି); ଯାହାକୁ ସ୍ବାଗତ କଲାଭଳି ଭାରତୀୟମାନେ ନୀରବ ରହି ଖୁସି ହେଉଛନ୍ତି।
ଓଡ଼ିଆରେ ଢଗ ଅଛି-‘ଚାଖଣ୍ଡେ ପେଟ ପାଇଁ ସବୁ ନାଟ’। ଭାରତରେ ଅର୍ଥନୈତିକ ବିଷୟକୁ ନେଇ ଶାନ୍ତିପୂର୍ଣ୍ଣଠାରୁ ହିଂସାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଉଥିଲା। ସାଧାରଣ ନାଗରିକ ଏବଂ ବିଶେଷକରି ଆମର ପୂର୍ବ ପିଢ଼ି ଜାଣିଥିଲେ ଯେ ଦକ୍ଷ ସରକାରର ମୁଖ୍ୟ କର୍ତ୍ତବ୍ୟ ହେଲା ଅର୍ଥନୀତିକୁ ସମ୍ଭାଳିବା; ଯାହାଫଳରେ ଦରଦାମ୍‌ ନିୟନ୍ତ୍ରିତ ରହିବ ଏବଂ ସାଧାରଣ ଲୋକେ ଖୁସିରେ ରହିପାରିବେ। ଏବେ ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକଙ୍କୁ ଧାର୍ମିକ ଓ ରାଜନୈତିକ ଚିନ୍ତାଧାରାରେ ବୁଡ଼େଇ ରଖି ଖୁସିର ଲହର ବଣ୍ଟାଯାଉଛି। ମୁସଲମାନମାନେ ହିଜାବ ପିନ୍ଧି ଭାବୁଛନ୍ତି ଖୁସିରେ ରହିବେ। ହିନ୍ଦୁମାନେ ଭାବୁଛନ୍ତି ତାହାକୁ ବିରୋଧ କରି ଖୁସିରେ ରହିବେ। ୧୯ ବର୍ଷର ଉତ୍ତରାଖଣ୍ଡ ଯୁବକ ଦୌଡୁଥିବାର ଭିଡିଓ ଦେଖି ଦେଶର ଅନେକ ନାଗରିକ ସେଥିରେ ଖୁସି ହେଉଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ବିଫଳ ବୈଦେଶିକ ନୀତି, ଭାରତୀୟ ଟଙ୍କାର ଅବମୂଲ୍ୟାୟନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଭାରତୀୟ ନାଗରିକଙ୍କୁ ବ୍ୟସ୍ତ କରୁନାହିଁ। କେହି ଚିନ୍ତା କଲେ ତାଙ୍କୁ ଚିନ୍ତା କରିବାରୁ ନିବୃତ୍ତ ରହିବା ପାଇଁ ଉପଦେଶ ଦିଆଯାଉଛି। ବଡ଼ବଡ଼ିଆଙ୍କୁ ଆଣ୍ଠୁ ଭାଙ୍ଗି ମୁଣ୍ଡିଆ ମାରିବା ଚରିତ୍ରକୁ ଭାରତୀୟ ପରମ୍ପରା ଓ ନମ୍ରତାର ପ୍ରତୀକ ଭାବେ ଦର୍ଶାଯାଉଛି। ଏଥିରେ ଅନେକେ ଖୁସି ହେଉଛନ୍ତି। ଯେତେବେଳେ ଏତେସବୁ ଖୁସି ଚାରିଆଡ଼େ ଖେଳୁଛି, ସେତେବେଳେ ଦେଶ ନିଶ୍ଚିତ ଭାବେ ସୁଖ ସମୃଦ୍ଧିରେ ଭରପୂର। ଯେଉଁମାନେ ବୁଝିପାରୁ ନାହାନ୍ତି ତ୍ରୁଟି ସେମାନଙ୍କର। କାରଣ ଏହି ସମୟରେ ଇନ୍ଧନ ଓ ରନ୍ଧନ ଗ୍ୟାସ୍‌ ଭଳି ସାମଗ୍ରୀର ଦର ବୃଦ୍ଧି ଲୋକଙ୍କ ଉତ୍‌ଫୁଲ୍ଲତାରେ ବାଧା ଦେଉଥିବା ଭଳି ମନେ ହେଉନାହିଁ। ଆଗରୁ ଭାବୁଥିଲୁ ଭିଡ଼କୁ ନୁହେଁ। ଏବେ ଯେହେତୁ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରୁନାହାନ୍ତି, ସେଥିପାଇଁ ଭାବିବା କଥା ସମସ୍ତଙ୍କ ଭଳି ମସ୍‌ଗୁଲ ରହି ଦେବାଳିଆ ହେଲେ ହେବା ପଛେ, ଭିଡ଼ରେ ରହି ଖୁସିରେ ବଞ୍ଚିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri