‘ଟେଲିକମ୍‌ କ୍ଷେତ୍ରରେ ଇଏସ୍‌ଜି ପ୍ରଦର୍ଶନ’

ମୁମ୍ବାଇ,୨୫।୧୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓକୁ ନିକଟରେ ଆଉ ଏକ ସମ୍ମାନଜନକ ‘ଟେଲିକମ୍‌ କ୍ଷେତ୍ରରେ ଇଏସ୍‌ଜି ପ୍ରଦର୍ଶନ’ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇଠାରେ ଟ୍ରାନ୍ସଫରମାନ୍ସ ଫୋରମ୍‌ସ ପକ୍ଷରୁ ଆୟୋଜିତ ୨ୟ ଇଏସ୍‌ଜି ସମିଟ୍‌ ଆଣ୍ଡ୍‌ ଆୱାର୍ଡସ୍‌ କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓକୁ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା। ଏପରିକି ଟେଲିକମ୍‌ କ୍ଷେତ୍ରରେ ପରିବେଶ, ସାମାଜିକ ଓ ଗଭର୍ନାସ (ଇଏସ୍‌ଜି) କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରିଲାଏନ୍ସ ଜିଓ ଉକ୍ତ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେହିଭଳି ଜୀବାଶ୍ମ ଇନ୍ଧନ ବଦଳରେ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା ସହ ୫ଜି ପ୍ରଯୁକ୍ତି ଷ୍ଟାକ୍‌ର ସ୍ବଦେଶୀ ବିକାଶ ଏବଂ କୃଷି, ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ୫ଜି ବ୍ୟବହାରର ପ୍ରଦର୍ଶନ ଜରିଆରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଜିଓର ଉଦ୍ୟମକୁ ସ୍ବୀକୃତି ପ୍ରଦାନ କରାଯାଇଛି। ସୁଲଭ ଡିଭାଇସ୍‌ର ବିକାଶ ଜରିଆରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ଜିଓ ଆଗକୁ ବଢ଼ାଉଛି। ଏହା ଜରିଆରେ ୧୦୦ ନିୟୁତରୁ ଅଧିକ ବଞ୍ଚିତ ବ୍ୟବହାରକାରୀ ଡିଜିଟାଲ୍‌ ସେବା ବ୍ୟବହାର କରିପାରୁଛନ୍ତି। ବିଶେଷକରି ଜଳବାୟୁ ପରିବର୍ତ୍ତନ ମୁକାବିଲାର ଅଂଶ ସ୍ବରୂପ ଜିଓ ପକ୍ଷରୁ ସାରା ଭାରତରେ ଏହାର ୧୬,୦୦୦ ରୁ ଅଧିକ ସାଇଟ୍‌ରେ ୧୪୪ ମେଗାୱାଟ୍‌ରୁ ଅଧିକ ସୌରଶକ୍ତି ସ୍ଥାପନ କରାଯାଇଛି। ସେହିପରି ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ଉଦ୍ୟମ ୨୦୩୫ ସୁଦ୍ଧା ନେଟ୍‌ ଜିରୋ ନିର୍ଗମନ ଲକ୍ଷ୍ୟ ଦିଗରେ ଜିଓ ଏବଂ ରିଲାଏନ୍ସ ଗ୍ରୁପ୍‌ର ପ୍ରତିବଦ୍ଧତା ପୂରଣ କରିବାରେ ସହାୟକ ହେବ। ପ୍ୟାରିସ ଚୁକ୍ତିନାମାରେ ଧାର୍ଯ୍ୟ କରାଯାଇଥବା ୧.୫ଂ ସେଲସିଅସ୍‌ ଲକ୍ଷ୍ୟ ଅନୁସାରେ ଏହି ନିର୍ଗମନ ହ୍ରାସ ଲକ୍ଷ୍ୟକୁ ବିଜ୍ଞାନଭିତ୍ତିକ ଲକ୍ଷ୍ୟ ଅଭିଯାନ (ଏସ୍‌ବିଟିଆଇ) ଦ୍ୱାରା ସ୍ବୀକୃତି ପ୍ରଦାନ କରାଯାଇଛି। ଚଳିତ ବର୍ଷ କାର୍ବନ ଡିସ୍‌କ୍ଲୋଜର ପ୍ରୋଜେକ୍ଟ (ସିଡିପି) ପକ୍ଷରୁ ଜିଓ ଏହାର ଜଳବାୟୁ ସଂରକ୍ଷଣ ଉଦ୍ୟମ ଲାଗି ଏକ ଲିଡରଶିପ୍‌ ରେଟିଂ (ଏ-) ହାସଲ କରିଛି। ଭାରତରେ କୌଣସି ଟେଲିକମ୍‌ କ୍ଷେତ୍ରର କମ୍ପାନୀକୁ ପ୍ରଦାନ କରା ଯାଇଥିବା ଏହା ହେଉଛି ସର୍ବୋଚ୍ଚ ରେଟିଂ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri