ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହି ସମ୍ପତ୍ତିରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ମୁମ୍ବାଇର ଜୁହୁରେ ଥିବା ଏକ ଫ୍ଲାଟ୍‌ ମଧ୍ୟ ରହିଛି। ମହାରାଷ୍ଟ୍ର ପୋଲିସ ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ କରାଯାଇଥିବା ଏଫ୍‌ଆଇଆର୍‌ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି।

ପୁରା ମାମଲାଟି ଏଭଳି। ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ୯୭ କୋଟିର ସମ୍ପତ୍ତି ଇଡି ଗୁରୁବାର ଜବତ କରିନେଇଛି। ସେଥିରେ ଶିଳ୍ପାଙ୍କ ଫ୍ଲାଟ୍‌ ସହ ପୁଣେରେ ଥିବା ଅନ୍ୟ ସମ୍ପତ୍ତି ରହିଛି। ଏହାଛଡ଼ା ଏକ ବଙ୍ଗଳା ଏବଂ କୁନ୍ଦ୍ରାଙ୍କ ନାମରେ ଥିବା ଇକ୍ୱୁଟି ଶେୟାର ମଧ୍ୟ ଥିବା ଇଡି କହିଛି।

ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ତାଜା ବୟାନ ମୁତାବକ, ଇଡି ମୁମ୍ବାଇର ଜୋନାଲ କାର୍ଯ୍ୟାଳୟ(ପିଏମ୍‌ଏଲ୍‌ଏ),୨୦୦୨ର ନିୟମ ଅନୁଯାୟୀ କୁନ୍ଦ୍ରାଙ୍କ ଚଳଅଚଳ ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିନିଆଯାଇଛି। କୁନ୍ଦ୍ରା ଅନ୍ୟ ଲୋକଙ୍କ ସହ ମିଶି ଜନତାଙ୍କଠାରୁ ବିଟ୍‌କଏନ୍‌ ଭାବେ ପ୍ରତି ମାସରେ ୧୦%ର ରିଟର୍ନକୁ ନେଇ ମିଥ୍ୟ ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରିଛନ୍ତି। ଯାଞ୍ଚରେ ଜଣାପଡ଼ିଛି ଯେ ୟୁକ୍ରେନ୍‌ରେ ବିଟ୍‌କଏନ ମାଇନିଂ ଫାର୍ମ ସ୍ଥାପନ କରିବା ଲାଗି ବିଟକଏନ୍‌ ଘୋଟାଲାର ମାଷ୍ଟରମାଇଣ୍ଡ ଏବଂ ପ୍ରମୋଟର ଅମିତ ଭରଦ୍ୱାଜଙ୍କଠାରୁ ତାଙ୍କୁ ୨୮୫ ବିଟକଏନ୍‌ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌...

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri