ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ ମୋ ସହ କାମ କରିଥିବା ବ୍ୟକ୍ତିମାନେ ପରିବେଶ ପ୍ରତି ମୋ ଆଗ୍ରହକୁ ବଢ଼ାଇଛନ୍ତି। ମୋର ପ୍ରେରଣା ସେହି ଶିଶୁମାନଙ୍କଠାରୁ ମଧ୍ୟ ଆସିଛି, ଯେଉଁମାନେ ଆଖିରେ ଚମକ ସହ ଜଗତକୁ ଦେଖିଥାଆନ୍ତି।“ ଖୁବ୍‌ ଶାନ୍ତ ଭାବେ ଏଭଳି ବାକ୍ୟ ବ୍ୟକ୍ତ କରିଥିବା ବ୍ୟକ୍ତି ହେଉଛନ୍ତି ତାମିଲନାଡୁ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ସୁପ୍ରିୟା ସାହୁ। କେନିଆର ନାଇରୋବିଠାରେ ୧୦ ଡିସେମ୍ବରରେ ‘ଚାମ୍ପିୟନ୍ସ ଅଫ୍‌ ଦି ଆର୍ଥ ଆଓ୍ବାର୍ଡ-୨୦୨୫’ ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ସର୍ବବ୍ୟାପୀ ହୋଇଛି। ଉଲ୍ଲେଖଯୋଗ୍ୟ, ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଦ୍ୱାରା ୨୦୦୫ରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ସରକାରୀ, ବେସରକାରୀ ଓ ଭଦ୍ର ସମାଜ ମଧ୍ୟରୁ ଉତ୍ତମ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଉଚ୍ଚ ନେତୃବର୍ଗଙ୍କୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ଜଳବାୟୁ ନେତୃତ୍ୱ ବର୍ଗରେ ୨୦୨୫ ପାଇଁ ସୁପ୍ରିୟାଙ୍କୁ ଚୟନ କରାଯିବା ଲାଗି ପରିବେଶ ସୁରକ୍ଷା ଦିଗରେ ତାଙ୍କ ଗଭୀର ମନନଶୀଳତାକୁ ଶ୍ରେୟ ଦିଆଯାଉଛି। ଭାରତରେ ପ୍ରମୁଖ ପରିବେଶଗତ ଆହ୍ବାନର ମୁକାବିଲା ଦିଗରେ ସୁପ୍ରିୟାଙ୍କ ଅଗ୍ରଣୀ ତଥା ଦୀର୍ଘକାଳୀନ ନେତୃତ୍ୱ ପ୍ଲାଷ୍ଟିକ୍‌ ବର୍ଜନ ଓ ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଅଭିପ୍ରେତ ରହିଥିବାରୁ ତାଙ୍କ ପ୍ରଚେଷ୍ଟାକୁ ଏହି ପୁରସ୍କାର ଜରିଆରେ ସ୍ବୀକୃତି ଦିଆଯାଇଥିବା କୁହାଯାଉଛି।
୫୭ ବର୍ଷୀୟା ସୁପ୍ରିୟା ତାମିଲନାଡୁ ବାସିନ୍ଦା। ୧୯୯୧ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅନେକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଦୂରଦର୍ଶନର ମହାନିର୍ଦ୍ଦେଶିକା ରହିଥିବା ବେଳେ ସେ ଅନେକ ଶିକ୍ଷଣୀୟ କାର୍ଯ୍ୟକ୍ରମ ରୂପାୟନ କରି ସଂସ୍ଥାର ଅଭୂତପୂର୍ବ ରାଜସ୍ବ ବଢ଼ାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୁପ୍ରିୟା ବିଗତ ଚାରିବର୍ଷ ଧରି ତାମିଲନାଡୁର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି।
ମନଲାଖି ବିଭାଗ ମିଳିଥିବାରୁ ସେ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଦି ଦିଗରେ ବିଶେଷ ଆଗ୍ରହ ରଖିଛନ୍ତି। ପ୍ରକୃତି ପ୍ରତି ପ୍ରେମ ତାଙ୍କର ପିଲାଦିନରୁ ଆରମ୍ଭ ହୋଇଥିଲା। ବାପାଙ୍କ ଚାକିରି ପାଇଁ ସେ ଦେଶର ବିଭିନ୍ନ ପ୍ରାନ୍ତରେ ରହିବାର ସୁଯୋଗ ପାଇଥିଲେ। ତାଙ୍କ ପ୍ରୋଫାଇଲରୁ ପରିବାର ବିଷୟରେ ବିଶେଷ ତଥ୍ୟ ନ ଥିବାରୁ ଲେଖା ତାଙ୍କ ଉପରେ ମୁଖ୍ୟତଃ କେନ୍ଦ୍ରିତ। ସେ ହାତୀଙ୍କୁ ଅତି ଭଲପାଆନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସେମାନଙ୍କ ବିଷୟରେ ପୋଷ୍ଟ୍‌ରେ ଭର୍ତ୍ତି। ତାଙ୍କ ଅନ୍ବେଷଣ କହେ ହାତୀ ଆମକୁ ଅସୁବିଧାରୁ ତୁରନ୍ତ ରକ୍ଷା ପାଇବାର ଦକ୍ଷତା ବଢ଼ାଇବା, ପରିବାର ବନ୍ଧନ ଏବଂ ନେତୃତ୍ୱ ବିଷୟରେ ଶିକ୍ଷା ଦେଇଥାଏ।
ଅମଲାତନ୍ତ୍ରୀ ଭାବେ ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ହାସଲ କରିଥିବା ସୁପ୍ରିୟା ସାର୍ବଜନୀନ ଜୀବନରେ ଭାରତର ସମୃଦ୍ଧ ଜୈବବିବିଧତା ପ୍ରତି ବିଶେଷ ଆକର୍ଷିତ ହୋଇଛନ୍ତି।
ପ୍ଲାଷ୍ଟିକ୍‌ ଆବର୍ଜନା ଖାଉଥିବା ପଶୁଙ୍କୁ ଦେଖି ଆମ ଗ୍ରହ କିଭଳି ଦିନକୁ ଦିନ ଶ୍ୱାସରୁଦ୍ଧ ହୋଇଯାଉଛି, ତାହା ସୁପ୍ରିୟା ଅନୁଭବ କରିଛନ୍ତି। ନୀଳଗିରିର ଜିଲାପାଳ ଥିବା ସମୟରେ ଏହି ଦୃଶ୍ୟ ବାରମ୍ବାର ଦେଖିବା ପରେ ପରିବେଶ ସଚେତନତା ପ୍ରତି ବିଶେଷ ଆଗ୍ରହ ସୃଷ୍ଟି ହୋଇଥିଲା ବୋଲି ସେ କହିଥାଆନ୍ତି। ଜାତିସଂଘ ପକ୍ଷରୁ କୁହାଯାଇଛି ଯେ, ତାମିଲନାଡୁରେ ନିରନ୍ତର ଜଳବାୟୁ କାର୍ଯ୍ୟ, ପରିସଂସ୍ଥାନର ପୁନରୁଦ୍ଧାର ଏବଂ ସସ୍‌ଷ୍ଟେନେବଲ କୁଲିଂ ଇନୋଭେଶନ୍ସର ସ୍କେଲିଂରେ ତାଙ୍କର ଯୁଗାନ୍ତକାରୀ ନେତୃତ୍ୱ ତାଙ୍କୁ ପରିବେଶ ଓ ଜଳବାୟୁ ନୀତି ନିର୍ଦ୍ଧାରକ ଭାବେ ସ୍ବୀକୃତି ଦେଇଛି। ତାଙ୍କର କାର୍ଯ୍ୟ ଅନେକ ଲକ୍ଷ ଗ୍ରୀନ ଜବ୍ସ ସୃଷ୍ଟି କରିବା ସହ ତାମିଲନାଡୁକୁ ବିଜ୍ଞାନ ଆଧାରିତ, ସମ୍ପ୍ରଦାୟ ପରିଚାଳିତ ଜଳବାୟୁ ସହନଶୀଳତାର ଏକ ମଡେଲ ରାଜ୍ୟ ଭାବେ ସ୍ଥାପନ କରିଛି।
ସବୁଜଗୃହ ବାଷ୍ପ ହ୍ରାସ କରି ଶକ୍ତି ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ସୁପ୍ରିୟାଙ୍କ ପଦକ୍ଷେପ ଜଙ୍ଗଲ ଆଚ୍ଛାଦନ ବଢ଼ାଇଛି ଏବଂ ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିପାରିଥିବା କୁହାଯାଉଛି।
୨୦୦୦ ମସିହାରେ ସେ ନୀଳଗିରିରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ନିର୍ମୂଳ ଲକ୍ଷ୍ୟରେ ‘ଅପରେସନ ବ୍ଲୁ ମାଉଣ୍ଟେନ୍‌’ ଅଭିଯାନ ଆରମ୍ଭ କରିଥିଲେ। ପରେ ତାହା ଜନଆନ୍ଦୋଳନରେ ପରିଣତ ହୋଇଥିଲା। ଇତିମଧ୍ୟରେ ସେ ‘ତାମିଲନାଡୁ ଗ୍ରୀନ୍‌ କ୍ଲାଇମେଟ କମ୍ପାନୀ’ ବ୍ୟବସ୍ଥା କରିଛନ୍ତି। ଏହା ଅଣ-ଲାଭଦାୟକ ସଂସ୍ଥା ଭାବେ ଉପକୂଳ ସ୍ଥାୟିତ୍ୱ ବଜାୟ ରଖିବା ଦିଗରେ ଧ୍ୟାନ କେନ୍ଦ୍ରିତ କରି ସହରାଞ୍ଚଳ ତାପମାତ୍ରା ହ୍ରାସ ଓ ଥଣ୍ଡା ପରିବେଶ ଚାହିଦାକୁ ବୃଦ୍ଧି କରିବା ପାଇଁ ଅଭିପ୍ରେତ। ସେଭଳି ପ୍ରକଳ୍ପକୁ ସୁପ୍ରିୟା ପ୍ରୋତ୍ସାହନ ଦେଉଛନ୍ତି। ସେ ତାମିଲନାଡୁରେ ୧୦ କୋଟିରୁ ଅଧିକ ଚାରାରୋପଣ ଏବଂ ୬୫ଟି ନୂଆ ରିଜର୍ଭ ଫରେଷ୍ଟ ସୃଷ୍ଟି କରିବା ପ୍ରୟାସର ନେତୃତ୍ୱ ନେଇଛନ୍ତି। ରାଜ୍ୟରେ ହେନ୍ତାଳବଣ ଆଚ୍ଛାଦନ ଦୁଇଗୁଣିତ ହେବା, ୱେଟଲ୍ୟାଣ୍ଡ୍‌ ସଂଖ୍ୟା ୧ରୁ ୨୦କୁ ବଢ଼ିବା ଏବଂ ୬୦ ମିଲିୟନ ଡଲାରର ବିଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ପାଣ୍ଠି ଗଠନ ତାଙ୍କ ପରିବେଶୀୟ ନେତୃତ୍ୱର ସଫଳ ପରାକାଷ୍ଠା।
ବାସ୍ତବରେ ଜଣେ ଅମଲାତନ୍ତ୍ରୀ ଚାହିଁଲେ ପରିବେଶ ହେଉ ବା ସମାଜରେ କେତେ ବଡ଼ ପରିବର୍ତ୍ତନ ଆଣିପାରିବେ, ସୁପ୍ରିୟା ହେଉଛନ୍ତି ତାହାର ଶ୍ରେଷ୍ଠ ଦୃଷ୍ଟାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri