କେନ୍ଦୁପାଟଣା ଅସ୍ଥାୟୀ କୋଭିଡ୍‌ ହସ୍ପିିଟାଲ ଉଚ୍ଛେଦ

ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)କଟକ-ଚାନ୍ଦବାଲି ରାସ୍ତା କଡ଼ରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ କରୋନା ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ଅସ୍ଥାୟୀ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଥିଲା। କରୋନା ଛାଡ଼ି ଯିବା ପରେ ଏହି ହସ୍ପିଟାଲ ଭୂତକୋଠି ହୋଇ ପଡ଼ି ରହିଥିଲା। ଏବେ ଏହି ହସ୍ପିଟାଲର ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ହସ୍ପିଟାଲର ଯନ୍ତ୍ରାଂଶ ଗୁଡ଼ିକୁ କଟକ ଜିଲାର ୭ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଦାନ କରାଯାଇଛି। ସାମାଜିକ କର୍ମୀ ରମେଶ ଚନ୍ଦ୍ର ସ୍ବାଇଁ କହିଛନ୍ତି, ସରକାର ମହତ ଉଦ୍ଦେଶ୍ୟରେ କୋଭିହ୍‌ ହସ୍ପିଟାଲ କରିଥିଲେ। ବ୍ଲକରୁ ଲକ୍ଷାଧିକ ଟଙ୍କା ଦିଆଯାଇ ଭିତ୍ତିଭୂମିର ବିକାଶ କରାଯାଇଥିଲା। ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁର୍ଘଟଣା ରୋଗୀଙ୍କ ପାଇଁ ଉପଯୁକ୍ତ ସୁବିଧା ନ ଥିବାରୁ ଏଠାରେ ସରକାର ଟ୍ରମା କେୟାର ସେଣ୍ଟର କରିଥିଲେ ବହୁ ଲୋକ ଉପକୃତ ହୋଇଥାନ୍ତେ।
ରାଜ୍ୟ ସରକାରଙ୍କ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲ୍ଳକ ପ୍ରଶାସନ ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟ କରି ଏହି ହସ୍ପିଟାଲର ଭିତ୍ତିଭୂମି ନିର୍ମାଣ କରାଯାଇଥିଲା। ଏବେ ଯନ୍ତ୍ରାଂଶ ବଣ୍ଟାଯିବା ପରେ ନିର୍ମାଣ ହୋଇଥିବା ଘର କିଏ ନେବ ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଆମେରିକାନ ଫାଉଣ୍ଡେଶନ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଅସ୍ଥାୟୀ କୋଭିଡ ହସ୍ପିଟାଲରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୨ ଜାନୁଆରୀ ୭ରେ ତକତ୍ାଳୀନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲାଙ୍କ ସମେତ କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ଏହି ଅସ୍ଥାୟୀ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କରିଥିଲେ। ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ଏହି ହସ୍ପିଟାଲର ଗୁରୁତ୍ୱ ହରାଇଥିଲା। ଉଦ୍‌ଘାଟନ ପରଠାରୁ ଏହି ହସ୍ପିଟାଲଟି କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠିରେ ପରିଣତ ହୋଇଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ସରକାର ତୁରିତ ପଦକ୍ଷେପ ନେଇ ହସପିଟାଲରେ ଥିବା ବିଭିନ୍ନ ମେଡିକାଲ ସରଞ୍ଜାମ, ଶଯ୍ୟା, ଏସସି ଓ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶକୁ ୭ଟି ହସ୍ପିଟାଲକୁ ବଣ୍ଟନ କରାଯାଇଛି। ତେବେ ଏହି ହସ୍ପିଟାଲଟି ରାସ୍ତା କଡରେ ଥିବା ଓ ଭିତ୍ତିଭୂମି ବିକଶିତ ହୋଇଥିବାରୁ ଏଠାରେ ଏକ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଆସୁଥିଲା। ସରକାର ଯଦି ଏହି ଭିତ୍ତିଭୂମି ଉପରେ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିଥାନ୍ତେ ତେବେ ଦୁର୍ଘଟଣାଜନିତ ରୋଗୀମାନେ ଉପକୃତ ହୋଇପାରିଥାନ୍ତେ। କିନ୍ତୁ ପରିତାପର ବିଷୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲା ପ୍ରଶାସନ ଏହି ଅସ୍ଥାୟୀ ହସ୍ପିଟାଲକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଅମିତ କୁମାର ଜେନାଙ୍କୁ ପଚାରିବାରେ ସରକାରଙ୍କ ନିଷ୍ପତିକ୍ରମେ ହସ୍ପିଟାଲ ବନ୍ଦ ହେବା ପରେ ଏହାର ଯନ୍ତ୍ରାଂଶକୁ କଟକ ଜିଲାର ୧୪ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ବଣ୍ଟନ କରିବାକୁ ନିଷ୍ପତି ହୋଇଥିଲା। ୭ଟି ସ୍ବାସ୍ଥକେନ୍ଦ୍ରକୁ ନିଜ ନିଜ ର ଆବଶ୍ୟକତା ଦୃଷ୍ଟିରୁ ଡାକ୍ତରୀ ସାମଗ୍ରୀ ଯୋଗାଇ ଦିଆଯାଇଛି। ବଳକା ଥିବା ଜିନିଷକୁ ଅନ୍ୟ ମେଡିକାଲ ଗୁଡିକୁ ଯୋଗାଇ ଦିଆଯିବ। ତେବେ ଅସ୍ଥାୟୀ ଘର ଗୁଡିକୁ କ’ଣ କରାଯିବ ସେନେଇ ନିଷ୍ପତ୍ତିି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri