Posted inଜାତୀୟ

ଜାମିନ ନିଷ୍ପତ୍ତିରେ ଦିନେ ବିଳମ୍ବ ବି ମୌଳିକ ଅଧିକାରକୁ ପ୍ରଭାବିତ କରେ

ଜାମିନ ଆବେଦନ କରିବା ବ୍ୟକ୍ତିଗତ ସ୍ବାଧୀନତା ଅଧିକାରର ଏକ ଅଂଶବିଶେଷ। ଅନୁରୂପ ଭାବେ ବ୍ୟକ୍ତିଗତ ସ୍ବାଧୀନତା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ରେ ସୁନିଶ୍ଚିତ କରାଯାଇଥିତ୍ବା ଜୀବନଧାରଣ ଅଧିକାରର ଏକ ଅଂଶ। ତେବେ ତଳ କୋର୍ଟଗୁଡ଼ିକରେ ଜାମିନ ପ୍ରଦାନରେ ନିଷ୍ପତ୍ତି ବେଳେ ଅହେତୁକ ବିଳମ୍ବ କରାଯାଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଫଳରେ ଅଭିଯୁକ୍ତମାନେ ଅକାରଣେ ଦୀର୍ଘଦିନ ଧରି ଜେଲ୍‌ରେ ଜୀବନ ବିତାଉଛନ୍ତି। ଏଭଳି ସ୍ଥିତିରେ ସୁପ୍ରିମ୍‌କୋର୍ଟ ୨୦୨୩ ଅଗଷ୍ଟରୁ ବିଚାରାଧୀନ ଥିବା ଏକ ମାମଲାର ଶୁକ୍ରବାର ଶୁଣାଣି କରି ଜାମିନ ଆବେଦନ ପ୍ରକ୍ରିୟା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ୍‌ ବି.ଆର. ଗଭାଇ ଏବଂ କେ.ଭି. ବିଶ୍ୱନାଥନ୍‌ଙ୍କ ଖଣ୍ଡପୀଠ ଜାମିନ ପ୍ରଦାନରେ ଅଭ୍ୟାସଗତ ବିଳମ୍ବକୁ ନାପସନ୍ଦ କରି କହିଛନ୍ତି, ଜାମିନ ପାଇବା ଅଭିଯୁକ୍ତଙ୍କ ମୌଳିକ ଅଧିକାର। ଏଥିରେ ଦିନଟିଏ ବି ବିଳମ୍ବ ହେଲେ ସମ୍ବିଧାନ ପ୍ରଦତ୍ତ ଏହି ଅଧିକାର କ୍ଷୁଣ୍ଣ ହେଉଛି।

ନୂଆଦିଲ୍ଲୀ,୧୦।୧୧(ପି.ଟି.): ଅଦାଲତଗୁଡ଼ିକ ଜାମିନ ଆବେଦନକୁ ବର୍ଷ ବର୍ଷ ଧରି ପକାଇ ରଖୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ଜାମିନ ଆବେଦନର ବିଚାର ଗୋଟିଏ ଦିନ ବିଳମ୍ବ ହେବା ଦ୍ୱାରା ନାଗରିକମାନଙ୍କ ମୌଳିକ ଅଧିକାର ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି। ବ୍ୟକ୍ତିଗତ ସ୍ବାଧୀନତାର ଗୁରୁତ୍ୱ ଉପରେ ସର୍ବୋଚ୍ଚ ଅଦାଲତ ପୁଣିଥରେ ଜୋର୍‌ ଦେଇଛନ୍ତି।
ଜଣେ ଆବେଦନକାରୀଙ୍କ ଜାମିନ ଆବେଦନ ଗତବର୍ଷ ଅଗଷ୍ଟରୁ ଆଲ୍ଲାହାବାଦ ହାଇକୋର୍ଟରେ ବିଚାର ଅପେକ୍ଷାରେ ପଡ଼ିରହିଥିବାବେଳେ ଏଥିରେ କୌଣସି ଅଗ୍ରଗତି ଘଟି ନ ଥିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବିନା ଜାମିନ ଆବେଦନକୁ ବାରମ୍ବାର ସ୍ଥଗିତ ରଖାଯାଉଥିବା ସେ ଅଭିଯୋଗ କରିଥିଲେ। ସର୍ବୋଚ୍ଚ ଅଦାଲତ ତାଙ୍କ ପିଟିଶନର ଶୁଣାଣି କରିବା ଅବସରରେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ହାଇକୋର୍ଟରେ ନଭେମ୍ବର ୧୧ରେ ଜାମିନ ଆବେଦନର ଶୁଣାଣି ହେବାକୁ ଥିବାରୁ ସେହିଦିନ ଏହାର ବିଚାର କରି ଯଥାସମ୍ଭବ ନିଷ୍ପତ୍ତି ନେବା ପାଇଁ ସମ୍ପୃକ୍ତ ବିଚାରପତିଙ୍କୁ ଖଣ୍ଡପୀଠ ଅନୁରୋଧ କରିଛନ୍ତି। ସେହିଦିନ ନିଷ୍ପତ୍ତି ନେବା ସମ୍ଭବ ନ ହେଲେ ୨ ସପ୍ତାହ ମଧ୍ୟରେ ରାୟ ପ୍ରଦାନ କରିବାକୁ ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri