ଘରୋଇକରଣ ପରେ ବି ସୁଧାର ନାହିଁ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ପରିମଳ ବ୍ୟବସ୍ଥା ଘରୋଇକରଣ ହେଲା ପରେ ବି ଉପଯୁକ୍ତ ସେବା ମିଳୁନାହିଁ। ପରିମଳ ବ୍ୟବସ୍ଥାରେ ଯେଉଁ ସୁଧାର ଆସିବ ବୋଲି କୁହାଯାଉଥିଲା ତାହା ଫଳପ୍ରଦ ହୋଇନାହିଁ। ୧୪ ଓ ୧୫ ନଂ. ୱାର୍ଡରେ ଆବର୍ଜନା ପାଇଁ ଡୋର୍‌ କଲେକ୍‌ଶନ ବ୍ୟବସ୍ଥା ନାହିଁ । ଆବର୍ଜନା ସଂଗ୍ରହ ସମୟରେ ବାଜୁନି ମ୍ୟୁଜିକ୍‌ ଟ୍ୟୁନିକ୍‌। ବଜାର ନିକଟ ଏହି ଦୁଇ ୱାର୍ଡର ଲୋକମାନେ ଘରୋଇ ଆବର୍ଜନା ନିଷ୍କାସନ ପାଇଁ ପ୍ରତ୍ୟହ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅଧିକାଂଶ ସ୍ଥାନରେ ଟ୍ରାକ୍ଟର ବୋହୁଛି ଆବର୍ଜନା। ଟ୍ରାକ୍ଟର କେତେବେଳେ ଓ୍ବାର୍ଡକୁ ଆସୁଛି ତା’ର ସମୟ ନିର୍ଘଣ୍ଟ ଜାଣି ପାରୁନାହାନ୍ତି ୱାର୍ଡବାସୀ । ଏଣୁ ୱାର୍ଡର ବିଭିନ୍ନ ସ୍ଥାନରେ ଆବର୍ଜନା ଦୀର୍ଘ ସମୟ ଧରି ପଡ଼ି ରହୁଛି, ଯାହା ସହରକୁ ପ୍ରଦୂଷିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ନୟାଗଡ଼ ଏନ୍‌ଏସି ଥିବାବେଳେ ସହରରେ ୧୩ଟି ୱାର୍ଡ ଥିଲା। ମ୍ୟୁନିସିପାଲିଟି ହେବାପରେ ୱାର୍ଡସଂଖ୍ୟା ୧୬ରେ ପହଞ୍ଚିଛି। ଏନ୍‌ଏସିର ୧୧ ଓ ୧୨ ନଂ. ୱାର୍ଡ ଏବେ ୧୪ ଓ ୧୫ ନଂ. ୱାର୍ଡର ମାନ୍ୟତା ପାଇଛି। ୧୪ନଂ. ୱାର୍ଡରେ ନୂଆରାଜବାଟୀର ଶିବ ମନ୍ଦିରଠାରୁ ପୂର୍ବ ଦିଗରେ ନୂଆରାଜବାଟୀ ପର୍ଯ୍ୟନ୍ତ, ଗାୟତ୍ରୀ କଲୋନୀ, ତ୍ରିନାଥ ଛକ, ଯଯାଙ୍ଗୀ ସାହି, ଯଦୁମଣି ନଗରର ଦକ୍ଷିଣ ପାର୍ଶ୍ୱ ୧, ୨, ୩ ଓ ୪ନଂ. ଲେନ୍‌ ରହିଛି। ୧୫ନଂ.ୱାର୍ଡରେ ବ୍ରଜେନ୍ଦ୍ର ହାଇସ୍କୁଲର ପଶ୍ଚିମପାର୍ଶ୍ୱରୁ ବାମପାର୍ଶ୍ୱ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ, ଓଡ଼ଗଁା ୱାର୍କସ ଡିପାର୍ଟମେଣ୍ଟ ରୋଡ୍‌, ଅମରେନ୍ଦ୍ର ବଜାର, ଲକ୍ଷ୍ମୀ ବଜାର, ମଧୁସୂଦନ ନଗର, ଅମଲାପଡ଼ା କୋଠ ମା’ ଘର, ଯଦୁମଣି ନଗର ଲେନ୍‌-୪ (ରାଜବଗିଚାର ଉତ୍ତରପାର୍ଶ୍ୱ) ରହିଛି। ମ୍ୟୁନିସିପାଲିଟି ପରିମଳ ବ୍ୟବସ୍ଥାର ଘରୋଇକରଣର ହେଲାପରେ ଏହାର ଫାଇଦା ଏହି ଦୁଇ ୱାର୍ଡରେ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସହରର ଆବର୍ଜନା ବୋହିବା ପାଇଁ ୩ ଟ୍ରାକ୍ଟର, ୬ ଟାଟା ମ୍ୟାଜିକ୍‌, ଗୋଟିଏ ୪୦୭ ଟ୍ରକ୍‌ ଓ ୫ଟି ବ୍ୟାଟେରି ଗାଡ଼ି କାମ କରୁଛି । ଏଥିରୁ କେତୋଟି ବ୍ୟାଟେରି ଗାଡ଼ି ଅଚଳ ହୋଇପଡିଥିଲେ ମଧ୍ୟ ତାହା ମରାମତି କରାଯାଉନାହିଁ। ଅନ୍ୟପକ୍ଷେ ସହରର ୧୪ ଓ ୧୫ନଂ. ୱାର୍ଡ ପାଇଁ ଡୋର୍‌ କଲେକ୍‌ଶନର ବ୍ୟବସ୍ଥା ନାହିଁ ା ଅଳିଆ ସଂଗ୍ରହ ବେଳେ ମ୍ୟୁଜିକ୍‌ ଟ୍ୟୁନିକ୍‌ ବ୍ୟବସ୍ଥା କରିବା ପାଇଁ ଦାବି ହେଉଥିଲେ ମଧ୍ୟ ସମୟ ଗଡାଇବା ଅସନ୍ତୋଷର କାରଣ ପାଲଟିଛି। ବଜାର ପାଖରେ ଏହି ଦୁଇ ୱାର୍ଡ ଥିବାରୁ ଟ୍ରାକ୍ଟରରେ ଅଳିଆ ବୋହିବା ଠିକ୍‌ ନୁହେଁ। ପରିମଳ ସେବାକୁ ନ ସଜାଡ଼ିଲେ ଦୁଇ ୱାର୍ଡବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର କୁହନ୍ତି, ବ୍ୟାଟେରିଚାଳିତ ୫ଟି ଗାଡ଼ି ଅଚଳ ହେବା ପରେ ସଫେଇ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହେଉଛି। ୭ ଦିନ ଭିତରେ ଗାଡ଼ିଗୁଡିକ ମରାମତି ହୋଇ ଆସିବ। ଏହାପରେ ଉପରୋକ୍ତ ୨ ଓ୍ବାର୍ଡରେ ସଫେଇ ବ୍ୟବସ୍ଥା ଅନ୍ୟ ୱାର୍ଡ ପରି କରାଯିବ। ଏଥିପାଇଁ ସେ ଓ୍ବାର୍ଡବାସୀଙ୍କ ସହଯୋଗ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri