Posted inଫୁରସତ

ମୃତ୍ୟୁ ପରେ ବି ଜୀବିତ

ଏମାନେ ଥିଲେ ମୃତ୍ୟୁର ଖୁବ୍‌ ନିକଟତର। ବନ୍ଧୁ ପରିଜନ ହରାଇବସିଥିଲେ ତାଙ୍କ ଜିଇଁବାର ଆଶା। ଦୁଃଖରେ ଭାଙ୍ଗିପଡୁଥିଲେ। ତଥାପି ନିଜର ଦୁଃଖକୁ ଚାପି ଅନ୍ୟର ମୁହଁରେ ଖୁସି ଫୁଟାଇବା ପାଇଁ ଜୀବନଦୀପ ଲିଭିଯିବା ପୂର୍ବରୁ ଆପଣାର ସେଇ ମଣିଷର କରାଇଥିଲେ ଅଙ୍ଗଦାନ। ଯେମିତିକି ମୃତ୍ୟୁ ପରେ ବି ନିଜର ସେହି ମଣିଷଟି ଅନ୍ୟ ଶରୀରରେ ରହିବ ଜୀବିତ। ଆଉ ହୋଇଯିବ ଅମର..

୬ ଜଣଙ୍କୁ ଜୀବନ ଦାନ ଦେଲେ ସୁରଜ: ଗଞ୍ଜାମ ଜିଲା, ଭଞ୍ଜନଗର ଅନ୍ତର୍ଗତ ଲାଲସିଂ ଗ୍ରାମର ୨୨ ବର୍ଷୀୟ ସୁରଜ ସେଠୀ ସୁରଟ୍‌ରେ ଏକ କପଡା କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥାଏ। ହେଲେ ୨୦୧୯ ଅକ୍ଟୋବର ୨୯ ତାରିଖରେ ହଠାତ୍‌ ସେ ଏକ ବଡ଼ ଦୁର୍ଘଟଣାର ଶିକାର ହେଲେ। ଆଉ ସେଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଗଲା। ପରେ ତାଙ୍କ ମାମୁଁ ପ୍ରକାଶ ସେଠୀ କାମ କରୁଥିବା ମହାବୀର ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଡାକ୍ତର ବହୁତ ଚେଷ୍ଟା କରିଥିଲେ ଅବସ୍ଥାରେ ସୁଧାର ଆଣିବାକୁ। ୪ ଦିନ ହସ୍ପିଟାଲରେ ଚିକିତ୍ସା ଚାଲିଲା। ହେଲେ ନଭେମ୍ବର ୨ ତାରିଖ ଦିନ ଡାକ୍ତର କହିଲେ ସୁରଜଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଛି। କିନ୍ତୁ ଅନ୍ୟ ସବୁ ଅଙ୍ଗ ଠିକ୍‌ ଅଛି। ବ୍ରେନ୍‌ ଡେଡ୍‌ ହୋଇଯାଇଥିବାରୁ ସୁରଜଙ୍କ ବଞ୍ଚତ୍ବାର ଆଶା ଆଉ ନ ଥିଲା। ଏହି ସମୟରେ ସୁରଟର ଏକ ଏନ୍‌ଜିଓ ସୁରଜଙ୍କ ବାପା ବାବୁଲି ଓ ମା’ ଗୀତାଞ୍ଜଳିଙ୍କୁ ଭେଟି ଅଙ୍ଗଦାନ କରିବାକୁ ବୁଝେଇଥିଲେ। ବଞ୍ଚତ୍ବାର ଆଶା ନ ଥିବାରୁ ସୁରଜଙ୍କ ମା’ବାପା ଭାବିଲେ ଅଙ୍ଗଦାନ ମାଧ୍ୟମରେ ଆମ ପୁଅ ଆଉ କାହା ଶରୀରରେ ବଞ୍ଚି ରହିବ। ଲାଗିବ ସେ ଏବେବି ଜୀବିତ। ତେଣୁ ସେମାନେ ଏହି ମହତ କାର୍ଯ୍ୟ ପାଇଁ ରାଜି ହୋଇଯାଇଥିଲେ। ଏହାପରେ ସୁରଜଙ୍କର ହୃତ୍‌ପିଣ୍ଡ, ଯକୃତ୍‌, ଦୁଇଟିଯାକ କିଡ୍‌ନୀ ଓ ଦୁଇ ଆଖି ୬ଜଣଙ୍କ ଶରୀରରେ ପ୍ରତିରୋପଣ କରାଗଲା। ଆଉ ସେମାନେ ପାଇଲେ ନୂଆ ଜୀବନ। ହୃତ୍‌ପିଣ୍ଡକୁ ମୁମ୍ବାଇର ଫର୍ଟିସ୍‌ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଜଣେ ମହିଳାଙ୍କ ଶରୀରରେ ତାହା ପ୍ରତିରୋପଣ ହେଲା। କିଡ୍‌ନୀ ଓ ଯକୃତ୍‌ ଅହମ୍ମଦାବାଦର ତିନିଜଣଙ୍କ ଶରୀରରେ ପ୍ରତିରୋପଣ କରାଗଲା। ସେହିଭଳି ଦୁଇ ଆଖିକୁ ସୁରଟର ଦୁଇଜଣଙ୍କଠାରେ ପ୍ରତିରୋପଣ କରାଗଲା। ସୁରଜଙ୍କ ମା’ବାପାଙ୍କର ଏଭଳି ମହତ କାର୍ଯ୍ୟରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଘର କରିବା ପାଇଁ ଜାଗା ଓ ବିଜୁ ପକ୍କା ଘର ଯୋଜନା ଅନୁଯାୟୀ ଘର ପ୍ରଦାନ କଲେ। ତା’ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏହାବାଦ ଅଙ୍ଗଦାନ କରୁଥିବା ବ୍ୟକ୍ତି ତଥା ଅଙ୍ଗଦାନର ପ୍ରଚାର ପ୍ରସାର କରୁଥିବା ଅନୁଷ୍ଠାନକୁ ସୁରଜଙ୍କ ନାମାନୁସାରେ ‘ସୁରଜ ପୁରସ୍କାର’ ପ୍ରତିବର୍ଷ ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ।

ସ୍ତ୍ରୀଙ୍କ ଅଙ୍ଗଦାନ କଲେ ସ୍ବାମୀ: ଅଙ୍ଗଦାନର ଏକ ଘଟଣା ବ୍ରହ୍ମପୁରରେ ୨୦୧୮ ମେ ୨ ତାରିଖରେ ବି ଦେଖିବାକୁ ମିଳିଥିଲା। ସିପିଆଇ (ଏମ) ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକଙ୍କ ସ୍ତ୍ରୀ ହେଉଛନ୍ତି କୁସୁମ ଦାଶ। ତାଙ୍କର ଶେଷଇଚ୍ଛା ଥିଲା ତାଙ୍କ ଶରୀରକୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଦାନ କରି ଦେବା ପାଇଁ। ଯଦ୍ୱାରା ତାଙ୍କ ଶରୀର ଡ଼ାକ୍ତରୀ ଛାତ୍ରୀଛାତ୍ରଙ୍କ ଗବେଷଣା ଓ ଅଧ୍ୟୟନରେ ସହାୟକ ହେବ। ଏହାବାଦ୍‌ ତାଙ୍କର ଇଛା ଚକ୍ଷୁ ଦାନ କରିବା ମଧ୍ୟ ଥିଲା। ତେଣୁ ଅଳି କିଶୋର କୁସୁମଙ୍କ ଶେଷଇଛା ଅନୁସାରେ ତାଙ୍କ ଚକ୍ଷୁକୁ ଦାନ କରିବା ସହ ଶରୀର ବି ଦାନ କରିଥିଲେ। କୁସୁମଙ୍କଠାରୁ ପ୍ରେରଣା ପାଇଁ ସେତେବେଳେ ୨୯ ଜଣ ସେମାନଙ୍କ ଶରୀର ଦାନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। ତନ୍ମଧ୍ୟରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତିପୁର ଗ୍ରାମର ନୃସିଂହ ସାହୁଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସାହୁ ମଧ୍ୟ ଥିଲେ। ୨୦୧୮ ମେ ୨୯ରେ ସେ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବାଇକରେ ବ୍ରହ୍ମପୁର ଆସୁଥିବା ବେଳେ କାଳୁଆ ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଏମକେସିଜି ମେଡିକାଲ ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଲକ୍ଷ୍ମୀଙ୍କ ଶରୀରରୁ ଦୁଇଟି କିଡନୀ, ଆଖି ଓ ଲିଭରକୁ ଦାନ କରିବା ଉଦ୍ଦେଶ୍ୟରେ ବାହାର କରାଯାଇଥିଲା। ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ହାଇଦ୍ରାବାଦର ଦୁଇଜଣଙ୍କ ଶରୀରରେ ତାଙ୍କ କିଡ଼ନୀକୁ ପ୍ରତିରୋପଣ କରାଯାଇଥିବା ବେଳେ ଲକ୍ଷ୍ମୀଙ୍କ ଚକ୍ଷୁକୁ ଦୁଇଜଣ ଶିଶୁଙ୍କୁ ଏବଂ ତାଙ୍କ ଲିଭରକୁ ୧୪ ବର୍ଷିୟ ଜଣେ ଯୁବକଙ୍କୁ ଦାନ କରାଯାଇଥିଲା। ଫଳରେ ଲକ୍ଷ୍ମୀଙ୍କ ଯୋଗୁଁ ୫ ଜଣ ବ୍ୟକ୍ତି ନୂଆ ଜୀବନ ପାଇପାରିଥିଲେ।

୩୪ ଜଣଙ୍କୁ ନୂଆ ଜୀବନ ଦେଲେ ଅନମୋଲ୍‌: ୨୦୧୨ ଡିସେମ୍ବର ମାସ କଥା। ଅନମୋଲ ଜୁନେଜା ପୂର୍ବ ଦିଲ୍ଲୀରେ ଥିବା ତାଙ୍କ ଘରକୁ ଫେରୁଥାନ୍ତି। ହଠାତ୍‌ ଏକ ଟ୍ରକ ସହ ତାଙ୍କର ଧକ୍କା ହେଲା। ଗୁରୁତର ଆହତ ଅନମୋଲଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଗଲା। ଅନ୍‌ମୋଲ୍‌ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥାଏ। ଦୁଇ ଦିନର ଚିକିତ୍ସା ପରେ ଡାକ୍ତର କହିଲେ ଅନମୋଲଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଛି। ଏଭଳି ଦୁଃଖଦ ସମୟରେ ବାପା ମଦନମୋହନ ନେଇଥିଲେ ଏକ ବଡ଼ ନିଷ୍ପତ୍ତି। ସେ ଜାଣିପାରିଲେ ଯେ, ପୁଅ ତାଙ୍କର ଆଉ ବେଶି ସମୟ ଜୀବିତ ରହିବ ନାହିଁ। ତେଣୁ ଭାବିଲେ ପୁଅର ଅଙ୍ଗଦାନ କରି ଅନ୍ୟ ଶରୀରରେ ନିଜ ତା’ର ସତ୍ତାକୁ ଅନୁଭବ କରିବେ। ତେଣୁ ଏମ୍ସକୁ ଅନମୋଲଙ୍କ ଚର୍ମ, ଅସ୍ଥି, ଦୁଇ ଆଖି, କିଡ୍‌ନୀ, ଲିଭର୍‌ ପ୍ରତିରୋପଣ ପାଇଁ ଦେଲେ। ଅନମୋଲଙ୍କ ଦୁଇ ଆଖି ୪ ଜଣଙ୍କଠାରେ ପ୍ରତିରୋପଣ କରାଯାଇଥିଲା, ଯାହାକି ଭାରତର ପ୍ରଥମ ସଫଳ ପଦ୍ଧତି ଥିଲା। ଯାହାଦ୍ୱାରା ଗୋଟିଏ ଆଖି ଦୁଇଜଣଙ୍କଠାରେ ପ୍ରତିରୋପଣ ହୋଇଥିଲା। କିଡ୍‌ନୀ ଓ ଲିଭର୍‌ର ବି ସଫଳ ପ୍ରତିରୋପଣ ହୋଇଥିଲା। ଏହା ପ୍ରଥମ କେସ୍‌ ଥିଲା, ଯେଉଁଥିରେ ଜଣଙ୍କର ସମ୍ପୂର୍ଣ୍ଣ ଲିଭର୍‌ ଆଉ ଜଣକ ଶରୀରରେ ପ୍ରତିରୋପଣ ହୋଇଥିଲା। ଅନ୍‌ମୋଲଙ୍କ ଶରୀରର ବିଭିନ୍ନ ଅଙ୍ଗ ଭିନ୍ନ ଭିନ୍ନ ଲୋକଙ୍କଠାରେ ପ୍ରତିରୋପଣ କରାଯାଇ ୩୪ ଜଣ ନୂଆ ଜୀବନ ପାଇପାରିଥିଲେ।

-ଶିବାନୀ ମହାନ୍ତି, ସୁବାଷ ଚନ୍ଦ୍ର ପାଢୀ

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri