ସସମ୍ମାନେ ଇଚ୍ଛାମୃତ୍ୟୁ

ଦ୍ୱିତୀୟ ଶତାବ୍ଦୀର ରୋମାନ୍‌ ଶାସକ ତଥା ପ୍ରଖ୍ୟାତ ଦାର୍ଶନିକ ମାର୍‌କସ୍‌ ଆଉରେ ଲିସ୍‌ (୧୨୧ରୁ ୧୮୦ ମସିହା) ଶିରକୁ ଉନ୍ନତକରି ଦୁନିଆରୁ ବିଦାୟ ନେବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର ବୋଲି ମତ ପୋଷଣକରି ତାଙ୍କ ‘ମୃତ୍ୟୁରେ ସ୍ବାଭିମାନ’ କବିତାରେ ସୂଚିତ କରିଥିଲେ ”ମୁଁ କିପରି ମୃତ୍ୟୁବରଣ କରିବି ତାହା ମୋର ନିଷ୍ପତ୍ତି, ମୁଁ କିପରି ଧରାପୃଷ୍ଠରୁ ବିଦାୟ ନେବି ତାହା ମୋର ଅନ୍ତିମ ଲକ୍ଷ୍ୟ, ମୋ ଜୀବନ ହେଉଛି ମୋର, ସେହିପରି ମୋର ମୃତ୍ୟୁ, ମୁଁ କିପରି ଏଠାରୁ ଯିବି ତାହା ମୋର ଚିନ୍ତାର ବିଷୟ।“
ତାଙ୍କ ସହିତ ନିଶ୍ଚିତ ଭାବେ ଏକମତ ହେବେ ପ୍ରତ୍ୟେକ ସ୍ବାଭିମାନୀ ମଣିଷ। କାରଣ ବାର୍ଦ୍ଧକ୍ୟ ବା ରୋଗାକ୍ରାନ୍ତ ହୋଇ ଯନ୍ତ୍ରଣାରେ ମରିବା ଅପେକ୍ଷା ସ୍ବାଭିମାନର ସହ ମୃତ୍ୟୁବରଣ କରିବା ନିଶ୍ଚିତ ରୂପେ ସ୍ପୃହଣୀୟ। ସରଳ ଭାଷାରେ କହିବାକୁ ଗଲେ ମାର୍‌କସ୍‌ଙ୍କ ଲକ୍ଷ୍ୟରେ ଥିଲେ ଜଟିଳ ରୋଗବ୍ୟାଧି ଓ ବାର୍ଦ୍ଧକ୍ୟ ପ୍ରପୀଡ଼ିତ ଅକର୍ମଣ୍ୟମାନେ। ଏବେ ପୃଥିବୀର ଅନେକ ଦେଶରେ ଏ ପ୍ରକାର ଇଚ୍ଛାମୃତ୍ୟୁକୁ ଆଇନଗତ ସ୍ବୀକୃତି ମିଳିଛି – ତେବେ ଏ ଅଧିକାର ଦିଆଯାଇଛି ଭିନ୍ନ ଭିନ୍ନ ରୂପେ।
ଆମ ଦେଶରେ ଏଥିପାଇଁ ଯେଉଁ ଅନୁମତି ମିଳିଛି ତାହା ହେଲା କୌଣସି ଘାତକ ରୋଗ ପ୍ରପୀଡ଼ିତ କିମ୍ବା ବାର୍ଦ୍ଧକ୍ୟଜନିତ ଅକର୍ମଣ୍ୟ ଲୋକ ଅନ୍ତିମକ୍ଷଣର ଅପେକ୍ଷାରେ ଥିଲେ ତାଙ୍କୁ ସାମୟିକ ବଞ୍ଚାଇ ରଖିବା ପାଇଁ ଚିକିତ୍ସା କିମ୍ବା ଜୀବନ ସହାୟକ ଯନ୍ତ୍ରପାତିର ବ୍ୟବହାର ବନ୍ଦ କରିଦେବା। ଏଥିପାଇଁ ବ୍ୟକ୍ତି ଜଣକ ସଚେତନ ଅବସ୍ଥାରେ ଥିଲେ ନିଜେ କିମ୍ବା ସେ ଅଚେତନ ଅବସ୍ଥାକୁ ଆସିଯାଇଥିଲେ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ଇଚ୍ଛାପତ୍ରଟିଏ ସ୍ବାକ୍ଷର କରିବାକୁ ପଡ଼େ। ବିଗତ ଜୁନ୍‌ ମାସରେ (୨୦୨୫) ମୁମ୍ବାଇସ୍ଥିତ ପି.ଡି. ହିନ୍ଦୁଜା ହସ୍ପିଟାଲର ‘ଲିଭିଂ ଉଇଲ୍‌ କ୍ଲିନିକ୍‌’ ଦେଶରେ ପ୍ରଥମେ ଏଥିରେ ସହାୟତା କରିବାର ବ୍ୟବସ୍ଥା ଆରମ୍ଭ କରିଛି। ଯେକୌଣସି ୧୮ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତି ଏଠାରେ ଇଚ୍ଛାପତ୍ରଟିଏ ସ୍ବାକ୍ଷର କରିପାରିବ, ବର୍ତ୍ତମାନ ସେ ସୁସ୍ଥ ହୋଇ ଥାଉ ବା ନ ଥାଉ। ଏଥିପୂର୍ବରୁ ତାଙ୍କୁ ମ୍ୟୁନିସିପାଲିଟି ଅଫିସରେ ରେଜିଷ୍ଟ୍ରେଶନ କରିବାକୁ ପଡ଼ିବ। ଏହା ଫଳରେ ତାଙ୍କର ଭବିଷ୍ୟତ ପାଇଁ ଅନିଶ୍ଚିତତା ଦୂର ହେବ।
ବର୍ତ୍ତମାନ ଏଥିପାଇଁ ଆସୁଥିବା ଅଧିକାଂଶ ଲୋକ ହେଉଛନ୍ତି କର୍କଟରୋଗ, ସ୍ମୃତିହୀନତା, ପାର୍କିନ୍‌ସନ୍‌ରୋଗ, ହୃଦ୍‌ରୋଗ, ବୃକ୍‌କ ଓ ଫୁସ୍‌ଫୁସ୍‌ ଆଦି ରୋଗରେ ପ୍ରପୀଡ଼ିତ। ସେମାନଙ୍କ ବୟସ ୪୦ରୁ ୮୦ ବର୍ଷ। ଏଠାରେ ସେମାନଙ୍କୁ ବୁଝାଇ ଦିଆଯାଉଛି ଯେ, ଦୀର୍ଘକାଳ ଧରି ଭେଣ୍ଟିଲେଟର, ଖାଦ୍ୟନଳୀ ବା ନାନାଦି ଜୀବନ ସହାୟକ ଯନ୍ତ୍ରପାତି ସାହାଯ୍ୟରେ ମୃତବତ୍‌ ଅବସ୍ଥାରେ ବଞ୍ଚୁଥିବା ଏବଂ ଭଲ ହେବାର କୌଣସି ସମ୍ଭାବନା ନ ଥିବା ରୋଗୀମାନଙ୍କୁ ହିଁ କେବଳ ଏ ସହାୟତା ଯୋଗାଇ ଦିଆଯାଇ ପାରିବ। ଏହା ଆଇନ ସମ୍ମତ ଏବଂ ଉଚ୍ଚତମ ନ୍ୟାୟାଳୟର ସ୍ବୀକୃତିପ୍ରାପ୍ତ। ତେବେ ଏଥିପାଇଁ କେତେକ ନିୟମ ପାଳନ କରିବାକୁ ହେବ। ଦୁଇଟି ଅଲଗା ଅଲଗା ଡାକ୍ତର ଟିମ୍‌ ବ୍ୟକ୍ତିଟିକୁ ପରୀକ୍ଷା କରି ମତଦେବେ ଯେ, ସେ ଜୀବନର ଅନ୍ତିମ କାଳରେ ପହଞ୍ଚତ୍ ଯାଇଛି ଏବଂ ଅବସ୍ଥା ଅଣଲେଉଟା। ଏ କାର୍ଯ୍ୟ ସମ୍ପାଦନ ଲାଗି ଦିନକୁ ଦିନ ଅଧିକରୁ ଅଧିକ ଲୋକ ଇଚ୍ଛା ପ୍ରକାଶ କରିବାର ଦେଖାଯାଉଛି। ନିଶ୍ଚିତ ମୃତ୍ୟୁର ସନ୍ନିକଟ ହେଲା ପରେ କୃତ୍ରିମ ବ୍ୟବସ୍ଥାମାନ ବ୍ୟବହାର କରି ବଞ୍ଚିବା ନିଜ ପାଇଁ ତ ଯନ୍ତ୍ରଣାଦାୟକ, ତାହା ପରିବାରବର୍ଗଙ୍କ ଉପରେ ଅଯଥା ଚାପ ବୃଦ୍ଧି କରୁଥିବାର ସେମାନେ ବୁଝିଲେଣି। ସେଥିପାଇଁ ସେମାନେ ମୁମ୍ବାଇର ମ୍ୟୁନିସିପାଲିଟି ଅଫିସକୁ ବହୁ ସଂଖ୍ୟାରେ ଆସିବାକୁ ଲାଗିଲେଣି ରେଜିଷ୍ଟ୍ରେଶନ ଲାଗି। ସେଠାରୁ ସେମାନଙ୍କ ନାମ ପଠାଯାଉଛି ‘ଲିଭିଂ ଉଇଲ କ୍ଲିନିକ୍‌’କୁ।
ଆମ ଦେଶରେ ଏହି ଅଧିକାର ମିଳିବା ପାଇଁ ନ୍ୟାୟିକ ଲଢ଼େଇ ଚାଲି ଆସିଛି ଅନେକ ଦିନରୁ। ପ୍ରଥମେ ଏହା ଆରମ୍ଭ ହୋଇଥିଲା ୧୯୯୪ରେ। ପି. ରାଥିନାମ ବନାମ ଭାରତ ସରକାର ମାମଲା ମାଧ୍ୟମରେ। ଉଚ୍ଚତମ ନ୍ୟାୟାଳୟ ଏହାକୁ ଏକ ଅପରାଧ ବୋଲି ମନେ ନ କରିବା ସପକ୍ଷରେ ମତ ଦେଇଥିଲେ। ତତ୍ପରେ ୧୯୯୫ରେ ମୁମ୍ବାଇର ଉଚ୍ଚ ନ୍ୟାୟାଳୟରେ ରୁଜୁ ହେଲା ନରେଶ ମାରୋଟ ରାଓ ବନାମ ଭାରତ ସରକାର ମାମଲା। ଇଚ୍ଛାମୃତ୍ୟୁକୁ ହତ୍ୟା ରୂପେ ଗଣନା ନ କରିବାକୁ ଏହାର ରାୟରେ ମଧ୍ୟ ସୂଚିତ କରାଯାଇଥିଲା। ସେହିପରି ୧୯୯୬ରେ ଉଚ୍ଚତମ ନ୍ୟାୟାଳୟରେ ଜ୍ଞାନ କାଉରଙ୍କ ଦ୍ୱାରା ଏବଂ ୧୯୯୯ରେ ଏନ. ମୁକୁନ୍ଦ ପିଲ୍ଲାଇଙ୍କ ଦ୍ୱାରା ଆଗତ ମାମଲାରେ ଅନୁରୂପ ରାୟମାନ ପ୍ରକାଶ ପାଇଥିଲା। ତେବେ ସରକାର ତାହାକୁ କାର୍ଯ୍ୟକାରୀ କରାଇ ନ ଥିଲେ।
ଇଚ୍ଛାମୃତ୍ୟୁ ସମ୍ପର୍କରେ ଜାତୀୟ ସ୍ତରରେ ବ୍ୟାପକ ଆଲୋଚନା ଆରମ୍ଭ ହେଲା ଆରୁଣା ଶାନ୍‌ ବାଉଗ୍‌ଙ୍କ ପାଇଁ ଇଚ୍ଛାମୃତ୍ୟୁ ଆବେଦନ ପରେ । ଜଣେ ପୁରୁଣ ସହକର୍ମୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ୧୯୭୪ରେ ସମ୍ପୂର୍ଣ୍ଣ ଅଚେତନ ଅବସ୍ଥାରେ ଜୀବନ ସହାୟକ ବ୍ୟବସ୍ଥା ସାହାଯ୍ୟରେ କିଂ ଏଡ୍‌ଓ୍ବାର୍ଡ ହସ୍ପିଟାଲରେ ୪ ଦଶକରୁ ଅଧିକ କାଳ କଟାଇଥିଲେ। ଏସବୁ କାଢ଼ିନେଇ ତାଙ୍କ ଯନ୍ତ୍ରଣାଦାୟକ ଜୀବନର ପରିସମାପ୍ତି ଘଟାଇବା ଲାଗି ଏକ ସ୍ବେଚ୍ଛାସେବୀ ସଂସ୍ଥା ଆବେଦନ କରିଥିଲା ଉଚ୍ଚତମ ନ୍ୟାୟାଳୟରେ। ଏହାର ରାୟ ପ୍ରକାଶ ପାଇଥିଲା ୨୦୧୧ରେ। ଏଥିରେ ସୂଚିତ କରାଯାଇଥିଲା ଯେ, କେବଳ ସମ୍ପୂର୍ଣ୍ଣ ଅଚେତନ ଅବସ୍ଥାରେ ଥିବା ମସ୍ତିଷ୍କମୃତ ବ୍ୟକ୍ତିମାନଙ୍କୁ ସେମାନଙ୍କ ନିକଟ ସମ୍ପର୍କୀୟ ଏବଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସ୍ବୀକୃତି ପରେ ଏହା କରାଯାଇପାରିବ। ତେବେ ଏ ଦିଗରେ ପଦକ୍ଷେପ ନେବା ଆଗରୁ ସେ ଆନ୍ତ୍ରିକ ଜ୍ୱରରେ ମୃତ୍ୟୁବରଣ କଲେ। ପରେ ୨୦୧୮ରେ ଉଚ୍ଚତମ ନ୍ୟାୟାଳୟ ଏଥିସହିତ ସଚେତନ ଥିବା ଅବସ୍ଥାରେ ବ୍ୟକ୍ତିଟି ଇଚ୍ଛାମୃତ୍ୟୁ ଲାଗି ଇଚ୍ଛାପତ୍ରଟିଏ ଲେଖିପାରିବାରକୁ ମଧ୍ୟ ଅନୁମତି ଦେଲେ ଏବଂ ୨୦୨୩ରେ ଏହାକୁ ଅଧିକ ସରଳୀକୃତ କରିଦେଲେ। ତଥାପି ସେଥିରେ କେତେକ ଦ୍ୱନ୍ଦ୍ୱ ରହିଯାଇଥିଲା। ନିକଟରେ ଏପ୍ରିଲ ୨୫ରେ ମୁମ୍ବାଇର ଉଚ୍ଚ ନ୍ୟାୟାଳୟ ତହିଁରେ ପରିବର୍ତ୍ତନ ଆଣି ଏଥିପାଇଁ ରେଜିଷ୍ଟ୍ରେଶନ କରାଇବା ଲାଗି ଦ୍ୱାର ଉନ୍ମୁକ୍ତ କଲେ। ଫଳରେ ପି.ଏଚ. ହିନ୍ଦୁଜା ହସ୍‌ପିଟାଲ ପ୍ରତିଷ୍ଠା କଲା ତା’ର ଲିଭିଂ ଉଇଲ କ୍ଲିନିକ୍‌। ଆଶା କରାଯାଏ ଏ ପ୍ରକ୍ରିୟା ସମଗ୍ର ଦେଶରେ ଅଧିକରୁ ଅଧିକ ବ୍ୟାପକ ହେବ ଏବଂ ଏହାର ସବୁପ୍ରାନ୍ତର ଲୋକେ ହାତପାହାନ୍ତାରେ ପାଇପାରିବେ ‘ଇଚ୍ଛା ମୃତ୍ୟୁ’ର ସୁଯୋଗ।
ଅନ୍ୟ ଏକ ପ୍ରକାର ଇଚ୍ଛାମୃତ୍ୟୁ ପ୍ରକ୍ରିୟା ପ୍ରଚଳିତ ଅଛି ଅଷ୍ଟ୍ରିଆ, ଜର୍ମାନୀ, ଇଟାଲୀ, ଲକ୍‌ସେମବର୍ଗ, ନେଦରଲ୍ୟାଣ୍ଡସ, ବେଲଜିୟମ, ପର୍ତ୍ତୁଗାଲ, ସ୍ପେନ ଏବଂ ସୁଇଜରଲାଣ୍ଡରେ। ଜୁନ୍‌ ୨୦୨୫ରେ ଇଂଲଣ୍ଡର ପାର୍ଲାମେଣ୍ଟ ମଧ୍ୟ ଏହାକୁ ସର୍ତ୍ତମୂଳକ ସ୍ବୀକୃତି ପ୍ରଦାନ କରିଛି। ଏଥି ଅନୁଯାୟୀ ଜଣେ ବ୍ୟକ୍ତି ‘ନିଶ୍ଚିତ ମୃତ୍ୟୁ’ ଅବଶ୍ୟ ନ ଥିଲେ ମଧ୍ୟ ସେ ବୃଦ୍ଧ କିମ୍ବା ରୁଗ୍‌ଣ ହୋଇଥିଲେ ଡାକ୍ତର ସହାୟତାରେ ଏହା କରିପାରିବେ। ତେବେ, ଏଥିରେ ଡାକ୍ତର କିଛି ନିଜସ୍ବ ଲାଭ ନ ଥିବା କଥା ପ୍ରମାଣିତ କରିବାକୁ ହେବ। ଏହାକୁ କେତେକେ କହୁଛନ୍ତି ‘ଅନୁକମ୍ପା ହତ୍ୟା’।
ଏ ସମସ୍ତ କଥା ବିଚାରକୁ ନେଲେ ଆମ ଦେଶରେ ଏବେ ଆରମ୍ଭ ହୋଇଥିବା ଇଚ୍ଛାମୃତ୍ୟୁ ପ୍ରକ୍ରିୟା ସ୍ବାଗତଯୋଗ୍ୟ। ‘ସଚେତନ ଇଚ୍ଛାମୃତ୍ୟୁ’ ବା ‘ଅନୁକମ୍ପା ହତ୍ୟା’କୁ ଆମଦେଶରେ ସ୍ବୀକୃତି ମିଳିବା ଦରକାର। ତା’ହେଲେ ବୃଦ୍ଧ ବା ରୁଗ୍‌ଣ ଲୋକେ ମୃତ୍ୟୁର ସନ୍ନିକଟ ହେବାର ସମ୍ଭାବନା ନ ଥିଲେ ବି ଚାହିଁଲେ ଡାକ୍ତରଙ୍କ ସହାୟତାରେ ଏହା କରିପାରନ୍ତେ। ଅତଏବ ସେମାନଙ୍କୁ ଭାରାକ୍ରାନ୍ତ ଜୀବନରୁ ସସମ୍ମାନେ ମୁକ୍ତି ଲାଭକରିବା ସମ୍ଭବ ନୁହେଁ।
ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ:୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri