ସମବାୟ ଋଣ ଓ ଫସଲ କିଣାବିକା

ସମସ୍ତ ମନୁଷ୍ୟ ସମାଜର ଜୀବନଧାରଣ ପାଇଁ ଖାଦ୍ୟ ଅପରିହାର୍ଯ୍ୟ। ଚାଷୀର ଫସଲ ତଥା ଶସ୍ୟ ଉପତ୍ାଦନ ବଢ଼ିଲେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହୁଏ। ଚାଷୀ ଫସଲ ଡେରିବାକୁ ହଳବଳଦ, ବିହନ, ସାର, ପାଣି ଇତ୍ୟାଦି ସମସ୍ତ ଚାଷର ଖର୍ଚ୍ଚଲାଗି ବ୍ୟାଙ୍କ ତଥା ମହାଜନମାନଙ୍କଠାରୁ ପ୍ରତିବର୍ଷ ଋଣ ଆଣେ। କିନ୍ତୁ ଅନେକ ସମୟରେ ବଢ଼ି, ମରୁଡ଼ି, ଝଡ଼ ବତାସ, କରକାପାତ କିମ୍ବା କୀଟପତଙ୍ଗ ଉପଦ୍ରବରେ ତା’ର ଫସଲ ନଷ୍ଟ ହୋଇଥାଏ। ସମସ୍ତ ଖର୍ଚ୍ଚ ଓ ବର୍ଷ ସାରା କରିଥିବା ଶ୍ରମ ପାଣିରେ ପଡ଼େ। ଫଳରେ ଖଳାରୁ ଟୋକେଇ ଓ କୁଲାକୁ ଖାଲି ମୁଣ୍ଡରେ ମୁଣ୍ଡାଇ ଘରକୁ ଫେରେ। କିନ୍ତୁ ବ୍ୟାଙ୍କ କିମ୍ବା ସାହୁକାରମାନେ ସେ ଆଣିଥିବା ଋଣ ଅସୁଲ ପାଇଁ ତାଗିଦାରୁ ନିବୃତ୍ତ ହୁଅନ୍ତି ନାହିଁ। ଯାହାହେଉ ସମବାୟ କଂଗ୍ରେସର ଆନ୍ଦୋଳନ ଫଳରେ ସରକାର କେବେ ଠାରୁ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଚାଷୀର ଫସଲ ନଷ୍ଟ ପାଇଁ ଶସ୍ୟବୀମା ପ୍ରବର୍ତ୍ତନ କରି ବ୍ୟାଙ୍କ ଋଣ ପରିଶୋଧ କରିବା ପାଇଁ ସାଧାରଣ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇ କାର୍ଯ୍ୟକାରୀ କରାଇଛନ୍ତି। ବିଳମ୍ବରେ ହେଉ ପଛକେ ଚାଷୀମାନେ ସରକାରଙ୍କ ନିଷ୍ପତ୍ତି ସହିତ ଏକମତ ହୋଇଛନ୍ତି।
କିନ୍ତୁ ଚାଷୀର ଏତିକିରେ ଦୁଃଖ ଲାଘବ ହେଲାନାହିଁ। ଯେଉଁ ବର୍ଷ ତା’ର ଫସଲ ଭଲହୁଏ ବଳକା ଶସ୍ୟ ବିକିବାକୁ ସମୟେ ସମୟେ ଉପଯୁକ୍ତ ଦର ପାଏ ନାହିଁ। ଲାଭଖୋର ବ୍ୟବସାୟୀଙ୍କୁ ନିତାନ୍ତ କମ୍‌ ଦରରେ ବିକିବାକୁ ହୁଏ। ମାତ୍ର ବର୍ଷସାରା ତା’ର ଦୈନଦିନ ଖର୍ଚ୍ଚ ପିଲାଛୁଆଙ୍କ ପାଠପଢ଼ା ଏବଂ ଲୁଗାପଟା କିଣିବା ପାଇଁ ଖର୍ଚ୍ଚ ତ ନିହାତି ଦରକାର ହୋଇଥାଏ। ଫଳରେ ଫସଲ ପାଇଁ ବ୍ୟାଙ୍କ ଋଣ ଶୁଝିବାକୁ ଅକ୍ଷମ ହୁଏ ଏବଂ ଖିଲାପୀ ହୋଇ ପରବର୍ତ୍ତୀ ଫସଲ ଉତାରିବାକୁ ପୁଣି ଋଣ ପାଇବାରୁ ବଞ୍ଚତ୍ତ ହୁଏ। ଅବଶ୍ୟ ଆମ ଦେଶରେ ଭାରତୀୟ ଖାଦ୍ୟ ନିଗମ, ଜାତୀୟ ତଥା ରାଜ୍ୟ ବାଣିଜ୍ୟ ମହାସଂଘମାନେ ‘ଜାତୀୟ କୃଷି ଦରଦାମ ନିୟୋଗ’ର ବାର୍ଷିକ ଘୋଷିତ ଏମ୍‌.ଏସ୍‌.ପି. ଦରରେ ଚାଷୀମାନଙ୍କର ଫସଲ କେତେକ ପରିମାଣରେ କିଣିଥାନ୍ତି। ତଥାପି ବହୁ ଚାଷୀ ଅନୁଚିତ ଦରରେ ତାଙ୍କ ଉପତ୍ାଦିତ ଶସ୍ୟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ କାର୍ଯ୍ୟରୁ ଦୂରେଇ ଚାଷୀମାନଙ୍କଠାରୁ ଖାଲି ପଣ୍ୟଦ୍ରବ୍ୟ କ୍ରୟ ପାଉଣା ଆଦାୟ କରିବାରେ ବ୍ୟସ୍ତ। କିନ୍ତୁ ଚାଷୀର ଫସଲ ନିଲାମ କ୍ଷେତ୍ରରେ ସର୍ବୋଚ୍ଚ ଦରରେ ବିକ୍ରୟ କରିବାକୁ ନିୟନ୍ତ୍ରିତ ବଜାର କମିଟିମାନେ ପଦକ୍ଷେପ ନିଅନ୍ତି ନାହିଁ। ଅଥଚ ସରକାର ନିୟନ୍ତ୍ରିତ ବଜାର କମିଟିମାନଙ୍କର ଅଫିସ୍‌ ଘର ଓ ଗୋଦାମ ନିର୍ମାଣରେ ବିପୁଳ ଅର୍ଥ ଶ୍ରାଦ୍ଧ କରୁଛନ୍ତି। ହଲାଣ୍ଡ ସହରରେ ଥିବା ରଟରଡ୍ୟାମ ନିୟନ୍ତ୍ରିତ ବଜାର କମିଟିର ପରିଚାଳନା କର୍ତ୍ତୃପକ୍ଷ ଚାଷୀମାନଙ୍କ ପରିବା, ବ୍ୟବସାୟୀଙ୍କ ସାମନାରେ ନିଲାମ ସୂତ୍ରରେ ସର୍ବୋଚ୍ଚ ବଜାର ଦରରେ ବିକ୍ରି କରୁଛନ୍ତି ଏବଂ ବିକ୍ରି ପରେ ସେଦିନର ବଳକା ପରିବାକୁ ସହାୟକ ଦରରେ ‘ପଣ୍ୟଦ୍ରବ୍ୟ କ୍ରୟ ପାଉଣା ପାଣ୍ଠି’ରେ କିଣି ନିଅନ୍ତି। ମାତ୍ର ଓଡ଼ିଶାରେ ନିୟନ୍ତ୍ରିତ ବଜାର କମିଟିରେ ସଭାପତି ହେଉଛନ୍ତି ଜିଲାପାଳ କିମ୍ବା ଅତିରିକ୍ତ ଜିଲାପାଳ ନଚେତ୍‌ ଉପଜିଲାପାଳ। କମିଟି କେବଳ ଚାଷୀଙ୍କଠାରୁ କମିଶନି ଆଦାୟ କରିବାରେ ବ୍ୟସ୍ତ। ଚାଷୀମାନଙ୍କର ଉପତ୍ାଦିତ କୋବି, ବିଲାତି, ବାଇଗଣ, ବନ୍ଧାକୋବି କିପରି ଗୋରୁ ଚରିଯାନ୍ତି କିମ୍ବା ଟୋକେଇ ଟୋକେଇ ଫସଲକୁ ବେପାରୀ ନିକଟରେ ନେହୁରା ହୋଇ ୧୦-୨୦ ଟଙ୍କାରେ ତାକୁ ବିକ୍ରି କରନ୍ତି। ହାୟରେ ହଲାଣ୍ଡ ଓ ଆମ ଦେଶର ବଜାର କମିଟି ପରିଚାଳନାରେ କି ଆକାଶ ପାତାଳ ପ୍ରଭେଦ। ସେଥିରେ ପୁଣି ଦକ୍ଷତାକୁ ବିଚାରକୁ ନ ନେଇ ରାଜନୈତିକ ଦଳମାନଙ୍କ ଦ୍ୱାରା ନିୟନ୍ତ୍ରିତ ବଜାର କମିଟିରେ ସଭ୍ୟ ମନୋନୟନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହୁଏ। ଏପରି ଅଭାବୀ ଦରରେ ଚାଷୀ ତା’ର ଫସଲକୁ ବିକିଲେ କରିଥିବା ଋଣକୁ ଶୁଝିବ ବା କିପରି?
ଯେଉଁଠାରେ ସମବାୟ ସମିତିଗୁଡ଼ିକ ଚାଷୀର ଫସଲକୁ ସହାୟକ ଦରରେ କିଣି ବ୍ୟାଙ୍କ ଋଣକୁ ମଜୁରା କରନ୍ତି ସେଠାରେ ଚାଷୀ ଖିଲାପୀ ନ ହୋଇ ପୁନର୍ବାର ଋଣ ନେଇ ପରବର୍ତ୍ତୀ ଫସଲ ଉତ୍ତାରିବାକୁ ମହଜୁଦ ହୁଏ। ୧୯୮୦ରେ ମହାରାଷ୍ଟ୍ରର ପୁନା ଜିଲାରେ ପୁନା କେନ୍ଦ୍ର ସମବାୟ ବ୍ୟାଙ୍କ ଚାଷୀମାନଙ୍କୁ ସମବାୟ ସମିତିର ସଭ୍ୟ କରାଇ ଆଖୁ ଚାଷ କରି ସମବାୟ ଚିନିକଳମାନଙ୍କୁ ଆଖୁ ଯୋଗାଇବା ପାଇଁ ଚୁକ୍ତିନାମା ପ୍ରସ୍ତୁତ କରି ଋଣ ଦିଅନ୍ତି ଏବଂ ଚିନିକଳକୁ ଚାଷୀମାନେ ଉଚିତ ଦରରେ ଯୋଗାଇଥିବା ଆଖୁର ମୂଲ୍ୟକୁ ହିସାବକୁ ନେଇ ତାହା ମଧ୍ୟରୁ ବ୍ୟାଙ୍କ ଋଣକୁ ପ୍ରଥମେ ମଜୁରା କରି ଅବଶିଷ୍ଟ ଅର୍ଥ ଚାଷୀର ଆକାଉଣ୍ଟକୁ ଦେଇ ଦିଅନ୍ତି। ଚାଷୀ ଆବଶ୍ୟକ ସମୟରେ ତା’ର ଆକାଉଣ୍ଟରେ ଥିବା ଜମା ଟଙ୍କାକୁ ଉଠାଇ ଗୁଜୁରାଣ ମେଣ୍ଟାଏ। ସେହିପରି କର୍ନାଟକରେ ବ୍ୟାଙ୍କ ଋଣ ଅସୁଲ ଠିକ୍‌ ନ ଥିଲେ ମଧ୍ୟ ବିଦର କେନ୍ଦ୍ର ସମବାୟ ବ୍ୟାଙ୍କର ଋଣ ଅସୁଲ ଶତକଡ଼ା ୮୦ଭାଗରୁ ଅଧିକ। କାରଣ ବିଦର ଜିଲାର ଚାରିଗୋଟି ସମବାୟ ଚିନିକଳ ଚାଷୀମାନଙ୍କୁ ଆଖୁଚାଷ ପାଇଁ ଋଣ ଯୋଗାଇ ଚାଷୀଙ୍କଠାରୁ ଆଖୁ କିଣିନେଇ ସେମାନଙ୍କ ପ୍ରାପ୍ୟରୁ ପ୍ରଥମେ ବ୍ୟାଙ୍କ ଋଣକୁ ମଜୁରା କରି ଅବଶିଷ୍ଟ ଟଙ୍କା ଚାଷୀକୁ ଫେରାଇ ଦିଅନ୍ତି।

ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍‌
ମୋ:୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri