କାର୍ଯ୍ୟକ୍ଷମ ନ ହେଉଣୁ ନେଇଗଲେ

ବରଗଡ଼ ଅଫିସ୍‌,୧୧।୧: ବରଗଡ଼ ଜିଲାରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ସଂକ୍ରମଣ ବୃଦ୍ଧି ଏବଂ ଅମ୍ଳଜାନ(ଅକ୍ସିଜେନ)ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ଦ୍ୱିତୀୟ ଲହର ଚାଲିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଲାଗିଥିଲା ଏବଂ କାର୍ଯ୍ୟକ୍ଷମ ହେବାକୁ କେବଳ ବାକି ରହିଥିଲା । ମାତ୍ର ତାହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଉକ୍ତ ପ୍ଲାଣ୍ଟରେ ଲାଗିଥିବା ବିଭିନ୍ନ ଯନ୍ତ୍ରପାତି ଚୋରି ହୋଇଯିବା ସମସ୍ତଙ୍କୁ ଚକିତ କରିଛି । ଏ ନେଇ ଏଡ଼ିଏମଓ ଡା. ବିଭୁତି ଭୂଷଣ ମେହେର ଭଟଲି ଥାନାରେ ଏକ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୩/୨୨) ରୁଜୁ କରି ତଦନ୍ତ ଚଲାଇଛି।

ମିଳିଥିବା ସୂଚନା ଅନୁଯାୟୀ, ତୃତୀୟ ଲହର ମାଡ଼ି ଆସିବା ଏବଂ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଗତ ୭ ତାରିଖ ଅକ୍ସିଜେନ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ପହଞ୍ଚିଥିଲେ । ହେଲେ ଅକ୍ସିଜେନ ପ୍ଲାଣ୍ଟରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇ ଯାଇଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ତେବେ ତାହା କେବେଠୁ ଚୋରି ହୋଇଛି ଏବଂ ଏହି ଘଟଣାରେ କାହାର ଭୂମିକା ରହିଛି, ଏନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏହି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡ଼ିଏମଓ) ଡା. ଅରୁଣ କୁମାର ପାତ୍ରଙ୍କୁ ପଚାରିବାରୁ ପ୍ଲାଣ୍ଟର କିଛି କପର୍‌ ତାର ଚୋରି ହୋଇଛି। କର୍ମଚାରୀମାନେ ପ୍ଲାଣ୍ଟର ମରାମତି କରୁଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri