ଚପଲ ପିନ୍ଧି ମଠକୁ ଯିବାରୁ ହତ୍ୟା

ଢେଙ୍କାନାଳ ଅଫିସ, ୧୨।୨: ଢେଙ୍କାନାଳ ଜିଲା ଗଁଦିଆ ଥାନା ମନ୍ଦାର ନିକଟ ରାସ୍ତାପାର୍ଶ୍ୱରେ ଥିବା ଶ୍ରୀ ଚୈତନ୍ୟ ଗୋସାଇଁ ମଠରେ ଗତ ବୁଧବାର ଘଟିଥିବା ବହୁ ଚର୍ଚ୍ଚିତ ଉଦ୍ଧବ ପାତ୍ର (୩୨) ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ଏଥିସହିତ ଖୋଲିଛି ୫୫ ବର୍ଷୀୟ ହତ୍ୟା ଅଭିଯୁକ୍ତ ମଠ ମହନ୍ତ ଦାଶରଥି ବେହେରାଙ୍କ ଆପରାଧିକ କାର୍ଯ୍ୟକଳାପର ଚିଠା। ୧୧ବର୍ଷ ତଳେ ନିଜର ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କରି ଦାଶରଥି ଫେରାର ହୋଇଯାଇଥିଲେ। ପରେ ସାଧୁବେଶ ଧରି ଲୋକଙ୍କ ବିଶ୍ୱାସ ସହିତ ଖେଳି ଚାଲିଥିଲେ। ଘଟଣା ଦିନ ଉଦ୍ଧବ ନିଶାସକ୍ତ ଅବସ୍ଥାରେ ଚପଲ ପିନ୍ଧି ମଠ ଭିତରକୁ ପ୍ରବେଶ କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦାଶରଥି ତାଙ୍କୁ ଏକ ଫୁଙ୍କନଳାରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲେ। ଉଦ୍ଧବ ହତ୍ୟା ଘଟଣା ପରେ ନରବଳିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଅମୁଳକ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ଭୁବନ ଏନ୍‌ଏସି ବାଜିଛକ ଅଞ୍ଚଳର ଉଦ୍ଧବ ଗଁଦିଆ ଏବଂ ଭୁବନ ଅଞ୍ଚଳରେ ବୁଲି ସ୍କ୍ରାପ୍‌ ସଂଗ୍ରହ କରି କବାଡ଼ିଆ ବ୍ୟବସାୟୀଙ୍କୁ ଯୋଗାଇ ଥାଆନ୍ତି। ସେ ଅଧିକାଂଶ ସମୟରେ ଶ୍ରୀଚୈତନ୍ୟ ଗୋସାଇଁ ମଠକୁ ଯିବାଆସିବା କରନ୍ତି। ଇତିମଧ୍ୟରେ ଅଭିଯୁକ୍ତ ଦାଶରଥିଙ୍କ ସହିତ ତାଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ତେବେ ଅନେକ ସମୟରେ ଉଦ୍ଧବ ଚପଲ ପିନ୍ଧି ମଠକୁ ପଶିଯାଉଥିଲେ, ଯାହାକୁ ନେଇ ମହନ୍ତଙ୍କ ସହିତ ତାଙ୍କର ଯୁକ୍ତତର୍କ ହେଉଥିଲା। ଘଟଣା ଦିନ ଉଦ୍ଧବ ନିଶାସକ୍ତ ଅବସ୍ଥାରେ ଚପଲ ପିନ୍ଧି ମଠକୁ ପଶିଯିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇ ବିବାଦ ଉଗ୍ରରୂପ ନେଇଥିଲା। ପ୍ରଥମେ ଉଦ୍ଧବ ମହନ୍ତଙ୍କ ମୁଣ୍ଡକୁ ଏକ ଶକ୍ତ ଆଘାତ ଦେଇଥିଲେ। ମଠ ପରିସରରେ ନିଜର ମୋପେଡ୍‌ (ନଂ. ଓଡି ୦୬ ଏଫ୍‌ ୫୬୭୬)ରେ ବସିଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ଦାଶରଥି ଏକ ଫୁଙ୍କନଳାରେ ଉଦ୍ଧବଙ୍କ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲେ। ତଳେ ପଡ଼ିଯିବା ପରେ ମୁଣ୍ଡକୁ ଛେଚି ପକାଇଥିଲେ। ଏକ କମଣ୍ଡଳୁରେ ତାଙ୍କ ମୁହଁକୁ ବାରମ୍ବାର ଆଘାତ କରିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ଉଦ୍ଧବଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଦାଶରଥି ନିଜକୁ ମଠର ଏକ ପ୍ରକୋଷ୍ଠରେ କଏଦ କରିଦେଇଥିଲେ। ସୂଚନା ପାଇ ସଦର ଏସ୍‌ଡିପିଓ ବିକାଶ ବେଉରା, ଗଁଦିଆ ଥାନାଧିକାରୀ ବିଷ୍ଣୁଚରଣ ବାରିକ ପୋଲିସ ଫୋର୍ସ ସହିତ ପହଞ୍ଚତ୍ କବାଟ ଭାଙ୍ଗି ଅଭିଯୁକ୍ତ ମହନ୍ତଙ୍କୁ ଉଦ୍ଧାର କରିଥିଲେ। ଡାକ୍ତରଖାନାରେ ମୁଣ୍ଡରେ ସୃଷ୍ଟି ହୋଇଥିବା କ୍ଷତର ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିଲା। ଜେରା ବେଳେ ସେ ଦୋଷ ସ୍ବୀକାର କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri