ଇଏସ୍‌ଜି ରେଟିଂର ଆବଶ୍ୟକତା

ହାଜେଲ ଇଲାଙ୍ଗୋ

 

ମୋର୍ଗାନ ଷ୍ଟାନ୍‌ଲେ କ୍ୟାପିଟାଲ ଇଣ୍ଟରନ୍ୟାଶନାଲ ବା ଏମ୍‌ଏସ୍‌ସିଆଇ ଏକ ଫାର୍ମ ଯାହା ନିବେଶ ତଥ୍ୟ ଏବଂ ଆନାଲିଟିକ ସର୍ଭିସ ନିବେଶକଙ୍କୁ ଯୋଗାଇଦିଏ। ଏହା ପରିବେଶ, ସାମାଜିକ ଓ ଶାସନ ରେଟିଂ(ଇଏସ୍‌ଜି ରେଟିଂ)ର ସବୁଠୁ ପ୍ରଭାବଶାଳୀ ନିୟନ୍ତ୍ରକ। ଇଏସ୍‌ଜି ରେଟିଂ ଏକ କମ୍ପାନୀର ପରିବେଶ, ସାମାଜିକ ଏବଂ ଶାସନ ସମ୍ପର୍କିତ ପ୍ରତିବଦ୍ଧତା ଓ ସେସବୁର ସକ୍ର୍ରିୟ ସଞ୍ଚଳନ ଉପରେ ଆକଳନ କରିଥାଏ। ଏମ୍‌ଏସ୍‌ସିଆଇ ଏକାବେଳକେ ହଠାତ୍‌ ୩୧,୦୦୦ ନିବେଶ ପାଣ୍ଠିର ଇଏସ୍‌ଜି ରେଟିଂକୁ ହ୍ରାସ କରିବାକୁ ଯାଉଛି। ଏମ୍‌ଏସ୍‌ସିଆଇ ତାହାର ନିୟମ ଆଧାରିତ କାର୍ଯ୍ୟପ୍ରଣାଳୀ ବା ମେଥଡଲୋଜି ନବୀକରଣ କରିବା ଏବଂ ଏଏ ରେଟିଂ ବା ହାଇ କ୍ରେଡିଟ୍‌ କ୍ୱାଲିଟି ଏବଂ ନୂ୍ୟନତମ ଡିଫଲ୍ଟ ରିସ୍କ ପାଇଁ ଉନ୍ନତ ମାନକ ହାସଲ କରିବାକୁ ପାଣ୍ଠିର ଆବଶ୍ୟକତା ହେବା ପରେ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ନେଇଛି। ଏଭଳି ଏକ ପ୍ରଭାବଶାଳୀ ପଦକ୍ଷେପର ବିତ୍ତୀୟ ମାର୍କେଟ ଉପରେ ଦୀର୍ଘମିଆଦୀ ପ୍ରଭାବକୁ ନିୟାମକଗୁଡ଼ିକ ଦ୍ୱାରା ପୂର୍ବରୁ ସାବଧାନତାର ସହ ଯାଞ୍ଚ କରିବ ବୋଲି ଆଶା କରାଯାଏ । ଅପରପକ୍ଷେ ଇଏସ୍‌ଜି ରେଟିଂ ପ୍ରୋଭାଇଡର(ଇଆର୍‌ପିଏସ୍‌)ଗୁଡ଼ିକ ନିୟାମକ ରାଡାର ଅଧୀନରେ ଅଧିକ କାମ କରୁଛନ୍ତି। ନିବେଶଭିତ୍ତିକ ନିଷ୍ପତ୍ତିକୁ ମାର୍ଗଦର୍ଶନ କରିବା ପାଇଁ ଇଏସ୍‌ଜି ରେଟିଂ ପ୍ରମୁଖ ଭୂମିକା ନେଇଥାନ୍ତି। କିନ୍ତୁ ଏମ୍‌ଏସ୍‌ସିଆଇ ଦ୍ୱାରା କରାଯାଇଥିବା ଇଏସ୍‌ଜି ରେଟିଂର ହ୍ରାସ ସୂଚନା ଦେଉଛି ଯେ, ସେମାନେ ଏବେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଏବଂ ବହୁ ସମୟରେ ବ୍ୟୟ ବହୁଳ ହୋଇଯାଉଛି। ଅବଶ୍ୟ ବ୍ଲୁମ୍ବର୍ଗ ବିଜ୍‌ନେସଓ୍ବିକ ଆନାଲିସିସ୍‌ର ୨୦୨୧ର ସମୀକ୍ଷାରେ ସାମିଲ ହୋଇଥିବା ଅଧିକାଂଶ କମ୍ପାନୀକୁ ଏମ୍‌ଏସ୍‌ସିଆଇ ଦ୍ୱାରା ଉନ୍ନତ ସ୍ତରକୁ କରାଯାଇଥିଲା। ଏମ୍‌ଏସ୍‌ସିଆଇର କାର୍ଯ୍ୟପ୍ରଣାଳୀରେ ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହୋଇଥିଲା। ଏହାର ଠିକ୍‌ ୨ ବର୍ଷ ପରେ,ଏକ ନୂଆ ପର୍ଯ୍ୟାୟ ପରିବର୍ତ୍ତନ ଯୋଗୁ ଇଏସ୍‌ଜି ରେଟିଂର ଅତ୍ୟଧିକ ସମ୍ଭବ ହେଉଛି ଏବଂ ଏହାର ଭବିଷ୍ୟତର ଆଶା ଉପରେ ଅଧିକ ଅନିଶ୍ଚିତତା ଆଣୁଛି। ଏହି ସମସ୍ୟା ଏମ୍‌ଏସ୍‌ସିଆଇ ପାଇଁ ନିଆରା। ଇଏସ୍‌ଜି ରେଟିଂ ପ୍ରୋଭାଇଡରଗୁଡ଼ିକ ମୂଲ୍ୟାୟନ ଜନିତ ବିପଦର ବା ପ୍ରଭାବ ସମାଧାନ କରିବା ସମ୍ପୂର୍ଣ୍ଣ ଅସଙ୍ଗତ ବୋଲି ଇନଷ୍ଟିଚ୍ୟୁଟ ଫର୍‌ ଏନର୍ଜି ଇକୋନୋମିକ୍ସ ଆଣ୍ଡ୍‌ ଫାଇନାନ୍ସିଆଲ ଆନାଲିସିସ୍‌ (ଆଇଇଇଏଫ୍‌ଏ) ରିପୋର୍ଟରୁ ଜଣାପଡ଼ିଛି। ଭାଗୀଦାରି ମାନକଗୁଡ଼ିକର ଓ ସ୍ବଚ୍ଛ କାର୍ଯ୍ୟପଦ୍ଧତିସବୁର ଅଭାବ ଯୋଗୁ ଷ୍ଟକ୍‌ ଏବଂ ବଣ୍ଡ୍‌ଗୁଡ଼ିକର ଭୁଲ୍‌ ମୂଲ୍ୟ ନିର୍ଦ୍ଧାରଣ ହେଉଛି ଏବଂ ନିବେଶ ନିୟାମକମାନଙ୍କ ଦ୍ୱାରା କରାଯାଉଥିବା ପ୍ରଭାବୀ ନୀତି ନିର୍ଦ୍ଧାରଣକୁ ଦୁର୍ବଳ କରୁଛି।
ଠିକ୍‌ ଏବଂ ଆକଳନଯୋଗ୍ୟ ଏକ ସ୍ଥାୟୀ ଏବଂ ବିଶ୍ୱସନୀୟ ଇଏସ୍‌ଜି ରେଟିଂ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ତୁରନ୍ତ ନିୟାମକ ବା ଆଇନଗତ ହସ୍ତକ୍ଷେପ ଲୋଡ଼ା। ପ୍ରଥମ ପଦକ୍ଷେପରେ ନିଶ୍ଚିତ କରିବାକୁ ହେବ ଯେ, ସମସ୍ତ ଇଆର୍‌ପିଏସ୍‌ ଦ୍ୱାରା ବ୍ୟବହାର କରାଯାଉଥିବା ନିୟମ ଆଧାରିତ କାର୍ଯ୍ୟପ୍ରଣାଳୀସବୁ ସ୍ବଚ୍ଛ ଓ ଆରମ୍ଭରୁ ସେଗୁଡ଼ିକୁ ସ୍ବାଧୀନ ଭାବେ ଯାଞ୍ଚ କରାଯାଇଛି। ଯେଉଁ ରେଟିଂଗୁଡ଼ିକୁ ନିର୍ଦ୍ଧାରଣ କରିବାକୁ ଅଛି ସେଗୁଡ଼ିକୁ ସାହାଯ୍ୟ କରିବା ଏବଂ ସେଗୁଡ଼ିକର ମାନଦଣ୍ଡର ବୈଧତାକୁ ସହଯୋଗ କରିବା ପାଇଁ ଠୋସ୍‌ ତଥା ବ୍ୟବସ୍ଥିତ ତଥ୍ୟ ଯୋଗାଇଦେବାକୁ ନିୟାମକଗୁଡ଼ିକ ଲାଗି ଇଆର୍‌ପିଏସ୍‌ ଜରୁରୀ। ତେବେ ଏକ ଇଆର୍‌ପିଏସ୍‌ର ମେଥଡଲୋଜିରେ କିମ୍ବା ଆଭ୍ୟନ୍ତରୀଣ ଗାଇଡଲାଇନରେ ଯେ କୌଣସି ପରିବର୍ତ୍ତନକୁ ସ୍ବାଧୀନ ଭାବେ ଆକଳନ କରାଯିବା ସହ ନିଶ୍ଚିତ କରାଯିବା ଉଚିତ। ବ୍ୟାପକ ରେଟିଂ ସମାୟୋଜନ କରିବା ଲାଗି ମେଥଡଲୋଜି କିମ୍ବା ମାନଦଣ୍ଡରେ ଯଦି କିଛି ପରିବର୍ତ୍ତନ କରାଯାଏ ତେବେ ନିୟାମକଗୁଡ଼ିକୁ ଏହାର ମୂଲ୍ୟାଙ୍କନ କରିବା ସହ ସ୍ବୀକୃତି ଦେବା ଲାଗି ପଦକ୍ଷେପ ନେବା ଦରକାର।
ଏମ୍‌ଏସ୍‌ସିଆଇର ଇଏସ୍‌ଜି ଫଣ୍ଡ୍‌ ରେଟିଂଗୁଡ଼ିକ ପ୍ରାୟତଃ ଅନିୟମିତ ଆକଳନ ଉପରେ ଆଧାରିତ। ଏହା ଇଏସ୍‌ଜିକୁ ପ୍ରଭାବିତ କରୁଥିବା ସ୍ଥିତିକୁ ଦେଖି କେବଳ କମ୍ପାନୀର ବିତ୍ତୀୟ ବିପଦକୁ ଅନୁଧ୍ୟାନ କରିଥାଏ। ଏହି ପଦକ୍ଷେପ କମ୍ପାନୀର ପରିବେଶ ଓ ସମାଜ ଉପରେ କ’ଣ ପ୍ରଭାବ ରହିଛି ତାହା କରି ନ ଥାଏ। ଫଳରେ କମ୍ପାନୀ ପାଇଁ ଏହା ବିପଦ ହୋଇଯାଏ। କେତୋଟି ଇଆର୍‌ପିଏସ୍‌ ପ୍ରକାଶ କରନ୍ତି ଯେ, ସେମାନଙ୍କ ରେଟିଂ ବ୍ୟାପକ ପ୍ରଭାବ ପାଇଁ ଉତ୍ତରଦାୟୀ ରହେ। ତେବେ ସେମାନଙ୍କ କାର୍ଯ୍ୟପ୍ରଣାଳୀରେ ଏଭଳି ଦାବିକୁ ଯାଞ୍ଚ କରିବା କଷ୍ଟକର। ପରିବେଶ ଓ ସମାଜ ଉପରେ ଜୀବାଶ୍ମ ଇନ୍ଧନ ସହ ଜଡ଼ିତ ଥିବା କମ୍ପାନୀର କ’ଣ ପ୍ରଭାବ ରହିଛି, ତାହାକୁ ଅଣଦେଖା କରି କେବଳ ବିତ୍ତୀୟ ବିପଦକୁ ଆକଳନ କରିବା ଫଣ୍ଡ୍‌ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ। ଆଇଇଇଏଫ୍‌ଏର ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଜୀବାଶ୍ମ ଇନ୍ଧନ ସହ ଜଡ଼ିତ ୮୫%ରୁ ଊର୍ଦ୍ଧ୍ୱ ନିବେଶ ପାଣ୍ଠିଗୁଡ଼ିକ ଉପରେ ଏମ୍‌ଏସ୍‌ସିଆଇ ଉଚ୍ଚସ୍ତରର ଇଏସ୍‌ଜି ରେଟିଂକୁ ଅନୁମତି ଦେଇଛି। ହେଲେ ଏହି ସବୁ ରେଟିଂ ଅତ୍ୟଧିକ ବିପଥଗାମୀ ହୋଇଛି, କାରଣ ସେମାନେ ଫାର୍ମଗୁଡ଼ିକ ସୃଷ୍ଟି କରୁଥିବା ବିପଦକୁ ଅଣଦେଖା କରୁଛନ୍ତି। ଏପରିକି ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା କିଛି ସକାରାମତ୍କ ପ୍ରଭାବକୁ ବି ବିଚାରକୁ ନେଉନାହାନ୍ତି
ଜୀବାଶ୍ମ ଇନ୍ଧନ (ଫସିଲ ଫୁଏଲ) ଉପରେ ନିର୍ଭରଶୀଳତା ନିବେଶକମାନଙ୍କୁ ଜଳବାୟୁ ଜନିତ ବିପଦରେ ପକାଏ। ଯଦି ଏହାକୁ ଠିକ୍‌ ଭାବେ ଆକଳନ କରା ନ ଯାଏ ,ତେବେ ସୁଯୋଗ ନଷ୍ଟ ହୋଇ ବ୍ୟାପକ କ୍ଷତି ହେବା ସମ୍ଭାବନା ଅଛି। ଶେଷରେ ଉଚ୍ଚ ଇଏସ୍‌ଜି ରେଟିଂ ଫାର୍ମଗୁଡ଼ିକୁ ସେମାନଙ୍କ ପୂର୍ବ ସ୍ଥିତି ତୁଳନାରେ ଅଧିକ ସବୁଜ କରିବ। ଏହା ମଧ୍ୟ ଆଗୁଆ ନିବେଶକମାନଙ୍କୁ ପରିବେଶଗତ କାର୍ଯ୍ୟକଳାପରେ ଦୁର୍ବଳ ଥିବା ଫାର୍ମଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ଉପରେ ଗୁରୁତ୍ୱ ଦେବ। ଇଆର୍‌ପିଏସ୍‌ ପରିବେଶ ଓ ସମାଜ ଭଳି ଦୁଇଟିି ଦୃଷ୍ଟିକୋଣକୁ ଗ୍ରହଣ କରିବା ଉପରେ ବିଚାରକଲେ ଏହା ସମାଜ ଓ ପୃଥିବୀ ଉପରେ ଏକ ଫାର୍ମର ପ୍ରଭାବକୁ ପ୍ରକାଶ କରିବ। କେବଳ ଏଭଳି ଦୃଷ୍ଟିିକୋଣ ସହ କଠୋର ନିୟାମକ ଦାୟିତ୍ୱବୋଧ ଇଏସ୍‌ଜି ରେଟିଂ କମ୍ପାନୀର ତ୍ରୁଟିପୂର୍ଣ୍ଣ ପରିବେଶଗତ କାର୍ଯ୍ୟ ଦୂରକରିବା ସହ ବାସ୍ତବରେ ପରିବେଶ ଉପଯୋଗୀ ନିବେଶକୁ ଉତ୍ସାହିତ କରିବ।
ସମସ୍ୟାର ଗମ୍ଭୀରତାକୁ ଅଣଦେଖା କରିବା ଉଚିତ ନୁହେଁ। ନଚେତ୍‌ ଇଏସ୍‌ଜି ରେଟିଂ ପୁଞ୍ଜିବଜାରରେ ଆବଣ୍ଟିତ ଟ୍ରିଲିୟନ ଡଲାରକୁ ପ୍ରଭାବିତ କରିବ। ଏକପାଖିଆ ଭାବେ ଗଢ଼ାଯାଇଥିବା ନିୟମ ଓ ଅପରଦର୍ଶୀ କାର୍ଯ୍ୟପଦ୍ଧତି ଏବଂ ସଂଗହୀତ ଗଭୀର ପକ୍ଷପାତ ସମ୍ବଳିତ ତଥ୍ୟ ଉପରେ ଆଧାରିତ ତ୍ରୁଟିପୂର୍ଣ୍ଣ ରେଟିଂସବୁ ବିପର୍ଯ୍ୟୟର କାରଣ ହୋଇପାରେ। ଏପରିକି ୨୦୦୮ ବୈଶ୍ୱିକ ବିତ୍ତୀୟ ସଙ୍କଟର ତ୍ରୁଟିଯୁକ୍ତ ରେଟିଂର ଭୟଙ୍କର ପରିଣାମଠାରୁ ଅଧିକ ହୋଇପାରେ । ଏଣୁ ଇଏସ୍‌ଜି ରେଟିଂ ଇଣ୍ଡଷ୍ଟ୍ରୀର ଉତ୍ତମ ସଞ୍ଚାଳନ ଜରୁରୀ। ଆଗାମୀ ଦିନରେ ବିତ୍ତୀୟ ସଙ୍କଟ ଦୂର କରିବା ସହ ପରିବେଶ କ୍ଷେତ୍ରରେ ବାସ୍ତବ ପ୍ରଗତି ଯୋଗାଇଦେବା ପାଇଁ ଏହାର ଆବଶ୍ୟକତା ଅଧିକ। ଭଲ ଖବର ହେଉଛି, ୟୁନାଇଟେଡ୍‌ କିଙ୍ଗଡମ (ୟୁକେ)ର ଫାଇନାନ୍ସିଆଲ କଣ୍ଡକ୍ଟ ଅଥରିଟି, ଭାରତର ଦି ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ, ୟୁରୋପିଆନ କମିଶନ ଏବଂ ଜାପାନର ଫାଇନାନ୍ସିଆଲ ସର୍ଭିସ ଏଜେନ୍ସି ଇଏସ୍‌ଜି ରେଟିଂ ଉପରେ କଠୋର ମାନଦଣ୍ଡ ପାଇଁ ଉପାୟ ବାହାର କରିସାରିଲେଣି। ନିବେଶକ ଓ ପୃଥିବୀର ଲାଭ ପାଇଁ ଅନ୍ୟ ମାର୍କେଟ ନିୟାମକ ବା ସଞ୍ଚାଳକମାନେ ଏହି ପଥ ଅନୁସରଣ କରିବା ଭଲ ହେବ।
ଏନର୍ଜି ଫାଇନାନ୍ସ ଆନାଲ୍‌ିଷ୍ଟ,
ଇନ୍‌ଷ୍ଟିଚ୍ୟୁଟ ଫର୍‌ ଏନର୍ଜି ଇକୋନୋମିକ୍ସ ଆଣ୍ଡ୍‌ ଫାଇନାନ୍ସିଆଲ ଆନାଲିସିସ

 


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri