ଷ୍ଟକ୍‌ ବଜାରରେ ଉତ୍ସାହ; ୭୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତର ୪ ସେସନ ଧରି ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ଉଚ୍ଚରେ ରହିଛି। ବ୍ୟାଙ୍କିଙ୍ଗ୍‌, ମେଟାଲ ଏବଂ ମିଡିଆ ଷ୍ଟକ୍‌ କାରବାର ଉନ୍ନତ ହୋଇଥିବା ଜଣାପଡିଛି। ସେନ୍‌ସେକ୍ସ ୭୨୪ ପଏଣ୍ଟ ବା ୧.୭୮% ଊର୍ଦ୍ଧ୍ୱରେ ରହି ୪୧,୩୪୦ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୨୧୨ ପଏଣ୍ଟ ବା ୧.୭୮% ଉଚ୍ଚରେ ରହିବା ଯୋଗୁ ୧୨,୧୦୦ ପଏଣ୍ଟ ସ୍ତରରେ ରହିଛି। ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସୂଚକାଙ୍କର ସମସ୍ତ ଷ୍ଟକ୍‌ ଭଲ କାରବାର କରିଛି। ଏସ୍‌ବିଆଇ, ଟାଟା ଷ୍ଟିଲ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ବଜାଜ ଫିନସର୍ଭ, ଏଚ୍‌ସିଏଲ୍‌ ଟେକ୍‌ର ଶେୟାର କାରବାର ୫.୩% ଉଚ୍ଚରେ ରହିଛି। ସେହିଭଳି ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମର ନିଫ୍ଟି ମେଟାଲ, ମିଡିଆ, ବ୍ୟାଙ୍କ ଏବଂ ପିଏସ୍‌ୟୁ ବ୍ୟାଙ୍କ ଉପ-ସୂଚକାଙ୍କ ୪.୪୦ ବଢିଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି। ଫଳରେ ବିଶ୍ୱ ସ୍ତରର ଶେୟାର କାରବାର ବୃଦ୍ଧିପାଇଛି। ସେହିଭଳି ଏସ୍‌ବିଆଇର ଦ୍ୱିତୀୟ ତ୍ରୈମାସ ଫଳାଫଳ ଉନ୍ନତ ରହିବା ଯୋଗୁ ବ୍ୟାଙ୍କିଙ୍ଗ୍‌ ଷ୍ଟକ କାରବାର ଉନ୍ନତ ରହିଛି। ଏହାବାଦ ଆଇସିଆଇସିଆଇ ବ୍ୟାଙ୍କର ଲାଭ ଉଚ୍ଚରେ ରହିବା ଯୋଗୁ ଏନ୍‌ଏସ୍‌ଇର ବ୍ୟାଙ୍କିଙ୍ଗ ସୂଚକାଙ୍କ ୪ ସେସନ ଧରି ବୃଦ୍ଧି ଘଟିଛି। ଦେଶର ସେବା କ୍ଷେତ୍ର ୭ ମାସ ଧରି ହ୍ରାସ ହେବା ପରେ ଅକ୍ଟୋବରରେ ପୁଣି ଅଭିବୃଦ୍ଧି ପଥକୁ ଫେରିଛି। କୋଭିଡ୍‌ କଟକଣା ଉଠିବାରୁ ଏହାର ଲାଭ ବଜାର ଉପରେ ପଡିଛି। ଅକ୍ଟୋବରରେ ସର୍ଭିସ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ୫୪.୧%କୁ ବଢିଛି। ବ୍ରିଟେନର ଅର୍ଥ ବ୍ୟବସ୍ଥା କରୋନା ଲାଗି ବର୍ତ୍ତମାନ ମାନ୍ଦାବସ୍ଥା ସହ ଲଢୁଛି। ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଏକ ଆର୍ଥତ୍କ ପ୍ୟାକେଜ ଘୋଷଣା କରିବ ବୋଲି ଯୋଜନା କରୁଛି। ଏହା ମଧ୍ୟ ନିବେଶକଙ୍କ ମନୋଭାବ ଉପରେ ଉନ୍ନତ ପ୍ରଭାବ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…

ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର...

୨ୟ ତ୍ରୈମାସକରେ ଜିଡିପି ଅଭିବୃଦ୍ଧି ୭.୬%

ନୂଆଦିଲ୍ଲୀ,୧।୧୨ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସକ (ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକ)ରେ ଦେଶର ଆର୍ଥିକ ଅଭିବୃଦ୍ଧି (ଜିଡିପି) ୭.୬% ରହିଛି। ଏପରିକି ଗତ...

ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ହିମାଳୟାନ ଉନ୍ମୋଚିତ: ଆକର୍ଷଣୀୟ ଡିଜାଇନିଂ ସହ ରହିଛି…

ନୂଆଦିଲ୍ଲୀ,୧।୧୨: ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ହିମାଳୟାନ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଅଧିକ ପାୱାର...

ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୧୨: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିଲା ଏବଂ ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ...

Tata Tech IPO Listing: ନିବେଶକ ହେଲେ ମାଲାମାଲ, ୧୪୦% ପ୍ରିମିୟମ ସହ ଲିଷ୍ଟିଂ ଟାଟା ଟେକ୍ନୋଲୋଜି

ମୁମ୍ବାଇ,୩୦ା୧୧: ଦେଶର ଅନ୍ୟତମ ସମ୍ମାନଜନକ ବ୍ୟବସାୟ ଗୋଷ୍ଠୀ ଟାଟା ଗ୍ରୁପର ଆଇପିଓ ଗୁରୁବାର ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦...

ଗୋଲ୍ଡ ଇଜ୍‌ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍‌

ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର...

ଏଆଇବିଇଏର ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବ୍ୟାଙ୍କ ଶିଳ୍ପରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ଦାବି କରାଯିବା ସହ ଠିକା ବା ଆଉଟସୋର୍ସିଂରେ ନିଯୁକ୍ତି ପ୍ରଦାନକୁ ନିଖିଳ...

ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୩୦।୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ କଟକର ବହୁ ପ୍ରତୀକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri