ଦଶମ ପରୀକ୍ଷାରେ ଚମକିଲେ ୟୁରୋ ସ୍କୁଲ ଛାତ୍ରୀଛାତ୍ର, ପ୍ରଥମ ଶ୍ରେଣୀରେ ୨୭; ୯୦ ପ୍ରତିଶତରୁ ଅଧିକ…

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ ଛାତ୍ରୀଛାତ୍ରଙ୍କ ଦଶମ ଶ୍ରେଣୀ ପରୀକ୍ଷାରେ ଫଳାଫଳରେ ସଫଳତା ହାସଲ କରିଛନ୍ତି । ଆଜି ଦଶମ ଶ୍ରେଣୀ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ୟୁରୋ ସ୍କୁଲ ପକ୍ଷରୁ ମୋଟ ୩୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୨୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ସେଥିରୁ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୫ ଜଣ, ୮୦ ପ୍ରତିଶତରୁ ଅଧିକ ୧୦ ଜଣ, ୭୦ ପ୍ରତିଶତରୁ ଅଧିକ ୮ ଜଣ ଏବଂ ବାକି ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍ ହୋଇଛନ୍ତି । ଶ୍ରୀୟାଶ୍ରୀ ସାହୁ ୯୬ ପ୍ରତିଶତ ମାର୍କ ରଖିଥିବା ବେଳେ ଦେବପ୍ରକାଶ ନନ୍ଦୀ ଉଭୟ ୯୪ ପ୍ରତିଶତ, ଇସିକା ବେହେରା ୯୩ ପ୍ରତିଶତ,ସ୍ପନ୍ଦନା ପ୍ରିୟଦର୍ଶନୀ ସାହୁ ୯୧ ପ୍ରତିଶତ ସ୍ନେହାଶ୍ରୀ ବାଘସିଂ ୯୦ ପ୍ରତିଶତ, ସାଇ ଶୁଭମ ସାହୁ ୮୭ ପ୍ରତିଶତ,ସନ୍ଦୀପ କୁମାର ଦାସ, ପି.ଶ୍ରୀତମ ରେଡ୍ଡୀ ଓ ଭୂମିକା ସେନାପତି ୩ ଜଣ ୮୫ ପ୍ରତିଶତ, ସୌମ୍ୟରଞ୍ଜନ ସାହୁ ୮୩ ପ୍ରତିଶତ, ପ୍ରର୍ଲିତା ଦାସ ଓ ଗୌତମ ନାୟକ ଉଭୟ ୮୨ ପ୍ରତିଶତ, ହର୍ଷିତା ପଟ୍ଟନାୟକ ୮୦ ପ୍ରତିଶତ, ସାଇଶ୍ରୀ ପ୍ରଧାନ ୭୮ ପ୍ରତିଶତ, ଆହାନ ମହାପାତ୍ର ୭୭ ପ୍ରତିଶତ, ଅଭିସ୍ମିତା ପ୍ରଧାନ, ଆର୍ଯ୍ୟମାନ ଶତପଥି ଓ ହିୟାମ ସାରିଫ୍ ତିନିଜଣ ୭୫ ପ୍ରତିଶତ, ପି.ପ୍ରତିମ ରେଡ୍ଡୀ ଓ ଡି.ଅଭିନାଶ ରେଡ୍ଡୀ ଉଭୟ ୭୨ ପ୍ରତିଶତ, ସ୍ୱାଗତ କୁମାର ପାଢୀ ୭୧ ପ୍ରତିଶତ ନମ୍ବର ରଖି ପାସ୍ ହୋଇଛନ୍ତି । ସେହିପରି ୯୪ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍ ହୋଇଥିବା ସ୍କୁଲର ଛାତ୍ର ଦେବପ୍ରକାଶ ନନ୍ଦୀ ସାମାଜିକ ବିଜ୍ଞାନ ବିଷୟରେ ୧୦୦ରୁ ୧୦୦ ମାର୍କ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ସ୍କୁଲର ଅଧ୍ୟକ୍ଷ ରଞ୍ଜନ ମହପାତ୍ର, ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ଓ ପ୍ରିନ୍ସପାଲ ତପସ୍ପିନୀ ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାସ ହ ତାଙ୍କରି ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଗତବର୍ଷ ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଆମ ପାଇଁ ବେଶ ସଫଳତା ହୋଇପାରିଛି ବୋଲି ଚଳିତ ବର୍ଷର କୃତି ଛାତ୍ରଛାତ୍ରୀମାନେ କହିଛନ୍ତି ।

Dharitri – Odisha’s No.1 Odia Daily

Share