କେନ୍ଦୁପାଟଣା ଅସ୍ଥାୟୀ କୋଭିଡ୍‌ ହସ୍ପିିଟାଲ ଉଚ୍ଛେଦ

ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)କଟକ-ଚାନ୍ଦବାଲି ରାସ୍ତା କଡ଼ରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ କରୋନା ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ଅସ୍ଥାୟୀ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଥିଲା। କରୋନା ଛାଡ଼ି ଯିବା ପରେ ଏହି ହସ୍ପିଟାଲ ଭୂତକୋଠି ହୋଇ ପଡ଼ି ରହିଥିଲା। ଏବେ ଏହି ହସ୍ପିଟାଲର ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ହସ୍ପିଟାଲର ଯନ୍ତ୍ରାଂଶ ଗୁଡ଼ିକୁ କଟକ ଜିଲାର ୭ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଦାନ କରାଯାଇଛି। ସାମାଜିକ କର୍ମୀ ରମେଶ ଚନ୍ଦ୍ର ସ୍ବାଇଁ କହିଛନ୍ତି, ସରକାର ମହତ ଉଦ୍ଦେଶ୍ୟରେ କୋଭିହ୍‌ ହସ୍ପିଟାଲ କରିଥିଲେ। ବ୍ଲକରୁ ଲକ୍ଷାଧିକ ଟଙ୍କା ଦିଆଯାଇ ଭିତ୍ତିଭୂମିର ବିକାଶ କରାଯାଇଥିଲା। ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁର୍ଘଟଣା ରୋଗୀଙ୍କ ପାଇଁ ଉପଯୁକ୍ତ ସୁବିଧା ନ ଥିବାରୁ ଏଠାରେ ସରକାର ଟ୍ରମା କେୟାର ସେଣ୍ଟର କରିଥିଲେ ବହୁ ଲୋକ ଉପକୃତ ହୋଇଥାନ୍ତେ।
ରାଜ୍ୟ ସରକାରଙ୍କ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲ୍ଳକ ପ୍ରଶାସନ ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟ କରି ଏହି ହସ୍ପିଟାଲର ଭିତ୍ତିଭୂମି ନିର୍ମାଣ କରାଯାଇଥିଲା। ଏବେ ଯନ୍ତ୍ରାଂଶ ବଣ୍ଟାଯିବା ପରେ ନିର୍ମାଣ ହୋଇଥିବା ଘର କିଏ ନେବ ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଆମେରିକାନ ଫାଉଣ୍ଡେଶନ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଅସ୍ଥାୟୀ କୋଭିଡ ହସ୍ପିଟାଲରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୨ ଜାନୁଆରୀ ୭ରେ ତକତ୍ାଳୀନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲାଙ୍କ ସମେତ କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ଏହି ଅସ୍ଥାୟୀ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କରିଥିଲେ। ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ଏହି ହସ୍ପିଟାଲର ଗୁରୁତ୍ୱ ହରାଇଥିଲା। ଉଦ୍‌ଘାଟନ ପରଠାରୁ ଏହି ହସ୍ପିଟାଲଟି କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠିରେ ପରିଣତ ହୋଇଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ସରକାର ତୁରିତ ପଦକ୍ଷେପ ନେଇ ହସପିଟାଲରେ ଥିବା ବିଭିନ୍ନ ମେଡିକାଲ ସରଞ୍ଜାମ, ଶଯ୍ୟା, ଏସସି ଓ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶକୁ ୭ଟି ହସ୍ପିଟାଲକୁ ବଣ୍ଟନ କରାଯାଇଛି। ତେବେ ଏହି ହସ୍ପିଟାଲଟି ରାସ୍ତା କଡରେ ଥିବା ଓ ଭିତ୍ତିଭୂମି ବିକଶିତ ହୋଇଥିବାରୁ ଏଠାରେ ଏକ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଆସୁଥିଲା। ସରକାର ଯଦି ଏହି ଭିତ୍ତିଭୂମି ଉପରେ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିଥାନ୍ତେ ତେବେ ଦୁର୍ଘଟଣାଜନିତ ରୋଗୀମାନେ ଉପକୃତ ହୋଇପାରିଥାନ୍ତେ। କିନ୍ତୁ ପରିତାପର ବିଷୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲା ପ୍ରଶାସନ ଏହି ଅସ୍ଥାୟୀ ହସ୍ପିଟାଲକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଅମିତ କୁମାର ଜେନାଙ୍କୁ ପଚାରିବାରେ ସରକାରଙ୍କ ନିଷ୍ପତିକ୍ରମେ ହସ୍ପିଟାଲ ବନ୍ଦ ହେବା ପରେ ଏହାର ଯନ୍ତ୍ରାଂଶକୁ କଟକ ଜିଲାର ୧୪ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ବଣ୍ଟନ କରିବାକୁ ନିଷ୍ପତି ହୋଇଥିଲା। ୭ଟି ସ୍ବାସ୍ଥକେନ୍ଦ୍ରକୁ ନିଜ ନିଜ ର ଆବଶ୍ୟକତା ଦୃଷ୍ଟିରୁ ଡାକ୍ତରୀ ସାମଗ୍ରୀ ଯୋଗାଇ ଦିଆଯାଇଛି। ବଳକା ଥିବା ଜିନିଷକୁ ଅନ୍ୟ ମେଡିକାଲ ଗୁଡିକୁ ଯୋଗାଇ ଦିଆଯିବ। ତେବେ ଅସ୍ଥାୟୀ ଘର ଗୁଡିକୁ କ’ଣ କରାଯିବ ସେନେଇ ନିଷ୍ପତ୍ତିି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri