୨୨ ଦିନ ପରେ ବି ଚାଷୀଙ୍କୁ ଟଙ୍କା ମିଳୁନି

ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତବର୍ଷ ଖରିଫ ଧାନକିଣାରେ ଅବ୍ୟବସ୍ଥା ସାମନାକୁ ଆସିଛି। ମଣ୍ଡିରେ ଧାନ ବିକ୍ରିର ପ୍ରାପ୍ୟ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ ପାଇଁ ପ୍ରାବଧାନ ରହିଛି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ୨୦ଦିନରୁ ଊର୍ଦ୍ଧ୍ୱ ହେଲା ମିଳୁ ନ ଥିବା ଘଟଣାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଜିଲାରେ ୨୦୨୨ ଡିସେମ୍ବର ୨୮ରୁ ଧାନକ୍ରୟ ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଥିଲା। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜାନୁୟାରୀ ୨ରେ ଧାନ ମଣ୍ଡି ଖୋଲିଥିଲା। ଜିଲାକୁ ସରକାର ଚଳିତବର୍ଷ ୯,୪୦,୮୦୬ କୁଇଣ୍ଟାଲ ଧାନ କ୍ରୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧,୧୨,୬୨୬ କୁଇଣ୍ଟାଲ ୪୦ କିଲୋ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ବ୍ଲକରେ ୧୪ଟି ସେବା ସମବାୟ ସମିତିରେ ୫,୮୮୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ଶନିବାର ସୁଦ୍ଧା ୧୯୮୨ଜଣ ଚାଷୀଙ୍କଠାରୁ ପ୍ରାୟ ୮୧ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ନେଇ ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ସୂଚନା ଦେଇଛ। ମାତ୍ର ଧାନ ବିକ୍ରି କରିଥିବା ଚାଷୀଙ୍କୁ ଗତ ୨୦ରୁ ଅଧିକ ଦିନ ହେବ କାହଁିକି ପ୍ରାପ୍ୟ ମିଳିନି ବୋଲି ପଚାରିବାରେ ସୋମବାରଠାରୁ ଚାଷୀ ତାଙ୍କ ପ୍ରାପ୍ୟ ପାଇଯିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଧାନ କ୍ରୟ ସମବାୟ ସମିତିରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉନାହିଁ। ଚାଷୀଙ୍କୁ ଟୋକନ ମିଆଦି ଶେଷ ହେବା ଭୟ ଘାରି ଥିବାବେଳେ ଟାର୍ଗେଟ ନାହିଁ କହି ସମ୍ପାଦକ ଧାନ କିଣୁନାହାନ୍ତି। ଅନେକ ସ୍ଥାନରେ ଟାର୍ଗେଟ ନ ଥିବାରୁ ଧାନ ଉଠି ନ ପାରି ମଣ୍ଡି ସମେତ ଗଁା ଦାଣ୍ଡରେ ପଡି ରହିଛି। ସମିତି ସମ୍ପାଦକଙ୍କ ମନମାନି ଯୋଗୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି। ଜିଲା ଯୋଗାଣ ବିଭାଗକୁ ଭୁଲ ତଥ୍ୟ ଦେଇ ସମିତି ସମ୍ପାଦକ ଖସିଯିବାକୁ ଉଦ୍ୟମ କରୁଛନ୍ତି। ସମବାୟ ସମିତି ସମ୍ପାଦକମାନେ ଇଚ୍ଛା ମୁତାବକ ସରକାରୀ ଟୋକନ୍‌ ମେସେଜର କାହାଠାରୁ ୪୦ ପ୍ରତିଶତ, ଆଉ କାହାଠାରୁ ୫୦ ପ୍ରତିଶତ ଧାନ ସଂଗ୍ରହ କରୁଛନ୍ତି। ଟାର୍ଗେଟ ନାହିଁ କହି ଚାଷୀମାନଙ୍କୁ ହଇରାଣ କରାଯାଉଛି। ଅନେକ ସମବାୟ ସମିତି ଯଥା ଖଡିଅଣ୍ଟା, ବଡ଼ପଡ଼ା, କଷଣଅଣ୍ଟା ମଣ୍ଡି ନ ଖୋଲି ସମ୍ପାଦକମାନେ ସିଧା ସଳଖ ଧାନ ମିଲକୁ ପଠାଇ ଦେଉଛନ୍ତି। ଫଳରେ ସାନଜରିଆ ମଣ୍ଡିରେ ଧାନ ପଡିଥିବା ବେଳେ ସମ୍ପାଦକ ନିଜ ଘର ପାଖରେ ଅଫିସ କରି ଧାନ ପଠାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କର ଧାନକୁ ସୁବିଧାରେ ବିକ୍ରି କରିବାକୁ ସରକାରଙ୍କ ପକ୍ଷରୁ ସମବାୟ ସମିତି ଗୁଡ଼ିକରେ ଧାନମଣ୍ଡି ଖୋଲାଯାଇଛି। କିପରି ଚାଷୀମାନେ ଧାନ ବିକ୍ରି କରି ତା’ର ଉପଯୁକ୍ତ ମୂଲ୍ୟ ପାଇ ପାରିବେ, ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଚାଷୀ ମିଲର ଓ ସମବାୟ ସମିତି ସମ୍ପାଦକମାନଙ୍କ ଦ୍ୱାରା ଶୋଷଣ ନ ହେବା ପାଇଁ ଜିଲା ସ୍ତରରେ ସ୍କ୍ବାର୍ଡ ଗଠନ କରାଯାଇଛି। ଏହି ସ୍କ୍ବାର୍ଡର ଅଧିକାରୀମାନେ ଜିଲାର ପ୍ରତ୍ୟେକ ମଣ୍ଡିକୁ ଯାଇ ଧାନ କିଣାରେ ସ୍ବଚ୍ଛତା ରହୁଛି ନା ନାହିଁ, ସେ ନେଇ ଯାଞ୍ଚ କରିବା କଥା। ମାତ୍ର ଏତେ ସବୁ ବିଧି ବ୍ୟବସ୍ଥା ଥାଇ ମଧ୍ୟ ଚାଷୀମାନେ ମିଲର ଓ ସମବାୟ ସମିତି ସମ୍ପାଦକ ମାନଙ୍କର ଶୋଷଣର ଶିକାର ହେଉଛନ୍ତି। ଚାଷୀ ଧାନ ବିକି ଟଙ୍କା ପାଇବାକୁ ଚିନ୍ତାରେ ବସୁଛି। ମାତ୍ର ଏବେବି ଅନେକ ସ୍ଥାନରେ ମଣ୍ଡି ଖୋଲା ଯାଇନାହିଁ। ଅଧିକାଂଶ ଧାନମଣ୍ଡି କେବଳ କାଗଜ କଲମରେ ଚାଲିଛି ବୋଲି ଚାଷୀ ଅଜୟ ନାୟକ, ଅକ୍ଷୟ କୁମାର ବିଶ୍ୱାଳ, ସୁରେନ୍ଦ୍ର ପରିଡା, ସହଦେବ ଦାସ, ଗୁଣମଣି ବେହେରା, ସୁକାନ୍ତ ସାହୁ, ଭଜହରି ପ୍ରଧାନ, ଭୀମସେନ ବେହେରା, ପରମାନନ୍ଦ ପଲେଇ, ପ୍ରଫୁଲ୍ଲ ଦାଶ, ଓଡ଼ିଶା କୃଷକ ସଭା ଜିଲା ସମ୍ପାଦକ ବିଜୟ ଦାସ, ଚାଷୀ ନେତା ଦାଶରଥୀ ସାହୁ, ଚାଷୀ ମୂଲିଆ ସଂଘ ସଭାପତି ଭାସ୍କର ରାଉତରାୟ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏଆର୍‌ସିଏସ ସନ୍ତୋଷ କୁମାର ଦାଶଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri