ହାସିମୋଟୋ ଥାଇରଏଡିଟିସ୍‌ ରୋଗ ସହ ଲଢୁଛନ୍ତି ଅଭିନେତା ଅର୍ଜୁନ କପୁର

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ନିକଟରେ ତାଙ୍କ ଫିଲ୍ମ ‘ସିଙ୍ଘମ ଏଗେନ୍‌’ରେ ଖଳନାୟକ ଭୂମିକାରେ ନଜର ଆସି ଦର୍ଶକଙ୍କ ବହୁ ପ୍ରଶଂସା ସାଉଁଟିଛନ୍ତି। ତେବେ ସେ ଗତ କିଛି ଦିନ ହେବ ହାସିମୋଟୋ ଥାଇରଏଡିଟିସ୍‌ ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି ବୋଲି ଶନିବାର ଏକ ସାକ୍ଷାତ୍‌କାରରେ କହିଛନ୍ତି। ଅର୍ଜୁନ କହିଛନ୍ତି, ନିକଟରେ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେତେବେଳେ ସେ ନିଜକୁ ଏକୁଟିଆ ଅନୁଭବ କରୁଥିଲେ। ଗତ କିଛି ଦିନ ହେବ ସେ ଅନେକ ଶାରୀରିକ ସମସ୍ୟା ଦେଇ ଗତି କରିଛନ୍ତି। ଅପେକ୍ଷାକୃତ ମୋଟା ଥିବା ଭାବି ସେ ଅନେକ ବର୍ଷ ଧରି ମାନସିକ ଚାପରେ ରହୁଥିଲେ। ଏହି କାରଣରୁ ସେ ନିଜ ଖାଦ୍ୟ ପ୍ରତି ଠିକ୍‌ ଭାବେ ଧ୍ୟାନ ଦେବାକୁ ସକ୍ଷମ ହୋଇ ନ ଥିଲେ ଏବଂ ଶରୀରର ଯତ୍ନ ମଧ୍ୟ ଠିକ୍‌ସେ ନେଇପାରି ନ ଥିଲେ। ଏକ ଅଟୋଇମ୍ୟୁନ ବ୍ୟାଧି କାରଣରୁ ତାଙ୍କୁ ଏସବୁକୁ ସାମ୍‌ନା କରିବାକୁ ପଡ଼ିଥିଲା ବୋଲି ଅର୍ଜୁନ କହିଛନ୍ତି। ସେ କହିଛନ୍ତି, ତାଙ୍କଠାରେ ହାସିମୋଟୋ ଥାଇରଏଡିଟିସ୍‌ ନାମକ ଏକ ରୋଗର ଲକ୍ଷଣ ରହିଛି। ଏହି ରୋଗ ଯୋଗୁ ଶରୀରରେ ଥିବା ଆଣ୍ଟିବଡି ନିଜ ବିରୋଧରେ ଲଢ଼ିଥାଏ। ତାଙ୍କ ମା’ ଓ ଭଉଣୀଙ୍କର ମଧ୍ୟ ସମାନ ରୋଗ ଥିଲା ବୋଲି ଅର୍ଜୁନ କହିଛନ୍ତି। ସେ ଏବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଏହି ରୋଗର ଚିକିତ୍ସା ଚଳାଇଛନ୍ତି।

ହାସିମୋଟୋ ଥାଇରଏଡିଟିସ୍‌ ହେଉଛି ଏକ ଅଟୋଇମ୍ୟୁନ ଡିସ୍‌ଅର୍ଡର, ଯେଉଁଥିରେ ପ୍ରତିରକ୍ଷା ପ୍ରଣାଳୀ ଥାଇରଏଡ ଗ୍ରନ୍ଥି ଉପରେ ଆକ୍ରମଣ କରିଥାଏ ଏବଂ ସେଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ତେବେ ଚିହ୍ନଟ ହେବା ପରେ ଏହି ରୋଗର ଚିକିତ୍ସା ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri