୨୨ ଦିନ ପରେ ବି ଚାଷୀଙ୍କୁ ଟଙ୍କା ମିଳୁନି

ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତବର୍ଷ ଖରିଫ ଧାନକିଣାରେ ଅବ୍ୟବସ୍ଥା ସାମନାକୁ ଆସିଛି। ମଣ୍ଡିରେ ଧାନ ବିକ୍ରିର ପ୍ରାପ୍ୟ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ ପାଇଁ ପ୍ରାବଧାନ ରହିଛି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ୨୦ଦିନରୁ ଊର୍ଦ୍ଧ୍ୱ ହେଲା ମିଳୁ ନ ଥିବା ଘଟଣାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଜିଲାରେ ୨୦୨୨ ଡିସେମ୍ବର ୨୮ରୁ ଧାନକ୍ରୟ ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଥିଲା। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜାନୁୟାରୀ ୨ରେ ଧାନ ମଣ୍ଡି ଖୋଲିଥିଲା। ଜିଲାକୁ ସରକାର ଚଳିତବର୍ଷ ୯,୪୦,୮୦୬ କୁଇଣ୍ଟାଲ ଧାନ କ୍ରୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧,୧୨,୬୨୬ କୁଇଣ୍ଟାଲ ୪୦ କିଲୋ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ବ୍ଲକରେ ୧୪ଟି ସେବା ସମବାୟ ସମିତିରେ ୫,୮୮୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ଶନିବାର ସୁଦ୍ଧା ୧୯୮୨ଜଣ ଚାଷୀଙ୍କଠାରୁ ପ୍ରାୟ ୮୧ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ନେଇ ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ସୂଚନା ଦେଇଛ। ମାତ୍ର ଧାନ ବିକ୍ରି କରିଥିବା ଚାଷୀଙ୍କୁ ଗତ ୨୦ରୁ ଅଧିକ ଦିନ ହେବ କାହଁିକି ପ୍ରାପ୍ୟ ମିଳିନି ବୋଲି ପଚାରିବାରେ ସୋମବାରଠାରୁ ଚାଷୀ ତାଙ୍କ ପ୍ରାପ୍ୟ ପାଇଯିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଧାନ କ୍ରୟ ସମବାୟ ସମିତିରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉନାହିଁ। ଚାଷୀଙ୍କୁ ଟୋକନ ମିଆଦି ଶେଷ ହେବା ଭୟ ଘାରି ଥିବାବେଳେ ଟାର୍ଗେଟ ନାହିଁ କହି ସମ୍ପାଦକ ଧାନ କିଣୁନାହାନ୍ତି। ଅନେକ ସ୍ଥାନରେ ଟାର୍ଗେଟ ନ ଥିବାରୁ ଧାନ ଉଠି ନ ପାରି ମଣ୍ଡି ସମେତ ଗଁା ଦାଣ୍ଡରେ ପଡି ରହିଛି। ସମିତି ସମ୍ପାଦକଙ୍କ ମନମାନି ଯୋଗୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି। ଜିଲା ଯୋଗାଣ ବିଭାଗକୁ ଭୁଲ ତଥ୍ୟ ଦେଇ ସମିତି ସମ୍ପାଦକ ଖସିଯିବାକୁ ଉଦ୍ୟମ କରୁଛନ୍ତି। ସମବାୟ ସମିତି ସମ୍ପାଦକମାନେ ଇଚ୍ଛା ମୁତାବକ ସରକାରୀ ଟୋକନ୍‌ ମେସେଜର କାହାଠାରୁ ୪୦ ପ୍ରତିଶତ, ଆଉ କାହାଠାରୁ ୫୦ ପ୍ରତିଶତ ଧାନ ସଂଗ୍ରହ କରୁଛନ୍ତି। ଟାର୍ଗେଟ ନାହିଁ କହି ଚାଷୀମାନଙ୍କୁ ହଇରାଣ କରାଯାଉଛି। ଅନେକ ସମବାୟ ସମିତି ଯଥା ଖଡିଅଣ୍ଟା, ବଡ଼ପଡ଼ା, କଷଣଅଣ୍ଟା ମଣ୍ଡି ନ ଖୋଲି ସମ୍ପାଦକମାନେ ସିଧା ସଳଖ ଧାନ ମିଲକୁ ପଠାଇ ଦେଉଛନ୍ତି। ଫଳରେ ସାନଜରିଆ ମଣ୍ଡିରେ ଧାନ ପଡିଥିବା ବେଳେ ସମ୍ପାଦକ ନିଜ ଘର ପାଖରେ ଅଫିସ କରି ଧାନ ପଠାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କର ଧାନକୁ ସୁବିଧାରେ ବିକ୍ରି କରିବାକୁ ସରକାରଙ୍କ ପକ୍ଷରୁ ସମବାୟ ସମିତି ଗୁଡ଼ିକରେ ଧାନମଣ୍ଡି ଖୋଲାଯାଇଛି। କିପରି ଚାଷୀମାନେ ଧାନ ବିକ୍ରି କରି ତା’ର ଉପଯୁକ୍ତ ମୂଲ୍ୟ ପାଇ ପାରିବେ, ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଚାଷୀ ମିଲର ଓ ସମବାୟ ସମିତି ସମ୍ପାଦକମାନଙ୍କ ଦ୍ୱାରା ଶୋଷଣ ନ ହେବା ପାଇଁ ଜିଲା ସ୍ତରରେ ସ୍କ୍ବାର୍ଡ ଗଠନ କରାଯାଇଛି। ଏହି ସ୍କ୍ବାର୍ଡର ଅଧିକାରୀମାନେ ଜିଲାର ପ୍ରତ୍ୟେକ ମଣ୍ଡିକୁ ଯାଇ ଧାନ କିଣାରେ ସ୍ବଚ୍ଛତା ରହୁଛି ନା ନାହିଁ, ସେ ନେଇ ଯାଞ୍ଚ କରିବା କଥା। ମାତ୍ର ଏତେ ସବୁ ବିଧି ବ୍ୟବସ୍ଥା ଥାଇ ମଧ୍ୟ ଚାଷୀମାନେ ମିଲର ଓ ସମବାୟ ସମିତି ସମ୍ପାଦକ ମାନଙ୍କର ଶୋଷଣର ଶିକାର ହେଉଛନ୍ତି। ଚାଷୀ ଧାନ ବିକି ଟଙ୍କା ପାଇବାକୁ ଚିନ୍ତାରେ ବସୁଛି। ମାତ୍ର ଏବେବି ଅନେକ ସ୍ଥାନରେ ମଣ୍ଡି ଖୋଲା ଯାଇନାହିଁ। ଅଧିକାଂଶ ଧାନମଣ୍ଡି କେବଳ କାଗଜ କଲମରେ ଚାଲିଛି ବୋଲି ଚାଷୀ ଅଜୟ ନାୟକ, ଅକ୍ଷୟ କୁମାର ବିଶ୍ୱାଳ, ସୁରେନ୍ଦ୍ର ପରିଡା, ସହଦେବ ଦାସ, ଗୁଣମଣି ବେହେରା, ସୁକାନ୍ତ ସାହୁ, ଭଜହରି ପ୍ରଧାନ, ଭୀମସେନ ବେହେରା, ପରମାନନ୍ଦ ପଲେଇ, ପ୍ରଫୁଲ୍ଲ ଦାଶ, ଓଡ଼ିଶା କୃଷକ ସଭା ଜିଲା ସମ୍ପାଦକ ବିଜୟ ଦାସ, ଚାଷୀ ନେତା ଦାଶରଥୀ ସାହୁ, ଚାଷୀ ମୂଲିଆ ସଂଘ ସଭାପତି ଭାସ୍କର ରାଉତରାୟ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏଆର୍‌ସିଏସ ସନ୍ତୋଷ କୁମାର ଦାଶଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri