୧୫ ରୁ ୧୬ ମଧ୍ୟରେ ନାମଲେଖା, ୧୭ରୁ ପାଠପଢା

ଭୁବନେଶ୍ବର,୧୨।୧୧(ବ୍ୟୁରୋ): ବିଏଡ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ୧୭ରୁ ପାଠପଢା ଆରମ୍ଭ ହେବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନାମଲେଖା ସମୟରେ ଛାତ୍ରୀଛାତ୍ର ଇଣ୍ଟିମେଶନ ଲେଟର ସହ ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବେ । ତେବେ ଏଗୁଡିକ ଉପରେ କଡା ପଦକ୍ଷେପ ଗ୍ରହଣ କରିବାକୁ ବିଏଡ ପାଠ୍ୟକ୍ରମ ଥିବା କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସୂଚନା ପ୍ରକାଶ ପାଇଛି। ବିଭାଗୀୟ ଅତିରିକ୍ତ ସଚିବ ରମାକାନ୍ତ ନାୟକ କହିଛନ୍ତି ଯେ, ଛାତ୍ରୀଛାତ୍ରଙ୍କ ଓରିଜିନାଲ ଡକ୍ୟୁମେଣ୍ଟ ତଥା ସାର୍ଟିଫିକେଟକୁ ଭଲ ଭାବେ ଯାଞ୍ଚ କରାଯିବା ଆବଶ୍ୟକ । ଡକ୍ୟୁମେଣ୍ଟ ଓ ଆପ୍ଲିକେଶନ ଫର୍ମରେ କିଛି ତ୍ରୁଟି ଥିଲେ ତୁରନ୍ତ ଶିକ୍ଷା ସେକ୍ସନକୁ ପଠାଇବାକୁ କଲେଜ ଅଧ୍ୟକ୍ଷକଙ୍କୁ କୁହାଯାଇଛି ।