ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ମାନ୍ୟତା

ମାଡ୍ରିଡ୍‌/ଡଲ୍‌ବିନ୍‌/ଓସ୍‌ଲୋ,୨୯ା୫: ଇସ୍ରାଏଲ୍‌ର କଡ଼ା ପ୍ରତିକ୍ରିୟା ସତ୍ତ୍ୱେ ସ୍ପେନ୍‌, ନରଓ୍ବେ ଓ ଆୟର୍ଲାଣ୍ଡ ମଙ୍ଗଳବାର ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ୍‌କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ, ଗାଜାରେ ହମାସ୍‌ ସହ ଇସ୍ରାଏଲ୍‌ର ଯୁଦ୍ଧବିରତି ଉଦ୍ୟମକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଏହି ୩ ୟୁରୋପୀୟ ଦେଶ ସ୍ପଷ୍ଟ କରିଛନ୍ତି। ଏଥିସହ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ସେମାନଙ୍କ ପଦାଙ୍କ ଅନୁସରଣ କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି।
ଗତବର୍ଷ ଅକ୍ଟୋବର ୭ରେ ହମାସ୍‌ର ଆକ୍ରମଣ ପରଠୁ ସାଢ଼େ ୭ ମାସ ଧରି ଗାଜାରେ ଇସ୍ରାଏଲ୍‌ ଗଣହତ୍ୟା ଜାରି ରଖିଥିବାବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବୃଦ୍ଧି ଉଦ୍ଦେଶ୍ୟରେ ଏହି ସମନ୍ବିତ ସ୍ବୀକୃତି ଦିଆଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଗାଜାରେ ଚାଲିଥିବା ଯୁଦ୍ଧ ଉପରେ ଏପରି କୂଟନୈତିକ ପଦକ୍ଷେପର କୌଣସି ପ୍ରଭାବ ପଡ଼ିବ ନାହିଁ କହି ତେଲ୍‌ ଆଭିଭ୍‌ ନିନ୍ଦା କରିଛି।
ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ନିଜ ଦେଶବାସୀଙ୍କୁ ଏକ ଟିଭି ସମ୍ବୋଧନରେ କହିଛନ୍ତି, ଏହା ଏକ ଐତିହାସିକ ନିଷ୍ପତ୍ତି, ଯାହାର ଏକମାତ୍ର ଲକ୍ଷ୍ୟ ରହିଛି। ସେହି ଲକ୍ଷ୍ୟ ହେଲା, ଶାନ୍ତି ପ୍ରତିଷ୍ଠା ପାଇଁ ଇସ୍ରାଏଲୀ ଓ ପାଲେଷ୍ଟିନୀୟମାନଙ୍କୁ ସାହାଯ୍ୟ କରିବା। ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ମାନ୍ୟତା ପ୍ରଦାନ ପାଇଁ ଗତ ସପ୍ତାହରେ ସ୍ପେନ୍‌ ସହ ନିଷ୍ପତ୍ତି ନେଇଥିବା ଆୟର୍ଲାଣ୍ଡ ଓ ନରଓ୍ବେ ମଧ୍ୟ ଆନୁଷ୍ଠାନିକ ଭାବେ ଅନୁରୂପ କଥା କହିଛନ୍ତି। ଡବ୍‌ଲିନ୍‌ସ୍ଥିତ ଆୟର୍ଲାଣ୍ଡ ପାର୍ଲାମେଣ୍ଟ ଲେଇନ୍‌ଷ୍ଟର ହାଉସ୍‌ରେ ପାଲେଷ୍ଟିନୀୟ ପତାକା ଉଡ଼ାଯାଇଛି। ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ସାଇମନ୍‌ ହାରିସ୍‌ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଉପରେ ମୋହର ମାରିବା ପରେ ଘୋଷଣା କରିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଦୁଇ-ରାଷ୍ଟ୍ର ସମାଧାନ ଲକ୍ଷ୍ୟ ପୂରଣ ଦିଗରେ ଏକ ଦେଶ ଏପରି ବ୍ୟବହାରିକ ପଦକ୍ଷେପ ନେଇପାରିବ ବୋଲି ଏଥିରୁ ସାରା ବିଶ୍ୱକୁ ସନ୍ଦେଶ ଯାଇଛି, ଯେତେବେଳେ କି ଅନ୍ୟମାନେ ନିର୍ଦ୍ଦୟ ଭାବେ ବୋମାମାଡ଼ କରୁଛନ୍ତି। ନରଓ୍ବେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍ପେନ୍‌ ବର୍ଥ ଏଡେ ଏକ ବିବୃତିରେ କହିଛନ୍ତି, ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ନରଓ୍ବେ ପାଲେଷ୍ଟିନୀୟ ରାଷ୍ଟ୍ରର ବଡ଼ ସମର୍ଥକ ରହିଆସିଛି। ଆଜି ନରଓ୍ବେ ଅନୁଷ୍ଠାନିକ ଭାବେ ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ସ୍ବୀକୃତି ଦେଇଛି। ଏହା ହେଉଛି ନରଓ୍ବେ ଓ ପାଲେଷ୍ଟାଇନ୍‌ ମଧ୍ୟରେ ସମ୍ପର୍କର ଏକ ମାଇଲଖୁଣ୍ଟ। ଅନ୍ୟପକ୍ଷେ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଏକ୍ସ’ରେ ତତ୍କାଳ ଏହାର ଜବାବ ଦେଇ ଲେଖିଛନ୍ତି, ସାଞ୍ଚେଜ୍‌ଙ୍କ ସରକାର ଇହୁଦୀମାନଙ୍କ ବିରୋଧରେ ଗଣହତ୍ୟା ଓ ଯୁଦ୍ଧ ଅପରାଧକୁ ଉସୁକାଉଛନ୍ତି।
ପ୍ରାୟ ୧୪୦ ଦେଶ ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ଭାବେ ସ୍ବୀକୃତି ଦେଇସାରିଥିବାବେଳେ ଜାତିସଂଘର ଦୁଇ-ତୃତୀୟାଂଶରୁ ଅଧିକ ସଦସ୍ୟଙ୍କ ମଧ୍ୟରୁ କୌଣସି ପାଶ୍ଚାତ୍ୟ ଶକ୍ତି ଏପରି କରିନାହାନ୍ତି। ଏହି ସ୍ଥଳେ ୩ ୟୁରୋପୀୟ ଦେଶର ସମର୍ଥନ ପାଲେଷ୍ଟାଇନ୍‌ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଏହା ପରେ ଫ୍ରାନ୍ସ ଓ ଜର୍ମାନୀ ଭଳି ହେଭିଓ୍ବେଟ୍‌ ଉପରେ ନିଜ ଆଭିମୁଖ୍ୟ ସମ୍ପର୍କରେ ପୁନଃ ଚିନ୍ତନ ପାଇଁ ଚାପ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଏହି କାମ କରିବାକୁ ଶପଥ ନେଲେ କମଲା ହାରିସ

ଓ୍ବାଶିଂଟନ,୨୬।୭: ହମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରେ ପହଞ୍ଚିଛନ୍ତି। ସେ ଏଠାରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା...

ପୁଅ ପାଇଁ କନ୍ୟା ଦେଖିବାକୁ ଯାଇଥିଲେ ବାପା: ଘରକୁ ଆସି ଦେଖିଲାବେଳକୁ ପାଦ ତଳୁ ଖସିଗଲା ମାଟି

ଢାକା,୨୫।୭: ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାତ୍ମକ ପ୍ରତିବାଦରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କିଛି ଲୋକ ଅଛନ୍ତି, ଯାହାଙ୍କ ମୃତଦେହକୁ ଚିହ୍ନିବା କଷ୍ଟକର।...

ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ...

ମାଳଦ୍ୱୀପକୁ ବଡ଼ ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୨୫।୭: ୨୦୨୪ ବଜେଟରେ ମାଳଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି। ଏହା ପରେ ମୁଇଜୁଙ୍କ ଦେଶ ଭାରତରୁ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri