ତିନିଥର ଅସ୍ତ୍ରୋପଚାର ପରେ ବି ଅସୁସ୍ଥ

ବଲାଙ୍ଗୀର ଅଫିସ, ୨୦।୪ – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ୍‌ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ ଯୁବକ କମଳ ବରିହା (୩୦) ଏବେ ସାଂଘାତିକ ଅସୁସ୍ଥତା ଦେଇ ଗତି କରୁଛନ୍ତି। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିବା କମଳଙ୍କ ପେଟରେ ତିନିଥର ଅସ୍ତ୍ରୋପଚାର ପରେ ମଧ୍ୟ ସୁସ୍ଥ ହୋଇ ନ ଥିବାରୁ ଏହି ଗରିବ ଆଦିବାସୀ ପରିବାର ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
ଗତ ୨୦୨୧ ଅକ୍ଟୋବର ମାସରେ କମଳ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜ୍ୱର ହେବା ସହ ପେଟ ଫୁଲି ଯାଇଥିଲା। ଏହାପରେ ସେ ଖପ୍ରାଖୋଲ ସିଏଚ୍‌ସି, ପାଟଣାଗଡ ଉପଖଣ୍ଡ ହସ୍ପିଟାଲ ଏବଂ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପର୍ଯ୍ୟାୟକ୍ରମେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ମଳଦ୍ୱାର ହଠାତ୍‌ ବନ୍ଦ ହୋଇଯାଇଥିବା ଜଣାପଡିଥିଲା। ତାଙ୍କୁ ଅସ୍ତ୍ରୋପଚାର ପାଇଁ ବୁର୍ଲା ଭିମସାର ପଠାଯାଇଥିଲା। ସେଠାରେ ଅକ୍ଟୋବର ୨୨ରେ ପ୍ରଥମ ଅସ୍ତ୍ରୋପଚାର କରାଯାଇଥିଲା। ଏହା ସଫଳ ନହେବାରୁ ୨୦୨୨ ଫେବୃୟାରୀ ୧୪ରେ ଦ୍ୱିତୀୟ ଥର ଅସ୍ତ୍ରୋପଚାର ହୋଇଥିଲା। ଏହା ମଧ୍ୟ ସଫଳ ନହେବାରୁ ପେବୃୟାରୀ ୧୬ରେ ତୃତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ମଳଦ୍ୱାରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ପେଟରେ ଏକ ବିକଳ୍ପ ପାଇପ୍‌ ଲଗାଯାଇଛି। ଏହାସତ୍ତ୍ୱେ କମଳ ସୁସ୍ଥ ହୋଇନାହାନ୍ତି। ଚତୁର୍ଥ ଥର ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏବେ ଏହି ପରିବାର ଘୋର ଆର୍ଥିକ ଓ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। କେଉଁ କାରଣରୁ କମଳଙ୍କ ୩ ଥର ଅସ୍ତ୍ରୋପଚାର ସତ୍ତ୍ୱେ ଅସୁସ୍ଥତା ଲାଗି ରହୁଛି ସେନେଇ ଏହି ଗରିବ ଆଦିବାସୀ ପରିବାରକୁ କିଛି କୁହାଯାଉନାହିଁ। କମଳ ଏବେ ଘରେ ଶଯ୍ୟାଶାୟୀ । ମେଧାବୀ ପୁଅ କମଳଙ୍କ ଏଭଳି ଅବସ୍ଥା ଦେଖି ବରିହା ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସାନବାଞ୍ଜିପାଲିରୁ ଥରେ ବୁର୍ଲା ଯିବା ଆସିବା କରିବାକୁ ଗାଡି ଭଡା ବାବଦକୁ ପ୍ରାୟ ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏହାବାଦ୍‌ ଅନ୍ୟାନ୍ୟ ଖର୍ଚ୍ଚ ରହିଛି। କମଳଙ୍କ ବାପା ଘନଶ୍ୟାମ ବରିହା (୭୫) ଏବଂ ମାତା ଯମୁନା ବରିହା (୭୦) ପରିଣତ ବୟସରେ। ସାନଭାଇ ଭଜମନ ବରିହା (୨୨) ଜଣେ ଶାରୀରିକ ଭିନ୍ନକ୍ଷମ। ସେ ମଧ୍ୟ ଶଯ୍ୟାଶାୟୀ। ଏକମାତ୍ର ବିବାହିତା ଭଉଣୀ ମଧ୍ୟ ଏବେ ବାପଘରେ ଆଶ୍ରୟ ନେଇଛନ୍ତି। ଏହି ବରିହା ପରିବାରର ଜମି ଅଧ ଏକର ରହିଛି। ଅର୍ଥ ଉପାର୍ଜନ ପନ୍ଥା ନାହିଁ। ଏଭଳି ସ୍ଥିତିରେ କମଳଙ୍କ ଅସୁସ୍ଥତା ଏବଂ ବାରମ୍ବାର ଅସ୍ତ୍ରୋପଚାର ବରିହା ପରିବାରକୁ ଦୋହଳାଇ ଦେଲାଣି। ବରିହା ପରିବାର ପାଖରେ ସ୍ବାସ୍ଥ୍ୟକାର୍ଡ ଥିଲେ ମଧ୍ୟ କୌଣସି କାମରେ ଆସୁନାହିଁ। ଏଭଳି ପରିସ୍ଥିତିରେ କମଳଙ୍କ ଆରୋଗ୍ୟ ପାଇଁ ଉଚ୍ଚତର ଚିକିତ୍ସାର ଆବଶ୍ୟକତା ପଡୁଛି। ସ୍ବାସ୍ଥ୍ୟ ବିଭାଗ କେବଳ ହସ୍ପିଟାଲ ପଠାଇ ଦେଇ କର୍ତ୍ତବ୍ୟ ସମାପନ କର ଦେଉଛି। ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଏହି ଆଦିବାସୀ ପରିବାରକୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri