ମନ ଜିଣୁଛି ତୋଷାଳି ମେଳା

ଭୁବନେଶ୍ୱର,୨୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଏବେ ରାଜଧାନୀବାସୀ ଶୀତୁଆ ସାକୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବେଶ୍‌ ଉପଭୋଗ କରୁଛନ୍ତି। ପରିବାର, ସାଙ୍ଗସାଥୀ ମେଳରେ ମେଳା ବୁଲୁଛନ୍ତି। କିଣାବିକା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ନିଆରା ଅନୁଭବ ଦେଉଛି। ଅନ୍ୟପଟେ ଭଳିକି ଭଳି ଖାଦ୍ୟର ବାସ୍ନା ସେମାନଙ୍କୁ ଫୁଡ୍‌କୋର୍ଟକୁ ଟାଣି ନେଉଛି। ଆକର୍ଷଣୀୟ ସାଜସଜ୍ଜା ସହ ଫଟୋ ଉଠାଇବାକୁ ସୁନ୍ଦର ସୁନ୍ଦର ସ୍ଥାନ ମନ ଜିଣୁଥିବାବେଳେ ଦିନକୁ ଦିନ ବେଶ୍‌ ଜମିବାରେ ଲାଗିଛି ତୋଷାଳି ମେଳା। ବୁଧବାର ମେଳାର ପଞ୍ଚମ ସାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର, ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ପ୍ରମୁଖ ଯୋଗଦେଇଥିଲେ। ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ପାଇଁ ଏହି ସା ସମର୍ପିତ ଥିଲା। ବରଗଡ଼ର ରବୀନ୍ଦ୍ର ସାହୁ ଓ ସାଥୀଙ୍କ ଦ୍ବାରା ଆଦି ଧୂନ, ସମ୍ବଲପୁର ଆଲୋକ ପଣ୍ଡା ଓ ସାଥୀଙ୍କ ଦ୍ବାରା ଘୁଙ୍ଗୁରର ଶବ୍ଦ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସେହିପରି ବଲାଙ୍ଗୀରର ଦୁଲ୍‌ଦୁଲି କଳା ପରିଷଦ ଦ୍ବାରା ଧାପ ନୃତ୍ୟ ଓ ବୌଦ୍ଧର ପ୍ରଣାମ ଅନୁଷ୍ଠାନ ଦ୍ବାରା ପଞ୍ଚରସି ଚୁଟ୍‌କୁଛୁଟା ବେଶ୍‌ ମନୋରଞ୍ଜନ କରିଥିଲା। ତେବେ ମେଳାରେ ମିଳୁଥିବା କିଛି ମନମତାଣିଆ ସାମଗ୍ରୀଠାରେ ଲୋକଙ୍କ ଭିଡ଼ ଲାଗି ରହିଥିଲା।

୨ଭଉଣୀଙ୍କ ଚକୋଲେଟ୍‌:

ଆଜିକାଲି ଚକୋଲେଟ୍‌ରୁ ବହୁତ ଭେରାଇଟି ଆସିଲାଣି। ସେହିଭଳି କିଛି ଭିନ୍ନ ଭେରାଇଟି ଆଣି ୨ଭଉଣୀ ମେଳାରେ ଚକୋଲେଟ ଷ୍ଟଲ ପକାଇଛନ୍ତି। ରୀତା ଆଉ ଶାନ୍ତି ନାମକ ୨ଭଉଣୀଙ୍କ ଷ୍ଟଲରେ ଭେରାଇଟି ଚକୋଲେଟ ମିଳୁଛି। ମିଲେଟ ଚକୋଲେଟ, ମିଲେଟ୍‌ ଆରିସା ଚକୋଲେଟ, କକୋନେଟ୍‌, ଡ୍ରାଏଫ୍ପିଟ୍ସ, ଜୱା ଚକେଲୋଟେ ଆଦି ରହିଛି। ଏଥି ସହିତ ମିଲେଟ୍‌ର ଚାହାପତି, ମିଲେଟ୍‌ ଗାର୍ଲିକ ବ୍ରେଡ୍‌ ଓ ବେକେରି ଆଇଟମ୍‌ର ମଧ୍ୟ ଚାହିଦା ରହିଛି।

ବାଉଁଶ ସାମଗ୍ରୀରେ ମନ ଲାଖୁଛି:
ବାଉଁଶରେ ଡାଲା, ଘରକରଣା, ପେନ୍‌ ଷ୍ଟାଣ୍ଡ ଆଦି ଜିନିଷ ତ ଆମେ ଆଗରୁ ଦେଖିଛନ୍ତି। ମାତ୍ର ସୁନ୍ଦର ସୁନ୍ଦର ଡିଜାଇନର ବାଉଁଶରୁ ପ୍ରସ୍ତୁତ ଚୁଡ଼ି ଦେଖି ମେଳାରେ ଥିବା ଏକ ଷ୍ଟଲରେ ଆଖି ଲାଖିଯାଉଥିଲା। ହାତକୁ ହାଲକା ଲାଗିବା ସହ ତା’ର ଡିଜାଇନ ଦେଖି ଅନେକ କିଣି ନେଉଥିବା ଦେଖିବାକୁ ମିଳିଥିଲା। ସେହିଭଳି ହେୟାରକ୍ଲିପ ମଧ୍ୟ ରହିଥିଲା। ଆସାମରୁ ଆସିଥିବା କ୍ରିଷ୍ଣା କାନ୍ତ ରାୟ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଏହି ପସରା ମେଲାଇଛନ୍ତି।

ଆଇ ଲଭ୍‌ ତୋଷାଳି

ତୋଷାଳି ବୁଲିଯିବ ଆଉ ‘ଆଇ ଲଭ୍‌ ତୋଷାଳି’ ପାଖେ ଫଟୋ ଉଠିବନି, ତାହା କିଭଳି ହେବ। ସାଙ୍ଗସାଥୀଙ୍କ ଗ୍ରୁପ୍‌ ଫଟୋ ତ ଆଉ କିଏ ଅନ୍ୟ ଜଣଙ୍କ ସିଙ୍ଗଲ ଫଟୋ, ମା’ ଟିଏ ତା’ର କୁନି ପୁଅକୁ ଏହି ସେଲ୍ଫି ପଏଣ୍ଟ ପାଖେ ଛିଡ଼ା କରାଇ ଫଟୋ ନେଉଥିବା ଦେଖିବାକୁ ମିଳିଥିଲା ତୋଷାଳି ମେଳାରେ। ଏଠି ମଧ୍ୟ ଭିଡ଼ କିଛି କମ୍‌ ନ ଥିଲା। କିଛି ଫଟୋ ଉଠାଇ ସାରିଲା ପରେ ଆଉ କିଛି ଫଟୋ ଉଠାଇବାକୁ ଅପେକ୍ଷା କରି ରହିଥିଲେ।

ମିଲେଟ୍‌ ସିଡ୍‌ କ୍ରାଫ୍ଟ

ଆଜିକାଲି କେତେ ପ୍ରକାର ଚିତ୍ରକଳା ଆସିଲାଣି। ମଞ୍ଜିରେ ବିଭିନ୍ନ ପ୍ରକାର ଚିତ୍ର ମେଳାରେ ଥିବା ଏକ ଷ୍ଟଲ୍‌ରେ ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରକାର ମିଲେଟ୍‌କୁ ବ୍ୟବହାର କରି ବରଗଡ଼ର ପାଇକମାଳରୁ ମଲ୍ଲିକା ସାହୁ ଓ ସୌରେନ୍ଦ୍ରୀ ଭୋଇ ଏହାକୁ ବନାଇଛନ୍ତି। ମାଣ୍ଡିଆ, ଗୁର୍ଜୀ,କୋଦୋ, ଚାଉଳ, ରକ୍ସି ଆଦିରେ ଏହି କ୍ରାଫ୍ଟ ବନାଯାଇଛି। ମହିଳାମାନେ ଚାଷକରି ଫେରୁଥିବାର ଛବି, ଫୁଲ, ଝୋଟି ଚିତ୍ର, ପଦ୍ମଫୁଲରେ ଜଗନ୍ନାଥ ଆଦି ଚିତ୍ର ସେମାନେ ମଞ୍ଜିରେ ତିଆରି କରିଥିଲେ।