ଚନ୍ଦା କୋଚ୍ଚର, ସ୍ବାମୀଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭିଡିଓକନ ଋଣ ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ କରିଛି। ଚାର୍ଜଶିଟରେ ଭିଡିଓକନ ଗ୍ରୁପ୍‌ ପ୍ରମୋଟର ବେଣୁଗୋପାଳ ଧୂତଙ୍କ ସମେତ ଅନ୍ୟ ୭ ଜଣକ ନାମ ରହିଛି। ଚାର୍ଜଶିଟ୍‌କୁ ଇଡି ଅଦାଲତରେ ଦାଖଲ କରିଛି। ଏହି ମାମଲାରେ ଦୀପକ କୋଚ୍ଚରଙ୍କୁ ଚଳିତ ବର୍ଷ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲା ଦାଏର କରିବା ପରେ ଇଡି ଏହି ମାମଲା ଉପରେ ଅଧିକ ଖୋଳତାଡ କରିବା ଲାଗି ପ୍ରକ୍ରିୟା ଜାରି ହୋଇଥିଲା। ଚନ୍ଦା କୋଚ୍ଚର, ଦୀପକ କୋଚ୍ଚରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଆପରାଧିକ ମାମଲା ମଧ୍ୟ ରୁଜୁ କରାଯାଇଥିଲା।
୧୧ ନଭେମ୍ବରରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ ଗ୍ରୁପ୍‌କୁ ୧୮୭୫ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ୨୦୦୯ରୁ ୨୦୧୧ ମଧ୍ୟରେ ଏହି ଋଣ ଦିଆଯାଇଥିଲା। ବ୍ୟାଙ୍କ ପକ୍ଷରୁ ମୋଟ ୬ଟି ଋଣକୁ ମଞ୍ଜୁରୀ ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ବିଭିନ୍ନ ପ୍ରସଙ୍ଗକୁ ଅଣଦେଖା କରାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଏଭଳି ବିଭିନ୍ନ ପ୍ରମାଣ ଇଡି କୋର୍ଟଙ୍କ ସାମ୍ନାରେ ରଖିଛି। ଇଡି ବର୍ତ୍ତମାନ କୋଚ୍ଚରଙ୍କ ପରିବାରର ସମ୍ପତ୍ତିକୁ ଜବତ କରିଛି। ଚନ୍ଦା କୋଚ୍ଚର ସେହି ସମୟରେ ଋଣ ପ୍ରଦାନ କରୁଥିବା କମିଟିରେ ସାମିଲ ଥିଲେ। ଭିଡିଓକନ ଗ୍ରୁପ୍‌କୁ ଋଣ ପ୍ରଦାନ ଦ୍ୱାରା ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ କମ୍ପାନୀକୁ ଅର୍ଥ ରାଶି ମିଳିଥିବା ମଧ୍ୟ ତଦନ୍ତରୁ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri