ବାପା ହେଲେ ସିଦ୍ଧାର୍ଥ, ପତ୍ନୀ କିଆରା ଦେଲେ…

ମୁମ୍ବାଇ: ବାପା ହୋଇଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ପତ୍ନୀ ତଥା ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଉଭୟ ପିତାମାତା ହେବାକୁ ଯାଉଥିବା ପ୍ରଶଂସକଙ୍କୁ ଜଣାଇଥିଲେ।
ଫେବୃଆରୀ ୨୮ରେ ଗର୍ଭଧାରଣ ନେଇ ଘୋଷଣା କରି, କିଆରା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ଉଭୟେ ହାତରେ ଶିଶୁ ମୋଜା ଧରିଥିଲେ। ଫଟୋ ଶେୟାର କରି ସେ କ୍ୟାପ୍‌ଶନରେ ଲେଖିଥିଲେ, “ଆମ ଜୀବନର ସବୁଠାରୁ ବଡ ଉପହାର। ଶୀଘ୍ର ଆସୁଛି।“
ସିଦ୍ଧାର୍ଥ ଏବଂ କିୟାରା ୭ ଫେବୃଆରୀ ୨୦୨୩ ରେ ବିବାହ କରିଥିଲେ। ୨୦୨୧ ମସିହାରେ ଉଭୟଙ୍କର ‘ଶେରଶାହ’ ନାମକ ଏକ ଫିଲ୍ମ ରିଲିଜ ହୋଇଥିଲା। କୁହାଯାଏ ଯେ ଉଭୟଙ୍କ ପ୍ରେମ କାହାଣୀ ଏହି ଫିଲ୍ମର ଶେଟରୁ ଆରମ୍ଭ ହୋଇଥିଲା। ଏହି ଫିଲ୍ମରେ ମଧ୍ୟ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ହେଲେ ଦୁହେଁ ସେମାନଙ୍କ ସମ୍ପର୍କକୁ ଗୋପନ ରଖିଥିଲେ ଏବଂ ପରେ ବିବାହ କରିଥିଲେ।
କିଆରା ଆଡଭାନୀ ଖୁବ ଶୀଘ୍ର ହ୍ରିତିକ ରୋଶନଙ୍କ ସହ ‘ୱାର୍‌ ୨’ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କ ହାତରେ ଆଉ ଏକ ବଡ଼ ଫିଲ୍ମ ଥିଲା। ତାହା ହେଉଛି ଫରହାନ ଅଖତରଙ୍କ ‘ଡନ ୩’। ଏଥିରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ତାଙ୍କ ବିପକ୍ଷରେ କିଆରାଙ୍କୁ କାଷ୍ଟ କରାଯାଇଥିଲା। କିନ୍ତୁ ଗର୍ଭଧାରଣ ଯୋଗୁ କିଆରା ଏହି ଫିଲ୍ମ ଛାଡି ଦେଇଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ‘ଡନ ୩’ରେ କିଆରାଙ୍କ ସ୍ଥାନ ନେଇଛନ୍ତି କ୍ରିତି ସାନନ।

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri