୫୪ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି

ପଟ୍ଟାମୁଣ୍ଡାଇ, ୧୦ା୩ (ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପିଇବା ପାଣି ଏବେବି ପ୍ରମୁଖ ସମସ୍ୟା ହୋଇ ରହିଛି। ସରକାର ଅମୃତ ଯୋଜନାରେ ବିଶୁଦ୍ଧ ପାଣି ଯୋଗାଣ ବାବଦରେ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। କେଉଁ ୱାର୍ଡରେ ପାଣି ଆସୁଛି ତ କେଉଁଠି ଜମା ନାହିଁ। ଆଉ କେଉଁଠି ପାଇପ୍‌ ଫାଟିଚି ତ କେଉଁଠାରେ ମୁକୁଳା ଟ୍ୟାପ୍‌ରୁ ଅନବରତ ପାଣି ବୋହି ଚାଲିଛି। ଏବେ ବି ଲୋକେ ପାଣି ପାଇଁ ଷ୍ଟାଣ୍ଡପୋଷ୍ଟରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଏଭଳି ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୨୦ଟି ୱାର୍ଡରେ।
ଏ ସମସ୍ତ ଓ୍ବାର୍ଡର ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଅମୃତ ଯୋଜନାରେ ୫୪ କୋଟି ଖର୍ଚ୍ଚ କରାଯାଇ ଅଳଭାଠାରେ ବୃହତ ପାନୀୟ ଜଳ ପ୍ରକଳ୍ପ (ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) କାରଗଲା। ୨୦୧୯ ସେପ୍ଟେମ୍ବର ୨୯ରେ ତତତ୍କାଳ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଳଭାଠାରେ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଉଦ୍‌ଘାଟନ କରିଥିଲେ। ପୌରାଞ୍ଚଳର ୪୦ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବା ଉଦ୍‌ଘାଟନ ସ୍ଥଳରେ ଆୟୋଜିତ ସଭାରେ ମନ୍ତ୍ରୀ ଜେନା କହିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିବାକୁ ବସିଛି। କିନ୍ତୁ ଅଳଭାଠାରେ ପ୍ରତିଷ୍ଠା କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ବି ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରିନାହିଁ। ପୌରାଞ୍ଚଳରେ ବିଭିନ୍ନ ୱାର୍ଡକୁ ପାଣି ପାଇପ୍‌ ସଂଯୋଗ ହୋଇଛି। ନିମ୍ନମାନର ପାଇପ୍‌ ଯୋଗୁ ସେଗୁଡ଼ିକ ଫାଟି ଅନେକ ଜାଗାରେ ପାଣି ବୋହୁଛି। ପୂର୍ବରୁ ସମସ୍ତ ଘରକୁ ସଂଯୋଗ ହୋଇଥିବା ପୁରୁଣା ପାଇପ୍‌ ଓ ବର୍ତ୍ତମାନର ଅମୃତ ଯୋଜନାରେ ସମସ୍ତ ୱାର୍ଡରେ ଥିବା ବୋରୱେଲ୍‌ରେ ନୂଆ ପାଇପ୍‌ ସଂଯୋଗ କରାଯାଇଛି। ହେଲେ ସବୁ ଘରକୁ ପାଣି ଆସିପାରୁନାହିଁ। ଫଳରେ ଲୋକମାନଙ୍କୁ ପାଣି ପାଇଁ ପମ୍ପ ଓ ନଳକୂପ ପାଖରେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏ ସମ୍ପର୍କରେ ୫ ନଂ. ୱାର୍ଡ କଷଣଅଣ୍ଟାର ହିରଣ୍ୟ ରାଉତଙ୍କ କହିବା କଥା ହେଲା, ଅମୃତ ଯୋଜନା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସଫଳ ହୋଇପାରିନାହିଁ। ରାସ୍ତା ତଳେ ଯେଉଁ ପାଇପ ବିଛାଯାଇଛି, ତାହା ଅତି ନିମ୍ନମାନର। ଫଳରେ ଅଧିକାଂଶ ସମୟରେ ପାଇପ୍‌ ଫାଟି ଯାଉଛି। ବାରମ୍ବାର ପାଇପ ଫାଟିଲେ ଲୋକେ ପାଣି କେମିତି ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ବେଲତଳ ଗଁାର ବାସିନ୍ଦା ପୀତାମ୍ବର ପରିଡା କହିଛନ୍ତି, ୫ ଦିନ ହେବ ୧୮, ୧୯ ଓ ୨୦ ନଂ. ୱାର୍ଡକୁ ପାଣି ଆସୁନାହଁି। ଫଳରେ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲୋକଙ୍କ ପାଇଁ ସରକାର ଯେତେ ସବୁ ଯୋଜନା କରୁଛନ୍ତି ତାହା ଫେଲ୍‌ ମାରୁଛି। କହିବୁ କାହାକୁ ଶୁଣିବ କିଏ। ଜନପ୍ରତିନିଧି ଯେଉଁମାନେ ଅଛନ୍ତି, ସେମାନେ ଏହାକୁ ନଜର ଦେଉନାହାନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ସୁଦାମ ସାହୁଙ୍କୁ ପଚାରିବାରୁ ନିମ୍ନମାନର ପାଇପ୍‌ ବୋଲି ଯାହା ଅଭିଯୋଗ ହେଉଛି, ତାହା ଠିକ୍‌ ନୁହେଁ। ରାସ୍ତାରେ ପାଇପ୍‌ ବିଛା ସରିବା ପରେ ବିଭିନ୍ନ ସମୟରେ ରାସ୍ତା କାମ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। କେତେକ ସ୍ଥାନରେ ଲୋକଙ୍କ ଘରକୁ ପାଣି ସଂଯୋଗ ପାଇଁ ପାଇପ୍‌ ମୁହଁ ବନ୍ଦ କରାଯାଇଛି। କିନ୍ତୁ କେତେଜଣ ଲୋକ ପାଣି ଟ୍ୟାପ୍‌ ଖୋଲି ଦେଉଥିବାରୁ ପାଇପରୁ ପାଣି ବାହାରି ରାସ୍ତାରେ ମାଡ଼ୁଛି। ସହରରେ ଯେଉଁସବୁ ସ୍ଥାନରେ ପାଇପ୍‌ ଫାଟି ପାଣି ବୋହୁଥିବା ଅଭିଯୋଗ ଆସୁଛି, ତାକୁ ସଙ୍ଗେ ସଙ୍ଗେ ମରାମତି କରାଯାଉଛି। ବେଲତଳ ଗଁା ରାସ୍ତାରେ ଫାଟି ଯାଇଥିବା ପାଇପ୍‌କୁ ବଦଳା ଯାଇ ନୂଆ ଲଗାଯାଉଛି। ଖୁବ୍‌ଶୀଘ୍ର ସମସ୍ୟା ଦୂର ହୋଇଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri