ସ୍କୁଲ ଖୋଲିଲେ ବି ସପ୍ତାହଯାକ ହେବନି ପାଠପଢ଼ା

ଭୁବନେଶ୍ୱର,୨୭।୨(ବ୍ୟୁରୋ): କରୋନା ସଂକ୍ରମଣ କିମିଥିବା ବେଳେ ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲା । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ । ସପ୍ତାହ ସାରା କେବଳ ଆକ୍ଟିଭ କରାଯିବ, ପାଠ ପଢ଼ାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାନ୍ତି । ଏଥିପାଇଁ ସ୍ବତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ । ଦଶମ ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଷ୍ଟେଟ ହୋଲ୍‌ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଦୁଇ ବୋର୍ଡ଼ ରିପୋର୍ଟ ଆଧାରରେ ପରୀକ୍ଷା ନିଷ୍ପତ୍ତି ନିଆଯିବ।