Posted inଜାତୀୟ

ହ୍ୟାଟ୍ରିକ୍‌ ବିଜୟ ପରେ ବି ହରିୟାଣାରେ ଭାଜପାକୁ ବଡ଼ ଝଟ୍‌କା: ଜାଣନ୍ତୁ କ’ଣ ଘଟିଲା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଭାଜପା ଏକ ବଡ ବିଜୟ ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ମନ୍ତ୍ରୀମଣ୍ଡଳର ୧୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ଜଣ ମନ୍ତ୍ରୀ ନିର୍ବାଚନରେ ହାରିଛନ୍ତି, ମାତ୍ର ଦୁଇଜଣ ମନ୍ତ୍ରୀ ଜିତିଛନ୍ତି। ହାରିଯାଇଥିବା ୮ ଜଣ ମନ୍ତ୍ରୀ ହେଉଛନ୍ତି, ଜ୍ଞାନଚାନ୍ଦ ଗୁପ୍ତା (ବାଚସ୍ପତି)-ପଞ୍ଚକୁଲା, ସୁଭାଷ ସୁଧା- ଥାନେସର ସଞ୍ଜୟ ସିଂ- ନୁହଁ, ଅସୀମ ଗୋୟଲ- ଅମ୍ବାଲା ସହର, କମଲ ଗୁପ୍ତା-ହିସାର। କନୱାର ପାଲ- ଜଗଧରୀ,ଜେପି ଦଲାଲ- ଲୋହରୁ , ଅଭ ସିଂ ଯାଦବ- ନାଙ୍ଗଲ ଚୌଧୁରୀ, ରଞ୍ଜିତ ସିଂ ଚୌଟାଲା – ରାନିୟା(ସ୍ବାଧୀନ)

ହରିୟାଣାରେ ଅସନ୍ତୋଷ ବିରୋଧୀ ତରଙ୍ଗ ଦାବି ସତ୍ତ୍ୱେ ଭାଜପା ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି, କିନ୍ତୁ ଆଠ ମନ୍ତ୍ରୀଙ୍କ ପରାଜୟ ଭାଜପା ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।

ସୂଚନାଯୋଗ୍ୟ, ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮ ଆସନରେ ସଫଳତା ସହ ଶାସକ ଭାଜପା ହ୍ୟାଟ୍ରିକ୍‌ ବିଜୟ ଲାଭ କରିଛି। ଏଠାରେ ଭାଜପାକୁ ଗାଦିଚ୍ୟୁତ କରିବା ପାଇଁ ଆଶାବାଦୀ ଥିବା କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି। ଏହି ଦଳ ୩୭ ଆସନରେ ସୀମିତ ହୋଇ ରହିଯାଇଛି। ଇଣ୍ଡିଆନ୍‌ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି) ମାତ୍ର ୨ ଆସନ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ୩ ଆସନ ଦଖଲ କରିଛନ୍ତି। କିଙ୍ଗ୍‌ମେକର ହେବାକୁ ଆଶା ବାନ୍ଧିଥିବା ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ଲୋକ ସଭା ନିର୍ବାଚନ ବେଳେ ଅଧିକ ଆସନ ଦାବିକରି ସରକାରରୁ ବିଦା ହୋଇଥିବା ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି) ଖାତା ଖୋଲିପାରି ନାହିଁ।

ଅକ୍ଟୋବର ୫ରେ ହରିୟାଣା ବିଧାନସଭାର ୯୦ ଆସନରେ ଭୋଟ ଗ୍ରହଣ କରାଯାଇଥିଲା। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ରାଜ୍ୟରେ କଂଗ୍ରେସ କ୍ଷମତା ହାସଲ କରିବ ବୋଲି ପୂର୍ବାନୁମାନ କରିଥିଲେ। ମଙ୍ଗଳବାର ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହେବାବେଳେ ପ୍ରାରମ୍ଭିକ କେତୋଟି ରାଉଣ୍ଡରେ ଏକ୍‌ଜିଟ୍‌ ପୋଲ୍‌ର ଆକଳନ ପ୍ରାୟତଃ ନିର୍ଭୁଲ୍‌ ମନେହେଉଥିଲା। କିନ୍ତୁ ସମୟ ଅତିକ୍ରାନ୍ତ ହେବା ସହ କଂଗ୍ରେସ ତଳମୁହଁା ହେବାରେ ଲାଗିଲା। ଏହି ଟ୍ରେଣ୍ଡ୍‌ ଶେଷ ବେଳକୁ ମଧ୍ୟ ଆପାତତଃ ବଳବତ୍ତର ରହିଲା। ୯୦ ଆସନରୁ ଭାଜପା ୪୮ଟି ଦଖଲ କରିବାରେ ସକ୍ଷମ ହୋଇଛି, ଯାହାକି ୨୦୧୯ ଅକ୍ଟୋବର ୨୧ ନିର୍ବାଚନ ତୁଳନାରେ ୮ ଅଧିକ। ଗତ ନିର୍ବାଚନରେ କଂଗ୍ରେସ ୩୧ ଆସନରେ ବିଜୟୀ ହୋଇଥିଲା, ଯାହାକି ଚଳିତ ଥରଠାରୁ ୬ କମ୍‌। ଅର୍ଥାତ୍‌ ଏଥର ଭାଜପା ବିଜୟୀ ହୋଇଥିବା ବଳକା ଆସନଗୁଡ଼ିକ ଆଞ୍ଚଳିକ ଦଳ ଜେଜେପିର ପରାଜୟ ଯୋଗୁ ସମ୍ଭବ ହୋଇଥିବା କୁହାଯାଇପାରେ। ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଲଡ଼ଓ୍ବା ଆସନରେ କଂଗ୍ରେସର ମଓ୍ବୋ ସିଂଙ୍କୁ ୧୬,୦୫୪ ଭୋଟ ବ୍ୟବଧାନରେ ହରାଇଥିବା ନିର୍ବାଚନ କମିଶନ (ଇସି)ଙ୍କ ସୂତ୍ରରୁ ପ୍ରକାଶ। କୁରୁକ୍ଷେତ୍ର ଲୋକ ସଭା ଆସନର ପୂର୍ବତନ ଏମ୍‌ପି ସାଇନିଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାରଙ୍କୁ ଲୋକ ସଭା ନିର୍ବାଚନ ଲଢ଼ାଇ ପରେ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ରାଜ୍ୟରେ କ୍ଷମତା ବିରୋଧୀ ପବନ ବହୁଥିବାବେଳେ ତାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ଶୀର୍ଷ ନେତୃତ୍ୱଙ୍କ ଏହି ରଣନୈତିକ ସରପ୍ରାଇଜ୍‌ ଫର୍ମୁଲା ଭଲ କାମ ଦେଇଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ସାଇନି ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ମୋଦିଙ୍କ ନେତୃତ୍ୱରେ ସରକାରୀ ନୀତି ଓ ଯୋଜନାଗୁଡ଼ିକ ଉପରେ ମୋହର ଦେଇଥିବାରୁ ୫୪ ବର୍ଷୀୟ ସାଇନି ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଖଟ୍ଟାର ବିଜୟର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି।

ଅନ୍ୟପକ୍ଷେ କଂଗ୍ରେସ ଫଳାଫଳ ଉପରେ ସନ୍ଦେହ ବ୍ୟକ୍ତ କରି ଜନାଦେଶକୁ ଗ୍ରହଣ କରିବାକୁ ମନା କରିଦେଇଛି। ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରେ ପରିଣାମ ଆସିବା ପୂର୍ବରୁ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଥିଲା। ଭୋଟ ଗଣତି ଚାଲିଥିବାବେଳେ ଗଣତି କେନ୍ଦ୍ରରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଏପରି କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। କମିଶନ ଏହାକୁ ଭିତ୍ତିହୀନ ଓ ଅମୂଳକ କହି ଖଣ୍ଡନ କରିଛନ୍ତି। ଅପ୍ରତ୍ୟାଶିତ ଦୁର୍ବଳ ପ୍ରଦର୍ଶନ ପାଇଁ ପରାଜିତ କଂଗ୍ରେସ ନିଜ ଦୋଷ ଛଡ଼ାଇବାକୁ ବାହାନା ଖୋଜୁଛି ବୋଲି ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ସମାଲୋଚନା କରିଛନ୍ତି। ଏହି ନିର୍ବାଚନର ଅନ୍ୟତମ ଚର୍ଚ୍ଚିତ ଚେହେରା ଥିଲେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌। ଅଲିମ୍ପିକ୍‌ରେ ଅଯୋଗ୍ୟ ଘୋଷିତ ହେବାର ମାସକ ପରେ ରାଜନୀତିକୁ ଆସି କଂଗ୍ରେସ ଟିକେଟରେ ଲଢ଼ିଥିବା ରେସ୍‌ଲର ଭିନେଶ ଜୁଲାନା ଆସନରେ ଭାଜପା ପ୍ରତିଦ୍ୱନ୍ଦ୍ୱୀ ଯୋଗେଶ କୁମାରଙ୍କୁ ୬,୦୧୫ ଭୋଟରେ ହରାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡ଼ା ଗଢ଼ି ସାମ୍ପ୍ଲା-କିଲୋଇ ଆସନରେ ଭାଜପାର ମଞ୍ଜୁ ହୁଡ଼ାଙ୍କଠାରୁ ଅଧିକ ୭୧,୪୬୫ ଭୋଟ ପାଇ ବିଜୟୀ ହୋଇଛନ୍ତି। କିନ୍ତୁ ୧୦ ବର୍ଷର ବ୍ୟବଧାନ ପରେ ପୁଣି କ୍ଷମତାକୁ ଫେରିବା ପାଇଁ ଭୂପିନ୍ଦରଙ୍କ ସ୍ବପ୍ନ ଚୂରମାର ହୋଇଯାଇଛି। କଂଗ୍ରେସ ଏମ୍‌ପି ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ୨୫ ବର୍ଷୀୟ ପୁଅ ଆଦିତ୍ୟ ସୂର୍ଯ୍ୟଓ୍ବୋଲା କୈଥାଲ ଆସନରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଆଦିତ୍ୟ ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟର ସର୍ବକନିଷ୍ଠ ବିଧାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। କଂଗ୍ରେସର ଅନ୍ୟତମ ମୁଖ୍ୟମନ୍ତ୍ରୀ ଆଶାୟୀ ସେଲ୍‌ଜା କୁମାରୀ ଦଳର ପରାଜୟ ପାଇଁ ପରୋକ୍ଷରେ ହୁଡ଼ାଙ୍କୁ ଟାର୍ଗେଟ କରିଛନ୍ତି। ଟିକେଟ ବଣ୍ଟନରେ ଅନିୟମିତତା ଯୋଗୁ ଏଭଳି ପରିଣାମ ଆସିଲା। କଂଗ୍ରେସ ହାଇକମାଣ୍ଡ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେଲ୍‌ଜା କହିଛନ୍ତି। ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଉଚାନା କଲାଂ ଆସନରେ ଅମାନତ ହରାଇଛନ୍ତି। ଏଠାରେ ଭାଜପା ପ୍ରାର୍ଥୀ ଦେବେନ୍ଦ୍ର ଚତୁର୍ଭୁଜ ଅତ୍ରି କଂଗ୍ରେସ ଚ୍ୟାଲେଞ୍ଜର ବୃଜେଶ ସିଂଙ୍କଠାରୁ ମାତ୍ର ୩୨ ଖଣ୍ଡ ଅଧିକ ଭୋଟ ପାଇ ଜିତିଛନ୍ତି। ଦୁଷ୍ୟନ୍ତ ଦଳ ଗୋଟିଏ ହେଲେ ଆସନ ଜିତିପାରି ନାହିଁ। ସେହିପରି ଆଇଏନ୍‌ଏଲ୍‌ଡି ନେତା ଅଭୟ ସିଂ ଚୌତାଲା କଂଗ୍ରେସର ଭରତ ସିଂ ବେନିଓ୍ବାଲଙ୍କଠାରୁ ୧୫,୦୦୦ ଭୋଟରେ ହାରିଯାଇଛନ୍ତି। କୁରୁକ୍ଷେତ୍ରର ଭାଜପା ଏମ୍‌ପି ନବୀନ ଜିନ୍ଦଲଙ୍କ ମା’ ସାବିତ୍ରୀ ଜିନ୍ଦଲ ଏଥର ହିସାର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସର ରାମ ନିବାସ ରାଣାଙ୍କୁ ସେ ୧୮,୯୪୧ ଭୋଟରେ ହରାଇଛନ୍ତି। ଅନ୍ୟପକ୍ଷେ ତିହାର ଜେଲରୁ ଜାମିନରେ ମୁକୁଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିଜ ଗୃହରାଜ୍ୟ ହରିୟାଣାରେ ଶେଷ ମୁହୂର୍ତ୍ତରେ ଯାଦୁ ଦେଖାଇ କିଙ୍ଗ୍‌ମେକର ହେବେ ବୋଲି ଖୋଲାଖୋଲି ଭାବେ କହିଆସୁଥିଲେ। ତାଙ୍କ ଆମ୍‌ ଆଦ୍‌ମୀ ପାର୍ଟି ଗୋଟିଏ ବି ଆସନ ଜିତିପାରି ନାହିଁ। ଦଳୀୟ ନେତା ଓ କର୍ମୀ ଅତ୍ୟଧିକ ଆମତ୍ବିଶ୍ୱାସୀ ହୋଇପଡ଼ିବାରୁ ଏପରି ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଲା ବୋଲି କେଜ୍‌ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri