ମହାମାରୀ ଓ ସାମାଜିକ ପୁଞ୍ଜି

ଏଡୋରାଡୋ କ୍ୟାମ୍ପେନେଲା

କୋଭିଡ୍‌-୧୯ ମହାମାରୀ ଭୌତିକ (ଉପତ୍ାଦନର ଏକ କାରକ ଯେଉଁଥିତ୍ରେ ମେଶିନ, ଭବନ ଏବଂ କମ୍ପ୍ୟୁଟର ଆଦି ଅନ୍ତର୍ଭୁକ୍ତ) ଏବଂ ମାନବ ପଞ୍ଜିିକୁ ବ୍ୟାପକ କ୍ଷତି କରିଛି। କମ୍ପାନୀଗୁଡ଼ିକ ସେମାନଙ୍କର ବିଭିନ୍ନ ପ୍ରୋଜେକ୍ଟରେ ନିବେଶ ସ୍ଥଗିତ କିମ୍ବା ବନ୍ଦ କରିଛନ୍ତି। କାର୍ଯ୍ୟରୁ ବାହାର କରାଯାଇଥିବା କିମ୍ବା ସାମୟିକ ଛୁଟିରେ ରହିଥିବା ଶ୍ରମିକମାନଙ୍କ କୌଶଳ ବି କ୍ଷତିଗ୍ରସ୍ତ ହୋଇଛି। ତେବେ ସାମାଜିକ ପୁଞ୍ଜି ଏହି ସଙ୍କଟ ସମୟରେ ଆଗକୁ ବଢିପାରିିଛ ଏବଂ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ ଉତ୍ସ ଭାବେ ଏହାର ଭୂମିକାକୁ ଦୃଢ କରିଛି। ୧୯୯୦ରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପଲିଟିକାଲ ସାଇଣ୍ଟିଷ୍ଟ ରବର୍ଟ ପୁଟନମ୍‌ଙ୍କ ମତରେ,ସାମାଜିକ ପୁଞ୍ଜି ସଂସ୍ଥାଗୁଡ଼ିକର ବୈଶିଷ୍ଟ୍ୟ ଯଥା ନେଟଓ୍ବର୍କ, ମାନକ ଏବଂ ବିଶ୍ୱାସକୁ ସୂଚାଏ, ଯାହା ପାରସ୍ପରିକ ଲାଭ ଲାଗି କାର୍ଯ୍ୟ ଓ ସହଯୋଗକୁ ସୁଗମ କରିଥାଏ। ଭାଗୀଦାରି ମୂଲ୍ୟ, ବ୍ୟବହାରିକ ବୁଝାମଣା ଏବଂ ପାରସ୍ପରିକ ବିଶ୍ୱାସ ଓ ସମାନତାର ଉତ୍ସ ଏଥିରେ ସମାବିଷ୍ଟ, ଯାହା ସମାଜକୁ କାର୍ଯ୍ୟ କରିବା ଲାଗି ଅନୁମତି ଦେଇଥାଏ। କୌଣସି ଗ୍ରୁପ ବା ବର୍ଗର ସାମାଜିକ ପୁଞ୍ଜି ଯେତିକି ବେଶି, ମୂଲ୍ୟବୋଧଭିତ୍ତିକ ଲକ୍ଷ୍ୟ ହାସଲ କରିବାରେ ତାହାର ଇଚ୍ଛାଶକ୍ତି ଏବଂ ସାମଗ୍ରିକ କାର୍ଯ୍ୟ କରିବାର ଦକ୍ଷତା ସେତିକି ଅଧିତ୍କ। ଅନ୍ୟ ଅର୍ଥରେ, ସାମାଜିକ ପୁଞ୍ଜି ଗୋଷ୍ଠୀ ଓ ଦେଶକୁ ଏକସୂତ୍ରରେ ବାନ୍ଧି ରଖେ। ଅନୁକୂଳ ପରିବେଶରେ ଲଗାତର ଭାବେ ପାରସ୍ପରିକ ସାମାଜିକ ସମ୍ପର୍କ ତ୍ୱରିତ ଆର୍ଥିକ ଅଭିବୃଦ୍ଧି ,ସ୍ବାସ୍ଥ୍ୟ ପରିଣାମ ଏବଂ ଅଧିକ ସ୍ଥାୟିତ୍ୱ ପାଇଁ ବାଟ କଢାଇ ନିଏ। କୋଭିଡ୍‌ ମହାମାରୀ ସମୟରେ ଟିକା ଏବଂ ପ୍ରଭାବୀ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନ ହୋଇଥିବାବେଳେ ଭୂତାଣୁ ବିରୋଧରେ ସାମାଜିକ ପୁଞ୍ଜି ଆଗଧାଡ଼ିର ସୁରକ୍ଷା ଯୋଗାଇ ଦେଇଛି। ଏଠାରେ ଲୋକମାନେ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନେଇ ଲୋକମାନଙ୍କୁ ମଧ୍ୟ ଉତ୍ତମ ସେବା ଯୋଗାଇ ଦେଇଛନ୍ତି। ଲୋକମାନେ କେମିତି ଭୂତାଣୁ ସଂସ୍ପର୍ଶରେ ନ ଆସିବେ ତାହା ପ୍ରତ୍ୟେକଟି ସଚେତନାଭିତ୍ତିକ କାର୍ଯ୍ୟର ଲକ୍ଷ୍ୟ ରହିଥିଲା। ଏହାଦ୍ୱାରା ଅନ୍ୟ ଗୋଷ୍ଠୀର ସମ୍ଭାବ୍ୟ ସଂକ୍ରମଣକୁ କମ୍‌ କରାଯାଇପାରିଥିଲା। ଅର୍ଥନୀତିଜ୍ଞଙ୍କ ଭାଷାରେ, ଯେଉଁମାନେ ବାହାରେ କମ୍‌ ବୁଲାବୁଲି କଲେ ଓ ସେମାନଙ୍କ ମଧ୍ୟରେ ପାରସ୍ପରିକ ସାମାଜିକ ସମ୍ପର୍କ କମ୍‌ ରଖିତ୍ଲେ ଓ ବାହାରର ନକାରାମତ୍କ ପରିସ୍ଥିତି ଉପରେ କମ୍‌ ଅବଗତ ହେଲେ,ସେମାନେ ହୁଏତ ସମାଜିକ ପୁଞ୍ଜି ଆଧାରରେ ସମାଜକୁ ପ୍ରଭାବିତ କରିପାରିଥାଆନ୍ତେ, କିନ୍ତୁ ତାହା ହେଲା ନାହିଁ।
ବୃହତ ଗ୍ରୁପ୍‌ ସହିତ ମିଶିବାର ଭାବନା ସଂଯମ ବ୍ୟବହାରର ଉଚ୍ଚ ବ୍ୟକ୍ତିଗତ ମୂଲ୍ୟବୋଧ ସହିବା ପାଇଁ ଏହା ଲୋକମାନଙ୍କୁ ପ୍ରେରିତ କରିଛି। ଏକାଡେମିକ ରିସର୍ଚ୍ଚର ଏକ ବୃହତ ଏବଂ ବିକାଶଶୀଳ ସଂସ୍ଥା ଦର୍ଶାଇଛି ଯେ,ଅଧିକ ଉନ୍ନତ ନାଗରିକ ସଂସ୍କୃତି ସହ ସ୍ବାଭାବିକ ଭାବେ ସାମାଜିକ ଦୂରତା ରହିବାର ବହୁ ସମ୍ଭାବନା ରହିଛି। ଉଦାହରଣ ସ୍ବରୂପ, ଏକ ୟୁରୋପିଆନ କ୍ରସ କଣ୍ଟ୍ରି କମ୍ପାରିଜନରୁ ଜାଣିବାକୁ ମିଳିଲା ଯେ, ସାମାଜିକ ପୁଞ୍ଜିରେ ଗୋଟିଏ ମାନକର ଉଲ୍ଲଂଘନ ୨୦୨୦ ମାର୍ଚ୍ଚ ମଧ୍ୟଭାଗରୁ ଜୁନ୍‌ ଶେଷସୁଦ୍ଧା କୋଭିଡ୍‌ କେସ୍‌ ୧୪% ରୁ ଆରମ୍ଭ କରି ୪୦%ରୁ ସମାନ୍ୟ ବେଶି ବୃଦ୍ଧି ଘଟିଥିଲା। ମୃତ୍ୟୁ ମଧ୍ୟ ୭%ରୁ ଆରମ୍ଭ କରି ୧୬%ରୁ ସାମାନ୍ୟ ଅଧିତ୍ତ୍କ ବୃଦ୍ଧି ହୋଇଥିଲା । ଏହି ମୃତ୍ୟୁହାର ବାସ୍ତବରେ ଅଧିତ୍କ ଥିତ୍ଲା। ତେବେ ଯେଉଁ ସ୍ଥାନରେ ସାମାଜିକ ପୁଞ୍ଜି ଅଧିକ ରହିଥିଲା ସେଗୁଡ଼ିକ ଲୋକମାନେ ଏକାନ୍ତରେ ରହିଥିବା ସ୍ଥାନଗୁଡ଼ିକ ତୁଳନାରେ ଆର୍ଥିକ ଦୃଷ୍ଟିକୋଣରୁ ଅଧିକ କ୍ରିୟାଶୀଳ ହେବା ଲକ୍ଷ୍ୟ କରାଯାଇଥିଲା। ମହାମାରୀର ପ୍ରାରମ୍ଭରେ ପ୍ୟାରିସ, ନ୍ୟୁୟର୍କ, ଲଣ୍ଡନ ଏବଂ ମିଲାନ ଭଳି ଜନବହୁଳ ସହରଗୁଡ଼ିକରେ ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା, କାରଣ ଆଗକୁ କ’ଣ ଆସୁଥିଲା ତାହା କେହି ଅନୁଭବ କରୁନଥିତ୍ତ୍ଲେ। କିନ୍ତୁ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଯେମିତି ପଡ଼ିଲା ନାଗରିକମାନଙ୍କ ଉପରେ ସଚେତନ ଥିତ୍ବା ଅଞ୍ଚଳର ଅଧିବାସୀମାନେ ସାମାଜିକ ଦୂରତା ପାଳନ ନିୟମକୁ ଗ୍ରହଣ କରିନେଲେ। ଏମିତିକି ଆନୁଷ୍ଠାନିକ କଟକଣା ଲାଗୁ ହେବା ପୂର୍ବରୁ ସେମାନେ ଏହାକୁ ମାନିନେଇଥିତ୍ଲେ। ସେମାନେ ମଧ୍ୟ ଦେଶର କୋଭିଡ୍‌ କଟକଣା ସମ୍ପର୍କିତ ନିର୍ଦ୍ଦେଶ ପ୍ରତି ଅଧିକ ଉତ୍ତରଦାୟୀ ରହିଥିଲେ।
ଲକ୍‌ଡାଉନ ମାସଗୁଡ଼ିକରେ ଏବଂ ଦୂରରେ(ଘରେ) ରହି କାମ କରିବା ସମୟରେ ଅର୍ଥନୀତିକୁ ଶକ୍ତି ଯୋଗାଇବାରେ ସାମାଜିକ ପୁଞ୍ଜି ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଡିଜିଟାଲ ଟେକ୍‌ନୋଲୋଜି ଲୋକମାନଙ୍କୁ ସମ୍ପର୍କ ରଖିବାରେ ସାହାଯ୍ୟ କରିଥିଲାବେଳେ ସାମାଜିକ ପୁଞ୍ଜି ଏହି ସବୁ ଯୋଗାଯୋଗକୁ ଉଜ୍ଜୀବିତ କରି ରଖିତ୍ଲା। କର୍ମଚାରୀମାନେ ଘରେ ରହି ଅଧିକ କାମ କରିଥିଲେ, କାରଣ ସେମାନଙ୍କର ସେମାନଙ୍କ ସହକର୍ମୀମାନଙ୍କ ସହ ସମାନ ପ୍ରକାର ବିଶ୍ୱାସ, ଭାଗୀଦାରି ପରିଚୟ ବା ସମାନତା ଏବଂ ସାମୂହିକ ଉଦ୍ଦେଶ୍ୟର ଭାବନା ସୃଷ୍ଟି ହୋଇଥିଲା। ସେହି ଆଧାରରେ ଅନେକେ ମଧ୍ୟ ସମ୍ପୂର୍ଣ୍ଣ ନୂଆ ଡିଜିଟାଲ ସମ୍ପକିର୍ର୍ ବିକାଶ କରିବାକୁ ସକ୍ଷମ ହୋଇଥିତ୍ତ୍ଲେ। ଅଧିକାଂଶ କ୍ଷେତ୍ରରେ ମହାମାରୀ ସମୟରେ ଅନେକ କମ୍ପାନୀ ସେମାନଙ୍କ ଆଭ୍ୟନ୍ତରୀଣ ସାମାଜିକ ପୁଞ୍ଜିର ସମ୍ପ୍ରସାରଣ ବନ୍ଦ କରି ଦେଇଥିଲେ। ସିଧାସଳଖ ଭାବେ ସେମାନଙ୍କ କର୍ମଚାରୀମାନଙ୍କୁ ନିୟନ୍ତ୍ରଣ କରିବାରେ ଆଂଶିକ କ୍ଷମତା ହରାଇ କମ୍ପାନୀଗୁଡ଼ିକ ସେମାନଙ୍କୁ ସଶକ୍ତ କରିବା ବନ୍ଦ କରିଦେଲେ। ହେଲେ କାର୍ଯ୍ୟକ୍ଷେତ୍ର ବାହାରେ ସେମାନଙ୍କ ସମୟ ଓ ଜୀବନକୁ ନିୟନ୍ତ୍ରଣ କରିବାକୁ ବହୁ କର୍ମଚାରୀ ଆହୁରି ଅଧିକ ଦାୟିତ୍ୱ ନେବାରେ ସକ୍ଷମ ହୋଇପାରିଛନ୍ତି ଏବଂ ଉଚ୍ଚମାନର ଉପତ୍ାଦନ କରୁଛନ୍ତି। ବୋଷ୍ଟନ କନସଲ୍ଟିଂ ଗ୍ରୁପ୍‌ ଦ୍ୱାରା କରାଯାଇଥିତ୍ବା ଏକ କ୍ରସ କଣ୍ଟ୍ରି ସର୍ଭେ ଅନୁଯାୟୀ,ମହାମାରୀ କଟକଣା ସତ୍ତ୍ୱେ ୭୫% କର୍ମଚାରୀ ସେମାନଙ୍କ କାର୍ଯ୍ୟ ଜାରି ରଖିବା ସହ ଉପତ୍ାଦନ କ୍ଷମତା ବୃଦ୍ଧି କରିପାରିଛନ୍ତି। ଆଜିକାର ହାଇବ୍ରିଡ କାର୍ଯ୍ୟସ୍ଥଳୀରେ ଏହି ସବୁ ପରିଣାମ ପଛରେ ସାମାଜିକ ପୁଞ୍ଜି ସ୍ପଷ୍ଟତଃ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଭାବେ କାମ କରୁଛି। ଏହାର ଭୌତିକ ପ୍ରତିପକ୍ଷ ଯଥା ଫ୍ୟାକ୍ଟ୍ରି, ଉପକରଣ ବା ସାମଗ୍ରୀ ଏବଂ ଆହୁରି ଏମତି ଅନେକ କ୍ଷତି ହେଉଥିଲେ ବି ସାମାଜିକ ପୁଞ୍ଜିର କୌଣସି କ୍ଷତି ହେବାର ସମ୍ଭାବନା ନାହିଁ। କିନ୍ତୁ ପୁଞ୍ଜିର ଅନ୍ୟ କୌଣସି ରୂପ ଭଳି ଏହାର ପରିଚାଳନା ଏବଂ ସୁଧାର ବା ଉନ୍ନତି ଦରକାର। ବିଶେଷ କରି ମହାମାରୀ ପର ପର୍ଯ୍ୟାୟରେ ଏହା ଆବଶ୍ୟକ ହେବ । ସାଧାରଣ ପରିସ୍ଥିତିରେ ଆମ ଯୋଗାଯୋଗ ଏବଂ ସମ୍ପର୍କ ସମୟକ୍ରମେ ବିକଶିତ ଏବଂ ସମ୍ପ୍ରସାରିତ ହୁଏ। ତଥାପି ସାମାଜିକ ନେଟ୍‌ଓ୍ବର୍କକୁ ପୁନଃ କ୍ରିୟାଶୀଳ ଏବଂ କାର୍ଯ୍ୟକ୍ଷମ କରିବାର ଉପଯୁକ୍ତ ପଦକ୍ଷେପ ବିନା ମାସ ମାସ ଧରି ଲକ୍‌ଡାଉନ ଏବଂ କଟକଣା କିଛି ସମ୍ପର୍କକୁ ଶେଷ କରିଦେଲା କିମ୍ବା ଗୋଷ୍ଠୀ ସମୂହକୁ ଭାଗ ଭାଗ କରିଦେଲା। ଏଠାରେ ପୁଟ୍‌ନମଙ୍କ ‘ବଣ୍ଡିଂ ସୋସିଆଲ କ୍ୟାପିଟାଲ’ ସ୍ଲୋଗାନ ସ୍ମରଣ କରାଯାଇପାରେ। ତାଙ୍କ ଅନୁସାରେ ଲୋକମାନେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହ ଏମିତି ସଂଶ୍ଳିଷ୍ଟ ହେବା ଉଚିତ ଯାହାଦ୍ୱାରା ସେମାନେ ନିଜ ଜାତି କିମ୍ବା ଜନଜାତି ସାମାଜିକ ଗ୍ରୁପର ସଂଗଠନଗୁଡ଼ିକର ମନୋଭାବକୁ ଗ୍ରହଣ କରିବେ। ବାସ୍ତବରେ ଲୋକବାଦ ଏବଂ ଜାତୀୟତାବାଦ ସାମାଜିକ ପୁଞ୍ଜିର ଖରାପ ରୂପ ଏବଂ ଏହା ମହାମାରୀ ସମୟରେ କେତେକ ସ୍ଥାନରେ ପ୍ରକାଶ ପାଇଆସୁଛି। ଏଣୁ ସରକାର ଏବଂ କର୍ପୋରେଶନଗୁଡ଼ିକ କୋଭିଡ-୧୯ ସଙ୍କଟ ସମୟରେ ସମାଜରେ ବିକାଶ ହୋଇଥିବା ଉତ୍ତରଦାୟିତ୍ୱ,ଏକତା ଏବଂ ପରୋପକାର ମନୋଭାବକୁ ସମାଜିକ ପୁଞ୍ଜି ସହ ଯୋଡ଼ିି ଏହାକୁ ଆହୁରି ମଜଭୁତ କରିବା ପାଇଁ ଚେଷ୍ଟା କରିବା ଉଚିତ। ସାମାଜିକ ପୁଞ୍ଜିର ଏହି ରୂପ ବିଭିନ୍ନ ବର୍ଗରର ଲୋକମାନଙ୍କୁ ଯୋଡ଼ିଥାଏ । ଏହା ମଧ୍ୟ ଭବିଷ୍ୟତରେ ମହାମାରୀକୁ ରୋକିବାରେ ଆବଶ୍ୟକ ହେବ। କେବଳ ମହାହାରୀ ନୁହେଁ, ଏହା ମଧ୍ୟ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢେଇ କରିବାରେ ସକ୍ଷମ ହେବ। କିନ୍ତୁ କେବଳ ନାଗରିକଙ୍କ ଉପରେ ସଚେତନ ହେବା ଯଥେଷ୍ଟ ହେବ ନାହିଁ। ଲୋକମାନେ ସେମାନଙ୍କ କାର୍ଯ୍ୟ ବାହାରେ ସମାଜରେ କ’ଣ ନକାରାମତ୍କ ପ୍ରଭାବ ପଡ଼ୁଛି ତାହା ସେମାନଙ୍କୁ ଅବଗତ କରିବାକୁ ହେବ।
ଏହି ଲକ୍ଷ୍ୟ ରଖି ସରକାର ନାଗରିକମାନଙ୍କୁ ଅଧିତ୍କ ସ୍ବାଧୀନତା ଦେବା ଦରକାର। ସେମାନଙ୍କୁ ନିୟନ୍ତ୍ରକ ଏବଂ ସଞ୍ଚାଳକ କ୍ଷମତା କମ୍‌ ଦେଇ ପ୍ରେରକ ଏବଂ ସମନ୍ବୟକ ଭାବେ ରଖିତ୍ବା ଆବଶ୍ୟକ । କର୍ପୋରେଶନଗୁଡ଼ିକ ସେମାନଙ୍କ ପକ୍ଷରୁ ସ୍ପାରସ୍ପରିକ ବିଶ୍ୱାସକୁ ପ୍ରୋତ୍ସାହିତ କରିବା ଉପରେ ଯନତ୍ବାନ ହେବା ଉଚିତ। ଡିଜିଟାଲ ଟାନ୍ସମିଶନ ବା ପ୍ରସାରଣରେ ଅଧିତ୍ତ୍କ ନିବେଶ କରିବା ସହ କାର୍ଯ୍ୟ ସଂଗଠିତ କରିବା ପାଇଁ ନୂଆ ଉପାୟ ବାହାର କରିବା ଦରକାର। କହିବାକୁ ଗଲେ ସାମାଜିକ ପୁଞ୍ଜିର ଆଧାର ଉତ୍ତରଦାୟିତ୍ୱବୋଧ ଏବଂ ପରୋପକାରବାଦକୁ ସାହାଯ୍ୟ କରିବ। ଆଗକୁ ବିଶ୍ୱ ବହୁ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଥିବାରୁ ଏହାର ଆବଶ୍ୟକ ପଡ଼ିବ।
ଅର୍ଥନୀତିଜ୍ଞ;ଫେଲୋ-ସେଣ୍ଟର ଫର ଦି ଗଭର୍ନାନ୍ସ ଅଫ ଚେଞ୍ଜ ( ଆଇଇ ୟୁନିଭର୍ସିଟି, ମାଡ୍ରିଡ)


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?