ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ମାନ୍ୟତା

ମାଡ୍ରିଡ୍‌/ଡଲ୍‌ବିନ୍‌/ଓସ୍‌ଲୋ,୨୯ା୫: ଇସ୍ରାଏଲ୍‌ର କଡ଼ା ପ୍ରତିକ୍ରିୟା ସତ୍ତ୍ୱେ ସ୍ପେନ୍‌, ନରଓ୍ବେ ଓ ଆୟର୍ଲାଣ୍ଡ ମଙ୍ଗଳବାର ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ୍‌କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ, ଗାଜାରେ ହମାସ୍‌ ସହ ଇସ୍ରାଏଲ୍‌ର ଯୁଦ୍ଧବିରତି ଉଦ୍ୟମକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଏହି ୩ ୟୁରୋପୀୟ ଦେଶ ସ୍ପଷ୍ଟ କରିଛନ୍ତି। ଏଥିସହ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ସେମାନଙ୍କ ପଦାଙ୍କ ଅନୁସରଣ କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି।
ଗତବର୍ଷ ଅକ୍ଟୋବର ୭ରେ ହମାସ୍‌ର ଆକ୍ରମଣ ପରଠୁ ସାଢ଼େ ୭ ମାସ ଧରି ଗାଜାରେ ଇସ୍ରାଏଲ୍‌ ଗଣହତ୍ୟା ଜାରି ରଖିଥିବାବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବୃଦ୍ଧି ଉଦ୍ଦେଶ୍ୟରେ ଏହି ସମନ୍ବିତ ସ୍ବୀକୃତି ଦିଆଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଗାଜାରେ ଚାଲିଥିବା ଯୁଦ୍ଧ ଉପରେ ଏପରି କୂଟନୈତିକ ପଦକ୍ଷେପର କୌଣସି ପ୍ରଭାବ ପଡ଼ିବ ନାହିଁ କହି ତେଲ୍‌ ଆଭିଭ୍‌ ନିନ୍ଦା କରିଛି।
ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ନିଜ ଦେଶବାସୀଙ୍କୁ ଏକ ଟିଭି ସମ୍ବୋଧନରେ କହିଛନ୍ତି, ଏହା ଏକ ଐତିହାସିକ ନିଷ୍ପତ୍ତି, ଯାହାର ଏକମାତ୍ର ଲକ୍ଷ୍ୟ ରହିଛି। ସେହି ଲକ୍ଷ୍ୟ ହେଲା, ଶାନ୍ତି ପ୍ରତିଷ୍ଠା ପାଇଁ ଇସ୍ରାଏଲୀ ଓ ପାଲେଷ୍ଟିନୀୟମାନଙ୍କୁ ସାହାଯ୍ୟ କରିବା। ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ମାନ୍ୟତା ପ୍ରଦାନ ପାଇଁ ଗତ ସପ୍ତାହରେ ସ୍ପେନ୍‌ ସହ ନିଷ୍ପତ୍ତି ନେଇଥିବା ଆୟର୍ଲାଣ୍ଡ ଓ ନରଓ୍ବେ ମଧ୍ୟ ଆନୁଷ୍ଠାନିକ ଭାବେ ଅନୁରୂପ କଥା କହିଛନ୍ତି। ଡବ୍‌ଲିନ୍‌ସ୍ଥିତ ଆୟର୍ଲାଣ୍ଡ ପାର୍ଲାମେଣ୍ଟ ଲେଇନ୍‌ଷ୍ଟର ହାଉସ୍‌ରେ ପାଲେଷ୍ଟିନୀୟ ପତାକା ଉଡ଼ାଯାଇଛି। ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ସାଇମନ୍‌ ହାରିସ୍‌ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଉପରେ ମୋହର ମାରିବା ପରେ ଘୋଷଣା କରିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଦୁଇ-ରାଷ୍ଟ୍ର ସମାଧାନ ଲକ୍ଷ୍ୟ ପୂରଣ ଦିଗରେ ଏକ ଦେଶ ଏପରି ବ୍ୟବହାରିକ ପଦକ୍ଷେପ ନେଇପାରିବ ବୋଲି ଏଥିରୁ ସାରା ବିଶ୍ୱକୁ ସନ୍ଦେଶ ଯାଇଛି, ଯେତେବେଳେ କି ଅନ୍ୟମାନେ ନିର୍ଦ୍ଦୟ ଭାବେ ବୋମାମାଡ଼ କରୁଛନ୍ତି। ନରଓ୍ବେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍ପେନ୍‌ ବର୍ଥ ଏଡେ ଏକ ବିବୃତିରେ କହିଛନ୍ତି, ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ନରଓ୍ବେ ପାଲେଷ୍ଟିନୀୟ ରାଷ୍ଟ୍ରର ବଡ଼ ସମର୍ଥକ ରହିଆସିଛି। ଆଜି ନରଓ୍ବେ ଅନୁଷ୍ଠାନିକ ଭାବେ ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ସ୍ବୀକୃତି ଦେଇଛି। ଏହା ହେଉଛି ନରଓ୍ବେ ଓ ପାଲେଷ୍ଟାଇନ୍‌ ମଧ୍ୟରେ ସମ୍ପର୍କର ଏକ ମାଇଲଖୁଣ୍ଟ। ଅନ୍ୟପକ୍ଷେ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଏକ୍ସ’ରେ ତତ୍କାଳ ଏହାର ଜବାବ ଦେଇ ଲେଖିଛନ୍ତି, ସାଞ୍ଚେଜ୍‌ଙ୍କ ସରକାର ଇହୁଦୀମାନଙ୍କ ବିରୋଧରେ ଗଣହତ୍ୟା ଓ ଯୁଦ୍ଧ ଅପରାଧକୁ ଉସୁକାଉଛନ୍ତି।
ପ୍ରାୟ ୧୪୦ ଦେଶ ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ଭାବେ ସ୍ବୀକୃତି ଦେଇସାରିଥିବାବେଳେ ଜାତିସଂଘର ଦୁଇ-ତୃତୀୟାଂଶରୁ ଅଧିକ ସଦସ୍ୟଙ୍କ ମଧ୍ୟରୁ କୌଣସି ପାଶ୍ଚାତ୍ୟ ଶକ୍ତି ଏପରି କରିନାହାନ୍ତି। ଏହି ସ୍ଥଳେ ୩ ୟୁରୋପୀୟ ଦେଶର ସମର୍ଥନ ପାଲେଷ୍ଟାଇନ୍‌ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଏହା ପରେ ଫ୍ରାନ୍ସ ଓ ଜର୍ମାନୀ ଭଳି ହେଭିଓ୍ବେଟ୍‌ ଉପରେ ନିଜ ଆଭିମୁଖ୍ୟ ସମ୍ପର୍କରେ ପୁନଃ ଚିନ୍ତନ ପାଇଁ ଚାପ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri