ପରିବେଶ ଓ ମା’

ଡ. ଅରୁନ୍ଧତୀ ଦେବୀ

 

ମାମାକୁ ତା’ ମା’ କହିଲେ, ‘ତୁ ଟିକେ ରୋଷେଇଘରୁ ଚିନି ଡବାଟା ଆଣିଲୁ’। ମାମା ଶୁଣିଲା ନାହିଁ। ପୁଣି ଥରେ ନିଜ କଣ୍ଠସ୍ବର ଉଚ୍ଚକରି କହିଲେ। ତଥାପି ମାମା ହୁଙ୍କିଲା ନାହିଁ। ଏଥର ଚିତ୍କାର କରି କହିଲେ, କିନ୍ତୁ ମାମା ଶୁଣି ନ ଶୁଣିଲା ପରି ଶୋଇବା ଘରକୁ ଚାଲିଗଲା। ଶେଷରେ ତା’ର ମା’ ମାମା ଚୁଟିଝିଙ୍କି ତା’ ପିଠିରେ ଦୁମ୍‌କିନା ବିଧାଟାଏ କଷିଦେଲେ। ମାମା ଜୋରରେ କାନ୍ଦିଲା। କିଛି ଉତ୍ତର ନ କଲେ ବି ମନମାରି ବସିଗଲା। ନା ପାଠ ପଢ଼ିଲା ନା ଆଉ କିଛି କାମ କଲା। ଏଥିରୁ ଜଣାପଡ଼ିଲା ମାମାର ମା’ ତାକୁ କେମିତି ଶିକ୍ଷା-ଦୀକ୍ଷା ବା ସଂସ୍କାର ଦେଇଛନ୍ତି ? ଅବଶ୍ୟ ତା’ମା’ଙ୍କୁ ସମ୍ପୂର୍ଣ୍ଣ ଦୋଷାରୋପ କରିବା ଠିକ୍‌ ନୁହେଁ। ମାମାର ଜନ୍ମଗତ ପ୍ରକୃତି ଏବଂ ସେ ରହୁଥିବା ପରିବେଶ ବି ଏଥିପାଇଁ ଦାୟୀ। କିନ୍ତୁ ଶିଶୁଟିର ବୋଧଶକ୍ତି ଆସିବା ଆରମ୍ଭରୁ ଯଦି ତା’ ମା’ତାକୁ କେତୋଟି ପ୍ରାଥମିକ ଚଳଣି, ବ୍ୟବହାର ଏବଂ ହାବଭାବ ଶିଖାନ୍ତି ତା’ହେଲେ ସେ ଅନ୍ତତଃ ସେସବୁକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତା।
ସ୍ନେହ ଦେଇ ଶିଶୁଙ୍କୁ ଆପଣାର କରିହୁଏ। କିନ୍ତୁ ସେହି ସ୍ନେହ ମାପିଚୁପି ବିତରଣ କରିବା ଉଚିତ। ପୁଣି ଭୟ ଦେଖାଇବା ଆଉ ଏକ ଅସ୍ତ୍ର, ଯାହା ମା’ ଶିଶୁଟିର ବେପରୁଆ ନୀତିକୁ ଲଗାମ ଲଗାଏ। ଏମିତିରେ ପ୍ରତିଟି କଥାରେ ଭଲ-ଖରାପ ବାଛି ଶିଶୁକୁ ସେ ବିଷୟରେ ସଚେତନ କରିବା ମା’ଙ୍କର ଗୁରୁଦାୟିତ୍ୱ। ତେବେ ଶିଶୁଟିର ଜନ୍ମଗତ ପ୍ରକୃତି ଯଦି ବେପରୁଆ ଜଣାପଡ଼େ, ମା’ ତା’ପ୍ରତି ଅଙ୍କୁଶ ଲଗାଇବା ବିଧେୟ। ଶିଶୁର କେତେକ ସ୍ବଭାବ ଭଲ ଅର୍ଥାତ୍‌ ଗଠନାତ୍ମକ ହୋଇଥିବାବେଳେ, କେତେକ ସ୍ବଭାବ ନକାରାତ୍ମକ ହୋଇଥାଏ। ତେବେ ନକାରାତ୍ମକ ସ୍ବଭାବରୁ ଶିଶୁକୁ ନିବୃତ୍ତ ରଖିବା ଉଚିତ। କେତେକ କ୍ଷେତ୍ରରେ ଶିଶୁର କିଛି ବଳବତ୍ତର ପ୍ରକୃତି ପରିଲକ୍ଷିତ ହୁଏ ଯାହା ତା’ର ମା’ଙ୍କୁ ଭଲ ଲାଗେ, ଖରାପ ବି ଲାଗେ। କାରଣ କିଛି ଅଶୋଭନୀୟ କଥାରେ ଯଦି ଶିଶୁ ଜିଦ୍‌ କରିବସେ ସେଥିରୁ ମା’ବାରଣ କରିଥା’ନ୍ତି। ଏତେବେଳେ ଶିଶୁ ଓ ମା’ମଧ୍ୟରେ ପାଚେରି ଗଢ଼ିଉଠେ। ପିଲା ଚାହେଁ ତାହା କରିବାକୁ; କିନ୍ତୁ ମା’ ତାକୁ ବାରଣ କରେ। ଧୀରେ ଧୀରେ ଶିଶୁ ଅନୁଭବ କରେ ତା’ ମା’ ତା’ର ବିରୋଧୀ। ତଥାପି ମା’ ସବୁ କଥାରେ ଆଦୌ ବୁଝାମଣା କରିବା ଅନୁଚିତ।
ପରିବେଶ ଅନୁସାରେ ପିଲାଟି କେତେକ ନ କରିବା କଥା କରିବସେ। ପୁଣି ପରିବେଶ ପ୍ରଭାବରେ ସେ ଉପସ୍ଥିତ ବୁଦ୍ଧିସମ୍ପନ୍ନ, ପ୍ରତ୍ୟୁପତ୍ନ୍ନମତି, ଚତୁର ଏବଂ ସାହସୀ ହୋଇଥାଏ। କେତେକ ବସ୍ତୁ, ବ୍ୟକ୍ତି ଏବଂ ଆଚାର ବ୍ୟବହାର ତାକୁ ଅନେକ କଥା ଜାଣିବାରେ ସାହାଯ୍ୟ କରେ। ଅନ୍ୟକୁ ଅନୁକରଣ କରିବା ପ୍ରାୟ ଶିଶୁଟି ଏଇ ପରିବେଶରୁ ହିଁ ଶିଖିଥାଏ। କିନ୍ତୁ ଏଇ ପରିବେଶ ବି ପିଲାଟିକୁ ବିପଥଗାମୀ କରାଏ। କାରଣ ପରିବେଶ ପ୍ରଭାବରେ ସେ ନିଜର ଉତ୍ତମ ସ୍ବଭାବ ଏବଂ ମା’ର ସୁଶିକ୍ଷାକୁ ଧୀରେ ଧୀରେ ଭୁଲିବାକୁ ବସେ। ଯେତେବେଳେ ସେ ସମ୍ପୂର୍ଣ୍ଣ ପରିବେଶର ସମର୍ଥକ ହୋଇଯାଏ, ସେତେବେଳେ ତାକୁ ସ୍ବପ୍ରକୃତି ବା ମା’ଙ୍କ ଶିକ୍ଷା-ଦୀକ୍ଷାରୁ ବିଚ୍ୟୁତ ହେବାକୁ ପଡ଼େ। ତେଣୁ ପିଲାଟିକୁ ପୂରାପୂରି ପରିବେଶର ଅଧୀନ କରିବା ଅନୁଚିତ। ବରଂ ତା’ର ଏକାକିତ୍ୱ ଅନୁଭବ ଦୂର କରିବାକୁ ପରିବେଶ ସହ କେବେ କେବେ ମିଶିବାର ସୁଯୋଗ ଦେବା ଠିକ୍‌। ଯଦି କୌଣସି ପରିବେଶରେ ପିଲାଟି ବିଶୃଙ୍ଖଳିତ, ବେପରୁଆ କି ବିପଥଗାମୀ ହୋଇଯାଉଛି, ତା’ହେଲେ ଯଥାଶୀଘ୍ର ତାକୁ ସେଠାରୁ ଦୂରେଇ ନିଅନ୍ତୁ। ପରିବେଶ ଯେ ପିଲାର ବିରୋଧୀ ହୁଏ ତା’ନୁହେଁ – ବେଳେ ବେଳେ ମା’ବାପାଙ୍କୁ ଯେଉଁ ପରିବେଶରେ ସୁହାଉ ନ ଥାଏ, ସେ ପରିବେଶରେ ପିଲାଟି ଖାପଖୁଆଇ ପାରେ। ପିଲାକୁ ଯେଉଁ ପରିବେଶରେ ରଖୁଛନ୍ତି ସେ ପରିବେଶର ସେ ସମର୍ଥକ କି ନୁହେଁ, ଅନୁଧ୍ୟାନ କରନ୍ତୁ। ନତୁବା ତାକୁ ସୁହାଉ ନ ଥିବା ପରିବେଶ ତା’ର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶରେ ଅନ୍ତରାୟ ହୋଇପାରେ। ଯେଉଁ ପିଲା ଯେପରି ହେବା କଥା ସେପରି ହେବ। ଅବଶ୍ୟ ଏଭଳି ଲୋକବିଶ୍ୱାସ ଭୁଲ୍‌ ନୁହେଁ। କାହିଁକିନା ମଫସଲ ଅଞ୍ଚଳରେ ରହି ପିଲାଟି ସେଠାକାର ଅନୁନ୍ନତ ପରିବେଶରେ ମଧ୍ୟ ନିଜାର ଶାରୀରିକ ଓ ମାନସିକ ବିକାଶ କରିପାରୁଛି। କିନ୍ତୁ ସହର ପରିବେଶରେ ସବୁ ପ୍ରକାର ସୁବିଧା ସୁଯୋଗ ପାଇ ବି ପିଲାମାନେ ସେମିତି କିଛି ଆଖିଦୃଶିଆ ଦିଗରେ ଓସ୍ତାଦ ହୋଇ ପାରୁନାହାନ୍ତି। ତେଣୁ ଯିଏ ଯେମିତି ହେବା କଥା ସେମିତି ହେବ କଥାଟି ଏଭଳି କ୍ଷେତ୍ରରେ ପ୍ରଯୁଯ୍ୟ। ପିଲାଟିର ଜନ୍ମଗତ ପ୍ରକୃତି, ପରିବେଶ ଓ ମା’ଙ୍କ ଯତ୍ନ ହିଁ ତାକୁ ପରିପୂର୍ଣ୍ଣ କରିପାରେ। ପିଲାର ମନସ୍ତତ୍ତ୍ୱକୁ ଠିକ୍‌ ଠିକ୍‌ ପଢ଼ନ୍ତୁ। ଏଥିପାଇଁ ମା’ ହିଁ ବେଶି ଦାୟୀ। ନ ହେଲେ ଆପଣଙ୍କ ସ୍ବପ୍ନ ସାକାର ହୋଇ ନ ପାରେ।
ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧୀ ଆନ୍ଦୋଳନ, କଟକ, ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri