୬୦ ଲକ୍ଷ ଖର୍ଚ୍ଚ ପରେ ବି ସୁଧୁରିଲାନି ଅବସ୍ଥା

ଖଇରା,୨୨ା୫(ଡି.ଏନ.ଏ.):  ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପ୍ରଥମ ୫-ଟି ରୂପାନ୍ତରଣ ସ୍କୁଲ ଭାବେ ଖଇରା ହାଇସ୍କୁଲ ଅନ୍ତର୍ଭୁକ୍ତ ହେବା ସହ ଏହା ଅଞ୍ଚଳ ପାଇଁ ଗର୍ବ ବୋଲି କୁହାଯାଉଛି। ହେଲେ ବାହାରକୁ ସ୍ମାର୍ଟ ଦେଖାଯାଉଥିବା ଏହି ସ୍କୁଲର ଭିତରକୁ ଚାହିଁଲେ ସ୍ମାର୍ଟଠାରୁ କିଛି ପଛରେ ରହି ଯାଇଛି। ଧିରେଧିରେ ଏହି ଅଭାବ ଏବେ ସାଧାରଣ ଲୋକଙ୍କ ଦୃଷ୍ଟି ଗୋଚର ହେଉଛି। ବିଶେଷ କରି ଗୁରୁବାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ବିଦ୍ୟାଳୟର ଶୌଚାଳୟ ପରିଦର୍ଶନ କରିବା ବେଳେ ଏହା ତାଙ୍କ ନଜରକୁ ଆସିଥିଲା। ଏଥିଲାଗି ସେ ବ୍ଲକ ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରିଥିଲେ। ୫-ଟିରେ ଅନ୍ତର୍ଭୁକ୍ତ ହେବା ପରେ ସ୍ମାର୍ଟ କ୍ଲାସ, ଲାଇବ୍ରେରୀ,ଲାବୋରେଟୋରୀ,ପାଣି ସଂଯୋଗ, ଖେଳପଡିଆ ଇତ୍ୟାଦି ସୌନ୍ଦର୍ଯ୍ୟକରଣ ପାଇଁ ୩୭ଲକ୍ଷ ମିଳିଥିବା ବେଳେ ଅନ୍ୟାନ୍ୟ ପାଣ୍ଠି ମିଶାଇ ପାଖାପାଖି ୬୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଗତ ନଭେମ୍ବର ୧୧ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାର ଅନ୍ୟ ବିଦ୍ୟାଳୟ ସହ ଖଇରା ବିଦ୍ୟାଳୟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ହେଲେ କାମ ଆଶାନୁରୁପ ହୋଇ ନ ଥିବା ଅଭିଯୋଗ ହୋଇଛି। ଶୌଚାଳୟ ନିର୍ମାଣ ବେଳେ କାନ୍ଥ ଟାଇଲିକୁ ଚଟାଣରେ ବିଛା ଯିବା ଏବଂ ଛାତ୍ରୀଛାତ୍ରମାନେ ଭୟରେ ଶୌଚାଳୟ ନ ଯିବା ଯୋଗୁ ଆବର୍ଜନାପୂର୍ଣ୍ଣ ହୋଇ ପଡ଼ିଛି। ଯାହାକୁ ନେଇ ମନ୍ତ୍ରୀ ବ୍ଲକ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି ବିଦ୍ୟାଳୟ କାମ ଚାଲୁଥିବା ବେଳେ ଏହାର ସଫଳ ରୂପାୟନ ନେଇ ପ୍ରଶ୍ନ ଉଠିଛି। ନିର୍ର୍ଦ୍ଦିଷ୍ଟ ଏଜେନ୍ସିକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବାରୁ ଏହି ରୂପାନ୍ତରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣରେ ବାଧା ସୃଷ୍ଟି ହେଉଥିବା କିଛି ଅବିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ପଚାରିବାରେ ସବୁ କିଛି ସରକାରୀ ଗାଇଡ୍‌ଲାଇନ ଭିତରେ ହେଉଛି। କାମ କରିବା ବେଳେ କାଁଭାଁ ଭୁଲ ହେଲେ ପୁରା ଯୋଜନା ଉପରେ ପ୍ରଶ୍ନ ଉଠିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri