ସ୍ବାସ୍ଥ୍ୟୋପକାରୀ ବାଷ୍ପଶୀଳ ତୈଳ

ପ୍ରଗତିଶୀଳ ପୃଥିବୀରେ ଏବେ ମଣିଷ ନିଜର ଜୀବନଶୈଳୀ ଉପରେ ବିଶେଷ ଯତ୍ନବାନ୍‌। ତେଣୁ ବୈଜ୍ଞାନିକମାନେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ବିଭିନ୍ନ ନୂଆ ନୂଆ ଜିନିଷ ଉଦ୍ଭାବନ କରିଆସୁଛନ୍ତି। ତନ୍ମଧ୍ୟରୁ ବାଷ୍ପଶୀଳ ତୈଳ ଅନ୍ୟତମ ସଫଳ ଉଦ୍ୟମ।
ତେବେ ଏହି ବାଷ୍ପଶୀଳ ତୈଳ କ’ଣ? ଏହା କିପରି ଜୀବନଶୈଳୀକୁ ପ୍ରଭାବିତ କରୁଛି ତାହା ମଧ୍ୟ ଜାଣିବା ଦରକାର। ବହୁ ପ୍ରାଚୀନ କାଳରୁ ଗଛପତ୍ରର ଉପାଦେୟତା ଏବଂ କେତେକ ରୋଗର ଉପଚାର ମଧ୍ୟ କରାଯାଇପାରୁଛି। ବାଷ୍ପଶୀଳ ତୈଳ ବା ଇସେନ୍‌ସିଆଲ ଅଏଲ୍‌ ଏକ ସାରତତ୍ତ୍ୱ, ଯାହାକି ବୃକ୍ଷଲତାର ବିଭିନ୍ନ ଭାଗରୁ ସଂଗ୍ରହ କରାଯାଏ। ଏହା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଭାଇରାଲ ଏବଂ ଇସେଣ୍ଟିସାଇଡାଲ। କିଛି ବାଷ୍ପଶୀଳ ତୈଳ କ୍ୟାନ୍‌ସର ପରି ମାରାତ୍ମକ ରୋଗର କେତେକାଂଶରେ ନିରାକରଣରେ ମଧ୍ୟ ସହାୟକ ହୋଇପାରିବ ବୋଲି ଜଣାପଡିଛି। ବାଷ୍ପଶୀଳ ତୈଳ କେବଳ ଯେ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ପ୍ରସାଧନ ସାମଗ୍ରୀଗୁଡିକୁ ଦୀର୍ଘସ୍ଥାୟୀ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ରସାୟନ ବିଜ୍ଞାନ ଅନୁଯାୟୀ ଏ ସମସ୍ତ ବାଷ୍ପଶୀଳ ତୈଳରେ ‘ଟରପେନ୍‌’ ନାମକ ଏକ ରାସାୟନିକ ତତ୍ତ୍ୱ ରହିଛି। ଏହି ତତ୍ତ୍ୱଟି ସୁଗନ୍ଧମୟ ଏବଂ ତୈଳକୁ ରଙ୍ଗ ପ୍ରଦାନ କରିବାରେ ସହାୟକ ହୋଇଥାଏ। ତେବେ ଏହି ତୈଳର ସଂଗ୍ରହ ଏବଂ ଏହାକୁ ବ୍ୟବହାରକ୍ଷମ କରିବାରେ ଅନେକ ପ୍ରକ୍ରିୟା ମଧ୍ୟରୁ ହାଇଡ୍ରୋ ଡିଶ୍ଚିଲତ୍ୟୟମ ପ୍ରୋସେସ୍‌ ଅନେକାଂଶରେ ଆଦୃତ। ଏହି ପ୍ରଣାଳୀ ଦ୍ୱାରା ସ୍ବଳ୍ପ ସମୟରେ ବୃକ୍ଷର ବିଭିନ୍ନ ପ୍ରାନ୍ତରୁ ମାତ୍ରାଧିକ ରସ ସଂଗ୍ରହ କରାଯାଇପାରିଥାଏ। ନିମ୍ନରେ କେତେକ ପ୍ରମୁଖ ବାଷ୍ପଶୀଳ ତୈଳ ସମ୍ପର୍କରେ ସୂଚନା ଦିଆଗଲା।
ଲବଙ୍ଗ: ଲବଙ୍ଗ ତୈଳ ଲବଙ୍ଗ ଫୁଲରୁ ସଂଗ୍ରହ କରାଯାଏ। ଏହା ଚର୍ମ ରୋଗ, ଦାନ୍ତ ଯନ୍ତ୍ରଣା, କ୍ଳାନ୍ତି ଦୂର କରିବା, ପୋଡ଼ାଜଳା, ବଦହଜମି ସମସ୍ୟା ଏବଂ ବ୍ରଣ ସମସ୍ୟାରୁ ମୁକ୍ତି ଦେଇଥାଏ।
ଇଉକାଲପଟାସ: ଏହା ଏକ ସୁଗନ୍ଧମୟ ତୈଳ। ଏହାକୁ ବ୍ୟବହାର କରିବା ଦ୍ୱାରା ଥଣ୍ଡା ସମୟରେ ଶ୍ୱାସକ୍ରିୟାଜନିତ ସମସ୍ୟାକୁ କେତେକାଂଶରେ ସମାଧାନ କରିଥାଏ। ତା’ସହ କଫ ସମସ୍ୟାରୁ ଉପଶମ ଦେଇଥାଏ।
ଲାଭଣ୍ଡେର: ଏହା ଲାଭେଣ୍ଡର ଅଙ୍ଗୁଷଟିକଫଅଲିଆ ନାମକ ଏକ ବୃକ୍ଷରୁ ସଂଗ୍ରହ କରାଯାଇଥାଏ। ଉକ୍ତ ସୁଗନ୍ଧିତ ତୈଳ ନିଦ୍ରାହୀନତା ପରି ସମସ୍ୟାରୁ କେତେକାଂଶରେ ଉପଶମ ଦେଇଥାଏ। ଏଥିରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି। ଏହାକୁ ବିଭିନ୍ନ ଚର୍ମ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରେ। ଏହି ତୈଳ ମାଂସପେଶୀକୁ ମଧ୍ୟ ଦୃଢ଼ ରଖିଥାଏ।
ଲେମନ ତୈଳ : ଲେମ୍ବୁ ଚୋପାରୁ ଏହାକୁ ନିଷ୍କାସନ କରାଯାଇଥାଏ। ଏହାକୁ ସାବୁନ ପ୍ରସ୍ତୁତି, ରୁମ୍‌ ଫ୍ରେଶ୍‌ନର, କାର୍‌ ଫ୍ରେଶ୍‌ନର ଭାବେ ବ୍ୟବହାର କରାଯାଇପାରିବ। ଓଜନ ହ୍ରାସ ନିମନ୍ତେ ଏହାକୁ ମଧ୍ୟ ବ୍ୟବହାର କରିପାରନ୍ତି।
ପିମ୍ପେରମେଣ୍ଟ: ଏହାକୁ ମେନ୍ଥ ପିପେରିଟା ଗଛର ପତ୍ର କିମ୍ବା ଫୁଲରୁ ସଂଗ୍ରହ କରାଯାଇଥାଏ। ଏହି ତୈଳକୁ ମେନ୍ଥା ଅଏଲ ବୋଲି ମଧ୍ୟ କୁହାଯାଏ। ଏହାକୁ ବ୍ୟବହାର କଲେ ଥଣ୍ଡା, ମାଂସପେଶୀଜନିତ କଷ୍ଟ, ମୁଣ୍ଡବିନ୍ଧା, ଚର୍ମଗତ ସମସ୍ୟା, ବାନ୍ତି ଲାଗିବା ଆଦିରୁ ଉପଶମ ଦେଇଥାଏ।
ନିମ ତୈଳ: ନିମଗଛର ବୀଜରୁ ଏହି ତେଲ ସଂଗ୍ରହ କରାଯାଇଥାଏ। ଏହା ଏକ କୀଟନାଶକ ଭାବରେ ବହୁ ପ୍ରଚଳିତ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, କ୍ୟାନ୍‌ସର ସହ ଲଢ଼ିବାରେ ଏହାର କ୍ଷମତା ରହିଛି।
ତେବେ ଏସବୁ ତୈଳ ବାଷ୍ପଶୀଳ ତୈଳ ସୁପରଷ୍ଟୋର, ଆୟୁର୍ବେଦିକ ଦୋକାନରେ ଉପଲବ୍ଧ। ଏହାକୁ କିପରି ବ୍ୟବହାର କରିବେ ସେନେଇ ତୈଳର ବାହାରପଟରେ ଲଗାଯାଇଥିବା ଲେଖା ପଢ଼ି ଜାଣିପାରିବେ କିମ୍ବା ବାଷ୍ପତୈଳ ବିଶେଷଜ୍ଞଙ୍କ ସହ ଏ ନେଇ ବିଶଦ୍‌ ଭାବରେ ଆଲୋଚନା କରନ୍ତୁ।

ଡ. ସୌମ୍ୟା ନନ୍ଦ
-ଅଧ୍ୟାପିକା, ବାଣିଜ୍ୟ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ
ମହାବିଦ୍ୟାଳୟ, ଢେଙ୍କନାଳ
ମୋ: ୮୭୬୩୦୭୦୮୦୪


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri