ଏରିକାଙ୍କ ‘ଶୁଟିଂ ଫ୍ରମ୍‌ ହୋମ୍‌’

ମୁମ୍ବାଇ: ଟେଲି ଦୁନିଆରେ ଏରିକା ଫର୍ନାଡିସ୍‌ ହେଉଛନ୍ତି ଜଣେ ସଫଳ ଅଭିନେତ୍ରୀ। ଦେଖିବାକୁ ଯେମିତି ସେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ଚମତ୍କାର। ଜଣେ ସଫଳ ମଡେଲ ମଧ୍ୟ ସେ। ଖାଲି ବଲିଉଡ୍‌ କାହିଁକି ଟଲିଉଡ୍‌ରେ ମଧ୍ୟ ସେ ବେଶ୍‌ ଜଣାଶୁଣା। ଏରିକାଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ଅଧିକ। ୨୦୧୬ରେ ସୋନୀ ଟିଭିରେ ପ୍ରସାରିତ ହୋଇଥିବା ଶୋ ‘କୁଛ ରଙ୍ଗ୍‌ ପ୍ୟାର୍‌ କେ ଐସେ ଭି’ରେ ସେ ଘରେ ଘରେ ପରିଚିତ। ଏହି ଶୋ’ରେ ସେ ସାହିର ଶେଖ୍‌ଙ୍କ ସହ ନଜର୍‌ ଆସିଥିଲେ। ଉଭୟଙ୍କ କେମେଷ୍ଟ୍ରି ଏଥିରେ ବହୁତ ଦମ୍‌ଦାର୍‌ ଥିଲା।
ଏବେ ଏରିକା ସିରିୟଲ ‘କସୌଟି ଜିନ୍ଦେଗୀ କି’ରେ ଲିଡ୍‌ ରୋଲରେ ଅଛନ୍ତି। ନିକଟରେ ଏହି ସିରିୟଲରେ ଅନୁରାଗର ରୋଲ୍‌ ପ୍ଲେ କରୁଥିବା ପାର୍ଥ ସମଥାନ କୋଭିଡ୍‌ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତାହାପରଠୁ ଏହି ସିରିୟଲର ଶୁୁଟିଂ ସବୁ ବନ୍ଦ ହୋଇଯାଇଥିଲା। ଶୁଟିଂ ସେଟ୍‌କୁ ସାନିଟାଇଜ୍‌ କରାଯାଇଥିଲା। ଏବେ ପୁଣି ଥରେ ସତର୍କତାର ସହ ବିଭିନ୍ନ ନିୟମ କରାଯାଇ ଶୁଟିଂ ଆରମ୍ଭ ହୋଇଛି। କିନ୍ତୁ ଏରିକା ପୂରା ଡରିଯାଇଛନ୍ତି। ସେ ଆଉ ସେଟ୍‌କୁ ନ ଯାଇ ଘରୁ ଶୁଟ୍‌ କରି ପଠାଉଛନ୍ତି। ଅନ୍ୟ କଳାକାରମାନେ ପୁଣି ଥରେ ସେମାନଙ୍କର ଶୁଟିଂ ଆରମ୍ଭ କରିଦେଇଛନ୍ତି। ଅଭିନେତା କରଣ ପଟେଲ ଏବଂ ପୂଜା ବାନାର୍ଜୀଙ୍କୁ ଶୁଟିଂ ସେଟ୍‌ରେ ଦେଖିବାକୁ ମିଳିଛି। କିନ୍ତୁ ଏରିକା ଏବଂ ଆମ୍‌ନା ସରିଫ ସେଟ୍‌କୁ ନ ଆସି ଘରୁ ଶୁଟିଂ କରି ପଠାଉଛନ୍ତି। ଏରିକା ଏବେ କୌଣସି ରିସ୍କ ନେଇପାରିବେ ନାହିଁ ବୋଲି ଡାଇରେକ୍ଟର ଏବଂ ପ୍ରଡ୍ୟୁସରଙ୍କୁ କହିଦେଇଛନ୍ତି। ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ଦେଶରେ ବଢ଼ି ବଢ଼ି ଚାଲିଥିବାରୁ ସେ ଭୟଭୀତ ହୋଇପଡ଼ିଛନ୍ତି। ଏରିକାଙ୍କୁ ଘରୁ ଶୁଟିଂ କରିବାକୁ ସେତେ କଷ୍ଟ ଲାଗୁନି କାରଣ ପୂର୍ବରୁ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି। କ୍ୟାମେରାର ଜ୍ଞାନ ଅଳ୍ପ ବେଶୀ ରହିଛି ବୋଲି ସେ କହିଛନ୍ତି। ବିନା କୋ-ଷ୍ଟାର୍‌ରେ ଆକ୍ଟିଂ କରିବା ବହୁତ କଷ୍ଟ ବୋଲି ସେ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଘରେ ରହି ପୂରା ୧୨ଘଣ୍ଟା ସମୟ ନିଜ ସିରିୟଲକୁ ଦେଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri