ଷ୍ଟକ୍‌ ବଜାରରେ ଉତ୍ସାହ; ୭୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତର ୪ ସେସନ ଧରି ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ଉଚ୍ଚରେ ରହିଛି। ବ୍ୟାଙ୍କିଙ୍ଗ୍‌, ମେଟାଲ ଏବଂ ମିଡିଆ ଷ୍ଟକ୍‌ କାରବାର ଉନ୍ନତ ହୋଇଥିବା ଜଣାପଡିଛି। ସେନ୍‌ସେକ୍ସ ୭୨୪ ପଏଣ୍ଟ ବା ୧.୭୮% ଊର୍ଦ୍ଧ୍ୱରେ ରହି ୪୧,୩୪୦ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୨୧୨ ପଏଣ୍ଟ ବା ୧.୭୮% ଉଚ୍ଚରେ ରହିବା ଯୋଗୁ ୧୨,୧୦୦ ପଏଣ୍ଟ ସ୍ତରରେ ରହିଛି। ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସୂଚକାଙ୍କର ସମସ୍ତ ଷ୍ଟକ୍‌ ଭଲ କାରବାର କରିଛି। ଏସ୍‌ବିଆଇ, ଟାଟା ଷ୍ଟିଲ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ବଜାଜ ଫିନସର୍ଭ, ଏଚ୍‌ସିଏଲ୍‌ ଟେକ୍‌ର ଶେୟାର କାରବାର ୫.୩% ଉଚ୍ଚରେ ରହିଛି। ସେହିଭଳି ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମର ନିଫ୍ଟି ମେଟାଲ, ମିଡିଆ, ବ୍ୟାଙ୍କ ଏବଂ ପିଏସ୍‌ୟୁ ବ୍ୟାଙ୍କ ଉପ-ସୂଚକାଙ୍କ ୪.୪୦ ବଢିଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି। ଫଳରେ ବିଶ୍ୱ ସ୍ତରର ଶେୟାର କାରବାର ବୃଦ୍ଧିପାଇଛି। ସେହିଭଳି ଏସ୍‌ବିଆଇର ଦ୍ୱିତୀୟ ତ୍ରୈମାସ ଫଳାଫଳ ଉନ୍ନତ ରହିବା ଯୋଗୁ ବ୍ୟାଙ୍କିଙ୍ଗ୍‌ ଷ୍ଟକ କାରବାର ଉନ୍ନତ ରହିଛି। ଏହାବାଦ ଆଇସିଆଇସିଆଇ ବ୍ୟାଙ୍କର ଲାଭ ଉଚ୍ଚରେ ରହିବା ଯୋଗୁ ଏନ୍‌ଏସ୍‌ଇର ବ୍ୟାଙ୍କିଙ୍ଗ ସୂଚକାଙ୍କ ୪ ସେସନ ଧରି ବୃଦ୍ଧି ଘଟିଛି। ଦେଶର ସେବା କ୍ଷେତ୍ର ୭ ମାସ ଧରି ହ୍ରାସ ହେବା ପରେ ଅକ୍ଟୋବରରେ ପୁଣି ଅଭିବୃଦ୍ଧି ପଥକୁ ଫେରିଛି। କୋଭିଡ୍‌ କଟକଣା ଉଠିବାରୁ ଏହାର ଲାଭ ବଜାର ଉପରେ ପଡିଛି। ଅକ୍ଟୋବରରେ ସର୍ଭିସ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ୫୪.୧%କୁ ବଢିଛି। ବ୍ରିଟେନର ଅର୍ଥ ବ୍ୟବସ୍ଥା କରୋନା ଲାଗି ବର୍ତ୍ତମାନ ମାନ୍ଦାବସ୍ଥା ସହ ଲଢୁଛି। ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଏକ ଆର୍ଥତ୍କ ପ୍ୟାକେଜ ଘୋଷଣା କରିବ ବୋଲି ଯୋଜନା କରୁଛି। ଏହା ମଧ୍ୟ ନିବେଶକଙ୍କ ମନୋଭାବ ଉପରେ ଉନ୍ନତ ପ୍ରଭାବ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri