ସ୍ବାସ୍ଥ୍ୟୋପକାରୀ ବାଷ୍ପଶୀଳ ତୈଳ

ପ୍ରଗତିଶୀଳ ପୃଥିବୀରେ ଏବେ ମଣିଷ ନିଜର ଜୀବନଶୈଳୀ ଉପରେ ବିଶେଷ ଯତ୍ନବାନ୍‌। ତେଣୁ ବୈଜ୍ଞାନିକମାନେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ବିଭିନ୍ନ ନୂଆ ନୂଆ ଜିନିଷ ଉଦ୍ଭାବନ କରିଆସୁଛନ୍ତି। ତନ୍ମଧ୍ୟରୁ ବାଷ୍ପଶୀଳ ତୈଳ ଅନ୍ୟତମ ସଫଳ ଉଦ୍ୟମ।
ତେବେ ଏହି ବାଷ୍ପଶୀଳ ତୈଳ କ’ଣ? ଏହା କିପରି ଜୀବନଶୈଳୀକୁ ପ୍ରଭାବିତ କରୁଛି ତାହା ମଧ୍ୟ ଜାଣିବା ଦରକାର। ବହୁ ପ୍ରାଚୀନ କାଳରୁ ଗଛପତ୍ରର ଉପାଦେୟତା ଏବଂ କେତେକ ରୋଗର ଉପଚାର ମଧ୍ୟ କରାଯାଇପାରୁଛି। ବାଷ୍ପଶୀଳ ତୈଳ ବା ଇସେନ୍‌ସିଆଲ ଅଏଲ୍‌ ଏକ ସାରତତ୍ତ୍ୱ, ଯାହାକି ବୃକ୍ଷଲତାର ବିଭିନ୍ନ ଭାଗରୁ ସଂଗ୍ରହ କରାଯାଏ। ଏହା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଭାଇରାଲ ଏବଂ ଇସେଣ୍ଟିସାଇଡାଲ। କିଛି ବାଷ୍ପଶୀଳ ତୈଳ କ୍ୟାନ୍‌ସର ପରି ମାରାତ୍ମକ ରୋଗର କେତେକାଂଶରେ ନିରାକରଣରେ ମଧ୍ୟ ସହାୟକ ହୋଇପାରିବ ବୋଲି ଜଣାପଡିଛି। ବାଷ୍ପଶୀଳ ତୈଳ କେବଳ ଯେ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ପ୍ରସାଧନ ସାମଗ୍ରୀଗୁଡିକୁ ଦୀର୍ଘସ୍ଥାୟୀ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ରସାୟନ ବିଜ୍ଞାନ ଅନୁଯାୟୀ ଏ ସମସ୍ତ ବାଷ୍ପଶୀଳ ତୈଳରେ ‘ଟରପେନ୍‌’ ନାମକ ଏକ ରାସାୟନିକ ତତ୍ତ୍ୱ ରହିଛି। ଏହି ତତ୍ତ୍ୱଟି ସୁଗନ୍ଧମୟ ଏବଂ ତୈଳକୁ ରଙ୍ଗ ପ୍ରଦାନ କରିବାରେ ସହାୟକ ହୋଇଥାଏ। ତେବେ ଏହି ତୈଳର ସଂଗ୍ରହ ଏବଂ ଏହାକୁ ବ୍ୟବହାରକ୍ଷମ କରିବାରେ ଅନେକ ପ୍ରକ୍ରିୟା ମଧ୍ୟରୁ ହାଇଡ୍ରୋ ଡିଶ୍ଚିଲତ୍ୟୟମ ପ୍ରୋସେସ୍‌ ଅନେକାଂଶରେ ଆଦୃତ। ଏହି ପ୍ରଣାଳୀ ଦ୍ୱାରା ସ୍ବଳ୍ପ ସମୟରେ ବୃକ୍ଷର ବିଭିନ୍ନ ପ୍ରାନ୍ତରୁ ମାତ୍ରାଧିକ ରସ ସଂଗ୍ରହ କରାଯାଇପାରିଥାଏ। ନିମ୍ନରେ କେତେକ ପ୍ରମୁଖ ବାଷ୍ପଶୀଳ ତୈଳ ସମ୍ପର୍କରେ ସୂଚନା ଦିଆଗଲା।
ଲବଙ୍ଗ: ଲବଙ୍ଗ ତୈଳ ଲବଙ୍ଗ ଫୁଲରୁ ସଂଗ୍ରହ କରାଯାଏ। ଏହା ଚର୍ମ ରୋଗ, ଦାନ୍ତ ଯନ୍ତ୍ରଣା, କ୍ଳାନ୍ତି ଦୂର କରିବା, ପୋଡ଼ାଜଳା, ବଦହଜମି ସମସ୍ୟା ଏବଂ ବ୍ରଣ ସମସ୍ୟାରୁ ମୁକ୍ତି ଦେଇଥାଏ।
ଇଉକାଲପଟାସ: ଏହା ଏକ ସୁଗନ୍ଧମୟ ତୈଳ। ଏହାକୁ ବ୍ୟବହାର କରିବା ଦ୍ୱାରା ଥଣ୍ଡା ସମୟରେ ଶ୍ୱାସକ୍ରିୟାଜନିତ ସମସ୍ୟାକୁ କେତେକାଂଶରେ ସମାଧାନ କରିଥାଏ। ତା’ସହ କଫ ସମସ୍ୟାରୁ ଉପଶମ ଦେଇଥାଏ।
ଲାଭଣ୍ଡେର: ଏହା ଲାଭେଣ୍ଡର ଅଙ୍ଗୁଷଟିକଫଅଲିଆ ନାମକ ଏକ ବୃକ୍ଷରୁ ସଂଗ୍ରହ କରାଯାଇଥାଏ। ଉକ୍ତ ସୁଗନ୍ଧିତ ତୈଳ ନିଦ୍ରାହୀନତା ପରି ସମସ୍ୟାରୁ କେତେକାଂଶରେ ଉପଶମ ଦେଇଥାଏ। ଏଥିରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି। ଏହାକୁ ବିଭିନ୍ନ ଚର୍ମ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରେ। ଏହି ତୈଳ ମାଂସପେଶୀକୁ ମଧ୍ୟ ଦୃଢ଼ ରଖିଥାଏ।
ଲେମନ ତୈଳ : ଲେମ୍ବୁ ଚୋପାରୁ ଏହାକୁ ନିଷ୍କାସନ କରାଯାଇଥାଏ। ଏହାକୁ ସାବୁନ ପ୍ରସ୍ତୁତି, ରୁମ୍‌ ଫ୍ରେଶ୍‌ନର, କାର୍‌ ଫ୍ରେଶ୍‌ନର ଭାବେ ବ୍ୟବହାର କରାଯାଇପାରିବ। ଓଜନ ହ୍ରାସ ନିମନ୍ତେ ଏହାକୁ ମଧ୍ୟ ବ୍ୟବହାର କରିପାରନ୍ତି।
ପିମ୍ପେରମେଣ୍ଟ: ଏହାକୁ ମେନ୍ଥ ପିପେରିଟା ଗଛର ପତ୍ର କିମ୍ବା ଫୁଲରୁ ସଂଗ୍ରହ କରାଯାଇଥାଏ। ଏହି ତୈଳକୁ ମେନ୍ଥା ଅଏଲ ବୋଲି ମଧ୍ୟ କୁହାଯାଏ। ଏହାକୁ ବ୍ୟବହାର କଲେ ଥଣ୍ଡା, ମାଂସପେଶୀଜନିତ କଷ୍ଟ, ମୁଣ୍ଡବିନ୍ଧା, ଚର୍ମଗତ ସମସ୍ୟା, ବାନ୍ତି ଲାଗିବା ଆଦିରୁ ଉପଶମ ଦେଇଥାଏ।
ନିମ ତୈଳ: ନିମଗଛର ବୀଜରୁ ଏହି ତେଲ ସଂଗ୍ରହ କରାଯାଇଥାଏ। ଏହା ଏକ କୀଟନାଶକ ଭାବରେ ବହୁ ପ୍ରଚଳିତ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, କ୍ୟାନ୍‌ସର ସହ ଲଢ଼ିବାରେ ଏହାର କ୍ଷମତା ରହିଛି।
ତେବେ ଏସବୁ ତୈଳ ବାଷ୍ପଶୀଳ ତୈଳ ସୁପରଷ୍ଟୋର, ଆୟୁର୍ବେଦିକ ଦୋକାନରେ ଉପଲବ୍ଧ। ଏହାକୁ କିପରି ବ୍ୟବହାର କରିବେ ସେନେଇ ତୈଳର ବାହାରପଟରେ ଲଗାଯାଇଥିବା ଲେଖା ପଢ଼ି ଜାଣିପାରିବେ କିମ୍ବା ବାଷ୍ପତୈଳ ବିଶେଷଜ୍ଞଙ୍କ ସହ ଏ ନେଇ ବିଶଦ୍‌ ଭାବରେ ଆଲୋଚନା କରନ୍ତୁ।

ଡ. ସୌମ୍ୟା ନନ୍ଦ
-ଅଧ୍ୟାପିକା, ବାଣିଜ୍ୟ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ
ମହାବିଦ୍ୟାଳୟ, ଢେଙ୍କନାଳ
ମୋ: ୮୭୬୩୦୭୦୮୦୪


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri