ଇଥିଓପିଆର ଟିଗ୍ରେରେ ଭୋକ ଯୋଗୁଁ ୧ଲକ୍ଷ ଶିଶୁଙ୍କର ହେବ ମୃତ୍ୟୁ!

ନୈରୋବି,୩୧ ।୭: ଆସନ୍ତା ବର୍ଷ ଇଥିଓପିଆର ସଙ୍କଟଗ୍ରସ୍ତ ଟିଗ୍ରେ ଅଞ୍ଚଳରେ ୧ଲକ୍ଷରୁ ଅଧିକ ଶିଶୁ କୁପୋଷଣ ଓ ଏହାର ଅତି କଠୋର ରୂପର ସାମ୍ନା କରିବାକୁ ଯାଉଛନ୍ତି ବୋଲି ୟୁନାଇଟେଡ ନେଶନ୍ସ(ୟୁଏନ୍‌) ଚାଇଲ୍ଡ ଏଜେନ୍ସି ଶୁକ୍ରବାର ସୂଚନା ଦେଇଛି । ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳରେ ମାନବୀୟ ସହଯୋଗକୁ ବନ୍ଦ କରି ଦିଆଯାଇଛି । ଫଳରେ ଅନୁମାନ କରାଯାଇଛି କି ଆସନ୍ତା ବର୍ଷ ସୁଦ୍ଧା ଏଠାରେ ପାଖାପାଖି ୧ ଲକ୍ଷ ଶିଶୁଙ୍କର ଖାଦ୍ୟାଭାବ ଯୋଗୁ ମୃତ୍ୟୁ ହେବ । ୟୁନିସେଫର ଜରୁରୀ ପ୍ରତିକ୍ରିୟା ଟିମ୍‌ର ସଦସ୍ୟ ମେରିକ୍ସି ମେରକେଡୋ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରିଟାରେ କୁପୋଷଣ ମାମାଲା ୧୦ ଗୁଣା ଅଧିକ ବୃଦ୍ଧି ପାଇବ । ଏବେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାକୁ ଦେଖି ଏହି ଅନୁମାନ ଲଗାଯାଇଛି । ଏବେ ସେଠାରେ ସଙ୍କଟ ବଢିବାରେ ଲାଗିଥିବା ବେଳେ ଖାଦ୍ୟ ଯୋଗାଣ ଉପରେ ପ୍ରତିବନ୍ଧକ ଲାଗିଛି । ଆସନ୍ତା କିଛି ଦିନ ମଧ୍ୟରେ ୟୁଏନ୍ ଓ ଆମେରିକାର କେତେଜଣ ଉଚ୍ଚ ସ୍ତରୀୟ ଅଧିକାରୀ ଇଥିଓପିଆ ଗସ୍ତ କରିବେ । ଏହା ପୂର୍ବରୁ ଚେତାବନୀ ଜାରି କରାଯାଇଛି କି ଏମାନେ ଇଥିଓପିଆର ଟିଗ୍ରେ ଅଞ୍ଚଳରେ ଦେଖାଯାଇଥିବା ସଙ୍କଟ ସମ୍ପର୍କରେ ସରକାରଙ୍କ ସହ କଥା ହେବେ । ଏହା ପୂର୍ବରୁ ଚେତାବନୀ ଦିଆଯାଇଛି କି ଏବେ ସେଠାକାର ଅଧିକାରୀମାନେ ଟିଗ୍ରେ ପାଇଁ ଥିବା କଟକଣାକୁ ହଟାଇ ଦେବାକୁ ସରକାରଙ୍କ ଉପରେ ଚାପ ପକାଇବେ । ଆମେରିକା କହିଛି ଟିଗ୍ରେକୁ ଘେରି ଦିଆଯାଇଛି । । ଖାଦ୍ୟ ସାମଗୀ ବୋଝେଇ ହୋଇଥିବା ପ୍ରାୟ ୨୦୦ ଟ୍ରକ୍ ଉକ୍ତ କ୍ଷେତ୍ରକୁ ଯୋଡୁଥିବା ଏକମାତ୍ର ରାସ୍ତା ଉପରେ ଫସି ରହିଛି । ଟିଗ୍ରେ ଏକ ଦଶକ ହେବ ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟାଭାବ ଭଳି ସଙ୍କଟକୁ ସାମ୍ନା କରୁଛି । ପାଖାପାଖି ୯ ଲକ୍ଷ ଲୋକ ଏହାଦ୍ୱାରା ବେଶି ପ୍ରଭାବିତ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ...

ଡ୍ରାଗନର ଷଡ଼ଯନ୍ତ୍ର: ଅକ୍ସାଇ ଚୀନ୍‌ରେ କରୁଛି ବଙ୍କର ନିର୍ମାଣ

ବେଜିଂ,୧୯।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଡ୍ରାଗନର ଷଡ଼ଯନ୍ତ୍ର ସମ୍ପର୍କରେ ରିପୋର୍ଟ ମିଳିଛି। ଗତ ମାସେ ଧରି ଅକ୍ସାଇ...

ଇରାନ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡାଇଲେ ଆତଙ୍କବାଦୀ: ବହୁ ପରିମାଣର କ୍ଷତି ଆଶଙ୍କା

ତେହେରାନ,୧୧।୧୦: ସୌଦି ଆରବ ଉପକୂଳରେ ଇରାନ ତେଲ ଟ୍ୟାଙ୍କର ଉପରେ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇରାନ...

ସର୍ବ ସମ୍ମୁଖରେ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ

ନାଇରୋବି,୧୨ା୬: ଇଥିଓପିଆର ସରକାରୀ ବଳ ଜଣେ ନାବାଳକଙ୍କୁ ସ୍ପଷ୍ଟ ଦିବାଲୋକରେ ମୃତ୍ୟୁଦଣ୍ଡ ଦେଇଥିବା ହ୍ୟୁମାନ ରାଇଟ୍ସ ଓ୍ବାଚ୍‌ ପକ୍ଷରୁ ସୂଚନା ଦିଆଯାଇଛନ୍ତି। ଓରୋମିଆ ଅଞ୍ଚଳରେ ସୈନ୍ୟମାନେ...

ମେ ୧୩ରେ ଶପଥ ନେବେ ନେତାନ୍ୟାହୁ

ଜେରୁଜେଲମ୍‌,୭।୫: ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଭାବେ ବେଞ୍ଜାମିନ୍‌ ନେତାନ୍ୟାହୁ ମେ ୧୩ରେ ଶପଥ ନେବେ। ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ କରାଯାଇଥିବା ଏକ ଆବେଦନକୁ ସ୍ଥାନୀୟ...

ଭାରତ ‘ବିଶ୍ୱର ଫାର୍ମାସୀ’ ଭୂମିକା ନେଇଛି: ଏସ୍‌ସିଓ

ବେଜିଂ,୨୨ା୬(ପି.ଟି.): ମେଡିସିନ କ୍ଷେତ୍ରରେ ଗଭୀର ଜ୍ଞାନକୌଶଳ, ଅଭିଜ୍ଞତା ଯୋଗୁ ଭାରତ କରୋନା ମହାମାରୀ ସମୟରେ ‘ବିଶ୍ୱର ଫାର୍ମାସୀ’ ଭୂମିକା ଗ୍ରହଣ କରିଛି ବୋଲି ସାଂଘାଇ ସହଯୋଗ...

ସାଇଟୋକାଇନ୍‌ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ...

ପାକିସ୍ତାନ ମାନବାଧିକାର ବିଷୟରେ ଜାଣିଛି କ’ଣ

ନୂଆଦିଲ୍ଲୀ, ୧୬ା୯: ନିଜ ଦେଶରେ ହିନ୍ଦୁ, ଶିଖଙ୍କ ଭଳି ଅଳ୍ପ ସଂଖ୍ୟକକୁ ସୁରକ୍ଷା ଦେଇପାରୁ ନାହିଁ। ପାକିସ୍ତାନ ଓ ପିଓକେରେ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ହଜାର...

Advertisement


Archives

Model This Week