ଉତ୍ସାହିତ ପ୍ରାର୍ଥୀ: ୧୪ ପରେ ଅସଲ ଲଢେଇ

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏପରି କି ପୌର ପରିଷଦର କାର୍ଯ୍ୟକାଳ ସମାପ୍ତର ଦୀର୍ଘ ୩ ବର୍ଷ ପରେ ପୌର ନିର୍ବାଚନ ହେଉଥିବାରୁ ପ୍ରତିଦ୍ୱନ୍ଦିତା ପାଇଁ ପ୍ରାର୍ଥୀ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଆସନ୍ତା ୯ରେ ପ୍ରାର୍ଥତ୍ପତ୍ର ଯାଞ୍ଚ ଏବଂ ୧୪ ତାରିଖ ସୁଦ୍ଧା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ପରେ ଅସଲ ଲଢେଇ ଆରମ୍ଭ ହେବ।

ଅନ୍ତିମ ଦିବସରେ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ପଦବୀ ପାଇଁ ବିଜେଡିର ରଞ୍ଜନା ପଣ୍ଡା, ଭାଜପାର ତନୟା ମିଶ୍ର, କଂଗ୍ରେସର ସସ୍ମିତା ଯୋଶୀ ଓ ସ୍ବାଧୀନ ଭାବେ ନୀଳିମା ପଟେଲ ଷଡଙ୍ଗୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୧୯ଟି ଓ୍ବାର୍ଡ ପାଇଁ ସମସ୍ତ ଦଳ ସମେତ ସ୍ବାଧୀନ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପାରୁ ଟିକେଟ ନ ପାଇ ପୂର୍ବତନ କାଉନସିଲର ଡା.ହିମାଂଶୁ ଶେଖର ଷଡଙ୍ଗୀଙ୍କ ସ୍ତ୍ରୀ ନୀଳିମା ପଟେଲ ଷଡଙ୍ଗୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ଭାଜପାର ତନୟା ମିଶ୍ର ଓ ୧୯ଟି ଓ୍ବାର୍ଡର କାଉନସିଲର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ସୁନ୍ଦରଗଡ଼ ପୌର କାର୍ଯ୍ୟାଳୟରେ ପହଞ୍ଚତ୍ ନାମାଙ୍କନପତ୍ର ଦାଖଲ କରିଥିଲେ।

ସେହିପରି ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀ ରଞ୍ଜନା ପଣ୍ଡା ଓ ୧୯ଟି ଓ୍ବାର୍ଡ଼ର କାଉନସିଲର ପ୍ରାର୍ଥୀମାନେ ଦଳର ବରିଷ୍ଠ ନେତୃବୃନ୍ଦ, କର୍ମୀ ଓ ସମର୍ଥକଙ୍କ ଗହଣରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଆସି ପୌର ନିର୍ବାଚନ ଅଧିକାରୀ ରୀତା ଡାଙ୍ଗଙ୍କଠାରେ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡିର ୧୯ଟି କାଉନସିଲର ପ୍ରାର୍ଥତ୍ନୀଙ୍କ ମଧ୍ୟରେ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ ଉପନଗରପାଳ ସୁମନ୍ତ କୁମାର ପଣ୍ଡା ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସୁମନ୍ତ କୁମାର ସାହୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। କଂଗ୍ରେସର ପୌରାଧ୍ୟକ୍ଷା ପ୍ରାର୍ଥିନୀ ଭାବେ ପୂର୍ବତନ କାଉନସିଲର ସସ୍ମିତା ଯୋଶୀ ଏବଂ ୧୯ଟି ଓ୍ବାର୍ଡ଼ର ପ୍ରାର୍ଥୀମାନେ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି। ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିବସ ସୁଦ୍ଧା ପୌରାଧ୍ୟକ୍ଷା ପଦବୀ ପାଇଁ ୬ଜଣ ଓ ୧୯ଗୋଟି ଓ୍ବାର୍ଡ ପାଇଁ ୭୬ଜଣ କାଉନସିଲର ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri