Posted inଫୁରସତ

ମୃତ୍ୟୁ ପରେ ବି ଜୀବିତ

ଏମାନେ ଥିଲେ ମୃତ୍ୟୁର ଖୁବ୍‌ ନିକଟତର। ବନ୍ଧୁ ପରିଜନ ହରାଇବସିଥିଲେ ତାଙ୍କ ଜିଇଁବାର ଆଶା। ଦୁଃଖରେ ଭାଙ୍ଗିପଡୁଥିଲେ। ତଥାପି ନିଜର ଦୁଃଖକୁ ଚାପି ଅନ୍ୟର ମୁହଁରେ ଖୁସି ଫୁଟାଇବା ପାଇଁ ଜୀବନଦୀପ ଲିଭିଯିବା ପୂର୍ବରୁ ଆପଣାର ସେଇ ମଣିଷର କରାଇଥିଲେ ଅଙ୍ଗଦାନ। ଯେମିତିକି ମୃତ୍ୟୁ ପରେ ବି ନିଜର ସେହି ମଣିଷଟି ଅନ୍ୟ ଶରୀରରେ ରହିବ ଜୀବିତ। ଆଉ ହୋଇଯିବ ଅମର..

୬ ଜଣଙ୍କୁ ଜୀବନ ଦାନ ଦେଲେ ସୁରଜ: ଗଞ୍ଜାମ ଜିଲା, ଭଞ୍ଜନଗର ଅନ୍ତର୍ଗତ ଲାଲସିଂ ଗ୍ରାମର ୨୨ ବର୍ଷୀୟ ସୁରଜ ସେଠୀ ସୁରଟ୍‌ରେ ଏକ କପଡା କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥାଏ। ହେଲେ ୨୦୧୯ ଅକ୍ଟୋବର ୨୯ ତାରିଖରେ ହଠାତ୍‌ ସେ ଏକ ବଡ଼ ଦୁର୍ଘଟଣାର ଶିକାର ହେଲେ। ଆଉ ସେଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଗଲା। ପରେ ତାଙ୍କ ମାମୁଁ ପ୍ରକାଶ ସେଠୀ କାମ କରୁଥିବା ମହାବୀର ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଡାକ୍ତର ବହୁତ ଚେଷ୍ଟା କରିଥିଲେ ଅବସ୍ଥାରେ ସୁଧାର ଆଣିବାକୁ। ୪ ଦିନ ହସ୍ପିଟାଲରେ ଚିକିତ୍ସା ଚାଲିଲା। ହେଲେ ନଭେମ୍ବର ୨ ତାରିଖ ଦିନ ଡାକ୍ତର କହିଲେ ସୁରଜଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଛି। କିନ୍ତୁ ଅନ୍ୟ ସବୁ ଅଙ୍ଗ ଠିକ୍‌ ଅଛି। ବ୍ରେନ୍‌ ଡେଡ୍‌ ହୋଇଯାଇଥିବାରୁ ସୁରଜଙ୍କ ବଞ୍ଚତ୍ବାର ଆଶା ଆଉ ନ ଥିଲା। ଏହି ସମୟରେ ସୁରଟର ଏକ ଏନ୍‌ଜିଓ ସୁରଜଙ୍କ ବାପା ବାବୁଲି ଓ ମା’ ଗୀତାଞ୍ଜଳିଙ୍କୁ ଭେଟି ଅଙ୍ଗଦାନ କରିବାକୁ ବୁଝେଇଥିଲେ। ବଞ୍ଚତ୍ବାର ଆଶା ନ ଥିବାରୁ ସୁରଜଙ୍କ ମା’ବାପା ଭାବିଲେ ଅଙ୍ଗଦାନ ମାଧ୍ୟମରେ ଆମ ପୁଅ ଆଉ କାହା ଶରୀରରେ ବଞ୍ଚି ରହିବ। ଲାଗିବ ସେ ଏବେବି ଜୀବିତ। ତେଣୁ ସେମାନେ ଏହି ମହତ କାର୍ଯ୍ୟ ପାଇଁ ରାଜି ହୋଇଯାଇଥିଲେ। ଏହାପରେ ସୁରଜଙ୍କର ହୃତ୍‌ପିଣ୍ଡ, ଯକୃତ୍‌, ଦୁଇଟିଯାକ କିଡ୍‌ନୀ ଓ ଦୁଇ ଆଖି ୬ଜଣଙ୍କ ଶରୀରରେ ପ୍ରତିରୋପଣ କରାଗଲା। ଆଉ ସେମାନେ ପାଇଲେ ନୂଆ ଜୀବନ। ହୃତ୍‌ପିଣ୍ଡକୁ ମୁମ୍ବାଇର ଫର୍ଟିସ୍‌ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଜଣେ ମହିଳାଙ୍କ ଶରୀରରେ ତାହା ପ୍ରତିରୋପଣ ହେଲା। କିଡ୍‌ନୀ ଓ ଯକୃତ୍‌ ଅହମ୍ମଦାବାଦର ତିନିଜଣଙ୍କ ଶରୀରରେ ପ୍ରତିରୋପଣ କରାଗଲା। ସେହିଭଳି ଦୁଇ ଆଖିକୁ ସୁରଟର ଦୁଇଜଣଙ୍କଠାରେ ପ୍ରତିରୋପଣ କରାଗଲା। ସୁରଜଙ୍କ ମା’ବାପାଙ୍କର ଏଭଳି ମହତ କାର୍ଯ୍ୟରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଘର କରିବା ପାଇଁ ଜାଗା ଓ ବିଜୁ ପକ୍କା ଘର ଯୋଜନା ଅନୁଯାୟୀ ଘର ପ୍ରଦାନ କଲେ। ତା’ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏହାବାଦ ଅଙ୍ଗଦାନ କରୁଥିବା ବ୍ୟକ୍ତି ତଥା ଅଙ୍ଗଦାନର ପ୍ରଚାର ପ୍ରସାର କରୁଥିବା ଅନୁଷ୍ଠାନକୁ ସୁରଜଙ୍କ ନାମାନୁସାରେ ‘ସୁରଜ ପୁରସ୍କାର’ ପ୍ରତିବର୍ଷ ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ।

ସ୍ତ୍ରୀଙ୍କ ଅଙ୍ଗଦାନ କଲେ ସ୍ବାମୀ: ଅଙ୍ଗଦାନର ଏକ ଘଟଣା ବ୍ରହ୍ମପୁରରେ ୨୦୧୮ ମେ ୨ ତାରିଖରେ ବି ଦେଖିବାକୁ ମିଳିଥିଲା। ସିପିଆଇ (ଏମ) ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକଙ୍କ ସ୍ତ୍ରୀ ହେଉଛନ୍ତି କୁସୁମ ଦାଶ। ତାଙ୍କର ଶେଷଇଚ୍ଛା ଥିଲା ତାଙ୍କ ଶରୀରକୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଦାନ କରି ଦେବା ପାଇଁ। ଯଦ୍ୱାରା ତାଙ୍କ ଶରୀର ଡ଼ାକ୍ତରୀ ଛାତ୍ରୀଛାତ୍ରଙ୍କ ଗବେଷଣା ଓ ଅଧ୍ୟୟନରେ ସହାୟକ ହେବ। ଏହାବାଦ୍‌ ତାଙ୍କର ଇଛା ଚକ୍ଷୁ ଦାନ କରିବା ମଧ୍ୟ ଥିଲା। ତେଣୁ ଅଳି କିଶୋର କୁସୁମଙ୍କ ଶେଷଇଛା ଅନୁସାରେ ତାଙ୍କ ଚକ୍ଷୁକୁ ଦାନ କରିବା ସହ ଶରୀର ବି ଦାନ କରିଥିଲେ। କୁସୁମଙ୍କଠାରୁ ପ୍ରେରଣା ପାଇଁ ସେତେବେଳେ ୨୯ ଜଣ ସେମାନଙ୍କ ଶରୀର ଦାନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। ତନ୍ମଧ୍ୟରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତିପୁର ଗ୍ରାମର ନୃସିଂହ ସାହୁଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସାହୁ ମଧ୍ୟ ଥିଲେ। ୨୦୧୮ ମେ ୨୯ରେ ସେ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବାଇକରେ ବ୍ରହ୍ମପୁର ଆସୁଥିବା ବେଳେ କାଳୁଆ ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଏମକେସିଜି ମେଡିକାଲ ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଲକ୍ଷ୍ମୀଙ୍କ ଶରୀରରୁ ଦୁଇଟି କିଡନୀ, ଆଖି ଓ ଲିଭରକୁ ଦାନ କରିବା ଉଦ୍ଦେଶ୍ୟରେ ବାହାର କରାଯାଇଥିଲା। ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ହାଇଦ୍ରାବାଦର ଦୁଇଜଣଙ୍କ ଶରୀରରେ ତାଙ୍କ କିଡ଼ନୀକୁ ପ୍ରତିରୋପଣ କରାଯାଇଥିବା ବେଳେ ଲକ୍ଷ୍ମୀଙ୍କ ଚକ୍ଷୁକୁ ଦୁଇଜଣ ଶିଶୁଙ୍କୁ ଏବଂ ତାଙ୍କ ଲିଭରକୁ ୧୪ ବର୍ଷିୟ ଜଣେ ଯୁବକଙ୍କୁ ଦାନ କରାଯାଇଥିଲା। ଫଳରେ ଲକ୍ଷ୍ମୀଙ୍କ ଯୋଗୁଁ ୫ ଜଣ ବ୍ୟକ୍ତି ନୂଆ ଜୀବନ ପାଇପାରିଥିଲେ।

୩୪ ଜଣଙ୍କୁ ନୂଆ ଜୀବନ ଦେଲେ ଅନମୋଲ୍‌: ୨୦୧୨ ଡିସେମ୍ବର ମାସ କଥା। ଅନମୋଲ ଜୁନେଜା ପୂର୍ବ ଦିଲ୍ଲୀରେ ଥିବା ତାଙ୍କ ଘରକୁ ଫେରୁଥାନ୍ତି। ହଠାତ୍‌ ଏକ ଟ୍ରକ ସହ ତାଙ୍କର ଧକ୍କା ହେଲା। ଗୁରୁତର ଆହତ ଅନମୋଲଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଗଲା। ଅନ୍‌ମୋଲ୍‌ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥାଏ। ଦୁଇ ଦିନର ଚିକିତ୍ସା ପରେ ଡାକ୍ତର କହିଲେ ଅନମୋଲଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଛି। ଏଭଳି ଦୁଃଖଦ ସମୟରେ ବାପା ମଦନମୋହନ ନେଇଥିଲେ ଏକ ବଡ଼ ନିଷ୍ପତ୍ତି। ସେ ଜାଣିପାରିଲେ ଯେ, ପୁଅ ତାଙ୍କର ଆଉ ବେଶି ସମୟ ଜୀବିତ ରହିବ ନାହିଁ। ତେଣୁ ଭାବିଲେ ପୁଅର ଅଙ୍ଗଦାନ କରି ଅନ୍ୟ ଶରୀରରେ ନିଜ ତା’ର ସତ୍ତାକୁ ଅନୁଭବ କରିବେ। ତେଣୁ ଏମ୍ସକୁ ଅନମୋଲଙ୍କ ଚର୍ମ, ଅସ୍ଥି, ଦୁଇ ଆଖି, କିଡ୍‌ନୀ, ଲିଭର୍‌ ପ୍ରତିରୋପଣ ପାଇଁ ଦେଲେ। ଅନମୋଲଙ୍କ ଦୁଇ ଆଖି ୪ ଜଣଙ୍କଠାରେ ପ୍ରତିରୋପଣ କରାଯାଇଥିଲା, ଯାହାକି ଭାରତର ପ୍ରଥମ ସଫଳ ପଦ୍ଧତି ଥିଲା। ଯାହାଦ୍ୱାରା ଗୋଟିଏ ଆଖି ଦୁଇଜଣଙ୍କଠାରେ ପ୍ରତିରୋପଣ ହୋଇଥିଲା। କିଡ୍‌ନୀ ଓ ଲିଭର୍‌ର ବି ସଫଳ ପ୍ରତିରୋପଣ ହୋଇଥିଲା। ଏହା ପ୍ରଥମ କେସ୍‌ ଥିଲା, ଯେଉଁଥିରେ ଜଣଙ୍କର ସମ୍ପୂର୍ଣ୍ଣ ଲିଭର୍‌ ଆଉ ଜଣକ ଶରୀରରେ ପ୍ରତିରୋପଣ ହୋଇଥିଲା। ଅନ୍‌ମୋଲଙ୍କ ଶରୀରର ବିଭିନ୍ନ ଅଙ୍ଗ ଭିନ୍ନ ଭିନ୍ନ ଲୋକଙ୍କଠାରେ ପ୍ରତିରୋପଣ କରାଯାଇ ୩୪ ଜଣ ନୂଆ ଜୀବନ ପାଇପାରିଥିଲେ।

-ଶିବାନୀ ମହାନ୍ତି, ସୁବାଷ ଚନ୍ଦ୍ର ପାଢୀ

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?