ଚପଲ ପିନ୍ଧି ମଠକୁ ଯିବାରୁ ହତ୍ୟା

ଢେଙ୍କାନାଳ ଅଫିସ, ୧୨।୨: ଢେଙ୍କାନାଳ ଜିଲା ଗଁଦିଆ ଥାନା ମନ୍ଦାର ନିକଟ ରାସ୍ତାପାର୍ଶ୍ୱରେ ଥିବା ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ଗତ ବୁଧବାର ଘଟିଥିବା ବହୁ ଚର୍ଚ୍ଚିତ ଉଦ୍ଧବ ପାତ୍ର (୩୨) ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ଏଥିସହିତ ଖୋଲିଛି ୫୫ ବର୍ଷୀୟ ହତ୍ୟା ଅଭିଯୁକ୍ତ ମଠ ମହନ୍ତ ଦାଶରଥି ବେହେରାଙ୍କ ଆପରାଧିକ କାର୍ଯ୍ୟକଳାପର ଚିଠା। ୧୧ବର୍ଷ ତଳେ ନିଜର ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କରି ଦାଶରଥି ଫେରାର ହୋଇଯାଇଥିଲେ। ପରେ ସାଧୁବେଶ ଧରି ଲୋକଙ୍କ ବିଶ୍ୱାସ ସହିତ ଖେଳି ଚାଲିଥିଲେ। ଘଟଣା ଦିନ ଉଦ୍ଧବ ନିଶାସକ୍ତ ଅବସ୍ଥାରେ ଚପଲ ପିନ୍ଧି ମଠ ଭିତରକୁ ପ୍ରବେଶ କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦାଶରଥି ତାଙ୍କୁ ଏକ ଫୁଙ୍କନଳାରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲେ। ଉଦ୍ଧବ ହତ୍ୟା ଘଟଣା ପରେ ନରବଳିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଅମୁଳକ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ଭୁବନ ଏନ୍‌ଏସି ବାଜିଛକ ଅଞ୍ଚଳର ଉଦ୍ଧବ ଗଁଦିଆ ଏବଂ ଭୁବନ ଅଞ୍ଚଳରେ ବୁଲି ସ୍କ୍ରାପ୍‌ ସଂଗ୍ରହ କରି କବାଡ଼ିଆ ବ୍ୟବସାୟୀଙ୍କୁ ଯୋଗାଇ ଥାଆନ୍ତି। ସେ ଅଧିକାଂଶ ସମୟରେ ଶ୍ରୀଚୈତନ୍ୟ ଗୋସାଇଁ ମଠକୁ ଯିବାଆସିବା କରନ୍ତି। ଇତିମଧ୍ୟରେ ଅଭିଯୁକ୍ତ ଦାଶରଥିଙ୍କ ସହିତ ତାଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ତେବେ ଅନେକ ସମୟରେ ଉଦ୍ଧବ ଚପଲ ପିନ୍ଧି ମଠକୁ ପଶିଯାଉଥିଲେ, ଯାହାକୁ ନେଇ ମହନ୍ତଙ୍କ ସହିତ ତାଙ୍କର ଯୁକ୍ତତର୍କ ହେଉଥିଲା। ଘଟଣା ଦିନ ଉଦ୍ଧବ ନିଶାସକ୍ତ ଅବସ୍ଥାରେ ଚପଲ ପିନ୍ଧି ମଠକୁ ପଶିଯିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇ ବିବାଦ ଉଗ୍ରରୂପ ନେଇଥିଲା। ପ୍ରଥମେ ଉଦ୍ଧବ ମହନ୍ତଙ୍କ ମୁଣ୍ଡକୁ ଏକ ଶକ୍ତ ଆଘାତ ଦେଇଥିଲେ। ମଠ ପରିସରରେ ନିଜର ମୋପେଡ୍‌ (ନଂ. ଓଡି ୦୬ ଏଫ୍‌ ୫୬୭୬)ରେ ବସିଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ଦାଶରଥି ଏକ ଫୁଙ୍କନଳାରେ ଉଦ୍ଧବଙ୍କ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲେ। ତଳେ ପଡ଼ିଯିବା ପରେ ମୁଣ୍ଡକୁ ଛେଚି ପକାଇଥିଲେ। ଏକ କମଣ୍ଡଳୁରେ ତାଙ୍କ ମୁହଁକୁ ବାରମ୍ବାର ଆଘାତ କରିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ଉଦ୍ଧବଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଦାଶରଥି ନିଜକୁ ମଠର ଏକ ପ୍ରକୋଷ୍ଠରେ କଏଦ କରିଦେଇଥିଲେ। ସୂଚନା ପାଇ ସଦର ଏସ୍‌ଡିପିଓ ବିକାଶ ବେଉରା, ଗଁଦିଆ ଥାନାଧିକାରୀ ବିଷ୍ଣୁଚରଣ ବାରିକ ପୋଲିସ ଫୋର୍ସ ସହିତ ପହଞ୍ଚତ୍ କବାଟ ଭାଙ୍ଗି ଅଭିଯୁକ୍ତ ମହନ୍ତଙ୍କୁ ଉଦ୍ଧାର କରିଥିଲେ। ଡାକ୍ତରଖାନାରେ ମୁଣ୍ଡରେ ସୃଷ୍ଟି ହୋଇଥିବା କ୍ଷତର ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିଲା। ଜେରା ବେଳେ ସେ ଦୋଷ ସ୍ବୀକାର କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri