୬୦ ଲକ୍ଷ ଖର୍ଚ୍ଚ ପରେ ବି ସୁଧୁରିଲାନି ଅବସ୍ଥା

ଖଇରା,୨୨ା୫(ଡି.ଏନ.ଏ.):  ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପ୍ରଥମ ୫-ଟି ରୂପାନ୍ତରଣ ସ୍କୁଲ ଭାବେ ଖଇରା ହାଇସ୍କୁଲ ଅନ୍ତର୍ଭୁକ୍ତ ହେବା ସହ ଏହା ଅଞ୍ଚଳ ପାଇଁ ଗର୍ବ ବୋଲି କୁହାଯାଉଛି। ହେଲେ ବାହାରକୁ ସ୍ମାର୍ଟ ଦେଖାଯାଉଥିବା ଏହି ସ୍କୁଲର ଭିତରକୁ ଚାହିଁଲେ ସ୍ମାର୍ଟଠାରୁ କିଛି ପଛରେ ରହି ଯାଇଛି। ଧିରେଧିରେ ଏହି ଅଭାବ ଏବେ ସାଧାରଣ ଲୋକଙ୍କ ଦୃଷ୍ଟି ଗୋଚର ହେଉଛି। ବିଶେଷ କରି ଗୁରୁବାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ବିଦ୍ୟାଳୟର ଶୌଚାଳୟ ପରିଦର୍ଶନ କରିବା ବେଳେ ଏହା ତାଙ୍କ ନଜରକୁ ଆସିଥିଲା। ଏଥିଲାଗି ସେ ବ୍ଲକ ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରିଥିଲେ। ୫-ଟିରେ ଅନ୍ତର୍ଭୁକ୍ତ ହେବା ପରେ ସ୍ମାର୍ଟ କ୍ଲାସ, ଲାଇବ୍ରେରୀ,ଲାବୋରେଟୋରୀ,ପାଣି ସଂଯୋଗ, ଖେଳପଡିଆ ଇତ୍ୟାଦି ସୌନ୍ଦର୍ଯ୍ୟକରଣ ପାଇଁ ୩୭ଲକ୍ଷ ମିଳିଥିବା ବେଳେ ଅନ୍ୟାନ୍ୟ ପାଣ୍ଠି ମିଶାଇ ପାଖାପାଖି ୬୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଗତ ନଭେମ୍ବର ୧୧ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାର ଅନ୍ୟ ବିଦ୍ୟାଳୟ ସହ ଖଇରା ବିଦ୍ୟାଳୟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ହେଲେ କାମ ଆଶାନୁରୁପ ହୋଇ ନ ଥିବା ଅଭିଯୋଗ ହୋଇଛି। ଶୌଚାଳୟ ନିର୍ମାଣ ବେଳେ କାନ୍ଥ ଟାଇଲିକୁ ଚଟାଣରେ ବିଛା ଯିବା ଏବଂ ଛାତ୍ରୀଛାତ୍ରମାନେ ଭୟରେ ଶୌଚାଳୟ ନ ଯିବା ଯୋଗୁ ଆବର୍ଜନାପୂର୍ଣ୍ଣ ହୋଇ ପଡ଼ିଛି। ଯାହାକୁ ନେଇ ମନ୍ତ୍ରୀ ବ୍ଲକ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି ବିଦ୍ୟାଳୟ କାମ ଚାଲୁଥିବା ବେଳେ ଏହାର ସଫଳ ରୂପାୟନ ନେଇ ପ୍ରଶ୍ନ ଉଠିଛି। ନିର୍ର୍ଦ୍ଦିଷ୍ଟ ଏଜେନ୍ସିକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବାରୁ ଏହି ରୂପାନ୍ତରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣରେ ବାଧା ସୃଷ୍ଟି ହେଉଥିବା କିଛି ଅବିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ପଚାରିବାରେ ସବୁ କିଛି ସରକାରୀ ଗାଇଡ୍‌ଲାଇନ ଭିତରେ ହେଉଛି। କାମ କରିବା ବେଳେ କାଁଭାଁ ଭୁଲ ହେଲେ ପୁରା ଯୋଜନା ଉପରେ ପ୍ରଶ୍ନ ଉଠିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri