Posted inଖେଳ

ୟୁରୋପିଆନ ଚାମ୍ପିୟନଶିପ୍‌: ଭାରତୀୟ ଶୁଟରଙ୍କ ଦମ୍‌ଦାର ପ୍ରଦର୍ଶନ

ଓସିଜେକ୍‌(କ୍ରୋଏସିଆ), ୨୭।୫: ଏଠାରେ ଚାଲିଥିବା ୟୁରୋପିଆନ ଚାମ୍ପିୟନଶିପ୍‌ରେ ତାରକା ଶୁଟର ସୌରଭ ଚୌଧୁରୀଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଶୁଟରମାନେ ମିକ୍ସଡ ଏୟାର ପିସ୍ତଲ ଓ ଏୟାର ରାଇଫଲ ଇଭେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି।
ମିନିମମ୍‌ କ୍ୱାଲିଫାଇଂ ସେକ୍‌ସନ (ଏମ୍‌କ୍ୟୁଏସ୍‌)ରେ ଗେଷ୍ଟ ଶୁଟରଭାବେ ଅଂଶଗ୍ରହଣ କରି ଏଲାଭେନିଲ ଭାଲାରିଭାନ ଓ ଦିବ୍ୟାଂଶ ସିଂ ପାନଓ୍ବାର ପ୍ରଥମ କ୍ୱାଲିଫାଇଂ ରାଉଣ୍ଡରେ ୬୩୦.୬ ପଏଣ୍ଟ ସ୍କୋର କରିଥିଲେ। ୫୧ଟି ଯୋଡି ମଧ୍ୟରୁ ଏହି ଭାରତୀୟ ଯୋଡି ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ଜାଏନେଟ ଡଉଏଷ୍ଟାଡ୍‌ ଓ ହେନେରିକ ଲାର୍ସନଙ୍କୁ ନେଇ ଗଠିତ ନରଓ୍ବେ ଯୋଡି ୬୩୨.୦ ସ୍କୋର କରି ଶୀର୍ଷରେ ରହିଥିଲେ।
ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସ ଟିମ୍‌ ଇଭେଣ୍ଟରେ ଭାରତର ମନୁ ଭାକର ଓ ସୌରଭ ଚୌଧୁରୀ ମଧ୍ୟ ୪୩ଟି ଯୋଡି ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହି ଭାରତୀୟ ଯୋଡି ୬୦୦ରୁ ୫୮୦ ସ୍କୋର କରି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିରେ ରୁଷିଆର ଭିଟାଲିନା ବାଟସରଶକିନା ଓ ଅର୍ଟେମ ଚେରନୋଉଶୋଭ ୫୮୩ ପଏଣ୍ଟ ସ୍କୋର କରି ଶୀର୍ଷରେ ରହିଥିଲେ।
ସେହିପରି ଇଲାଭେନିଲ ଓ ଦିବ୍ୟାଂଶ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ୩୦- ଶଟ ରାଉଣ୍ଡରେ ଯଥାକ୍ରମେ ୩୧୫.୮ ଓ ୩୧୪.୮ ସ୍କୋର କରିଥିଲେ। ଚୌଧୁରୀ ସମସ୍ତଙ୍କଠାରୁ ଆଗରେ ରହିଥିଲେ। ୩୦୦ରୁ ସେ ୨୯୪ ପଏଣ୍ଟ ସ୍କୋର କରିଥିଲେ। ସେହିପରି ଭାକର ୨୮୬ ସ୍କୋର କରିଥିବା ବେଳେ ରୁଷିଆର ଚେରନୌଶୋଭ ୨୯୫ ସ୍କୋରକରି ଚୌଧୁରୀଙ୍କ ଉପରେ ରହିଥିଲେ।
ଅଞ୍ଜୁମ ମୋଡଗିଲ୍‌ ଓ ଦୀପକ କୁମାରଙ୍କୁ ନେଇ ଗଠିତ ଭାରତୀୟ ମିକ୍ସଡ ଟିମ୍‌ ରାଇଫଲ ଇଭେଣ୍ଟ ୬୨୨.୨ ସ୍କୋର କରି ୩୮ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ତେବେ ଏମ୍‌କ୍ୟୁଏମ୍‌ ସେକ୍‌ସନରେ ଅଂଶଗ୍ରହଣ କରିଥିବା ୫ ଯୋଡିଙ୍କ ମଧ୍ୟରୁ ଏହି ଭାରତୀୟ ଯୋଡି ତୃତୀୟ ସ୍ଥାନରେ ରହିଥିଲେ। ଯଶସ୍ବିନୀ ସିଂ ଦେସ୍‌ଓ୍ବାଲ ଓ ଅଭିଷେକ ବର୍ମାଙ୍କୁ ନେଇ ଗଠିତ ଭାରତୀୟ ମିକ୍ସଡ ଟିମ୍‌ ପିସ୍ତଲ ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ୫୭୫ ସ୍କୋର କରି ମୋଟ ଉପରେ ନବମ ସ୍ଥାନରେ ରହିଥିଲେ। ତେବେ ତୁର୍କୀର ଯୋଡି ଗୋଟିଏ ପଏଣ୍ଟ ଅଧିକ ପାଇ ୫୭୬ ସହ ଶୀର୍ଷରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri