Posted inଖେଳ

ଇଂଲଣ୍ଡର ବିଶ୍ୱ ରେକର୍ଡ

ରାଓ୍ବଲପିଣ୍ଡି (ପାକିସ୍ତାନ), ୨ା୧୨(ଏପି):ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ଭୂତାଣୁ ପ୍ରଭାବିତ ଇଂଲଣ୍ଡ ଆକ୍ରମଣାତ୍ମକ କ୍ରିକେଟ ଖେଳିଛି। ୪ଜଣ ବ୍ୟାଟ୍ସମ୍ୟାନଙ୍କ ଶତକ ସହାୟତାରେ ଦଳ ୫୦୬/୪ ସ୍କୋର କରି ଏକ ବିଶ୍ୱ ରେକର୍ଡ କରିଛି। ଜ୍ୟାକ୍‌ କ୍ରଲି ୧୨୨ ରନ କରିଥିବା ବେଳେ ବେନ୍‌ ଡକେଟ୍‌ ୧୦୭ ରନ କରିଛନ୍ତି। ଉଭୟେ ପ୍ରଥମ ଉଇକେଟ ପାର୍ଟନରଶିପ୍‌ରେ ଦ୍ରୁତ ୨୩୩ ରନ ସଂଗ୍ରହ କରିଛନ୍ତି। ଅନ୍ତିମ ସେସନରେ ଓଲି ପୋପ୍‌ ଓ ହ୍ୟାରି ବ୍ରୁକ୍‌ ସେମାନଙ୍କର ଶତକ ହାସଲ କରିଥିଲେ। ଦୁହେଁ ପାକିସ୍ତାନର ଅନଭିଜ୍ଞ ବୋଲିଂ ଆକ୍ରମଣକୁ ବେଖାତିର କରି ରନ ସଂଗ୍ରହ କରିଥିଲେ। ବ୍ୟାଡ୍‌ ଲାଇଟ ଯୋଗୁ ଗୁରୁବାର କେବଳ ୭୫ ଓଭର ଖେଳ ସମ୍ଭବ ହୋଇଥିଲା। ଇଂଲଣ୍ଡ ବ୍ୟାଟରମାନେ ୭୩ ଚୌକା ଓ ୩ ଛକା ଲଗାଇଥିଲେ।
କୌଣସି ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ୫୦୬/୪ ସ୍କୋର ହେଉଛି ସର୍ବାଧିକ। ପୂର୍ବରୁ ୧୯୧୦ରେ ସିଡ୍‌ନୀଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯୪/୬ ସ୍କୋର କରି ଅଷ୍ଟ୍ରେଲିଆ ଏହି ରେକର୍ଡର ଅଧିକାରୀ ଥିଲା। ଇଂଲଣ୍ଡ ଆହୁରି ମଧ୍ୟ ଦ୍ରୁତ ୫୦୦ରନ ସ୍କୋର କରିବାରେ ଦ୍ରୁତତ୍ତମ ଦଳ। ଫାଇନାଲ ସେସନରେ ପଦାର୍ପଣକାରୀ ଖେଳାଳି ସାଉଦ୍‌ ଶକିଲଙ୍କ ବୋଲିଂରେ ବ୍ରୁକ୍‌ ଗୋଟିଏ ଓଭରରେ ୬ ଚୌକା ଲଗାଇଥିଲେ। ସେ ୧୦୧ରନ କରି ଅପରାଜିତ ରହିଥିଲେ। ଭାଇରସ ସଂକ୍ରମଣରୁ ବେନ୍‌ ଷ୍ଟୋକ୍ସ ସୁସ୍ଥ ହୋଇ ନ ଥିବାରୁ ପୋପ୍‌ ଉଇକେଟକିପିଂ ଦାୟିତ୍ୱ ତୁଲାଇବେ। ଠିକଣା ସମୟରେ ଭୂତାଣୁରୁ ଆରୋଗ୍ୟ ଲାଗ କରିଥିବା ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ସେ ୧୫ ବଲ୍‌ରୁ ୩୪ ରନ କରି ଅପରାଜିତ ରହିଛନ୍ତି। ପାକିସ୍ତାନର ପ୍ରମୁଖ ବୋଲର ଶାହିନ ଆଫ୍ରିଦୀଙ୍କ ଅନୁପସ୍ଥିତିରେ ୩ ପଦାର୍ପଣକାରୀ ବୋଲର ହାରିସ୍‌ ରାଫ୍‌ ଓ ମହମ୍ମଦ ଅଲ (ଫାଷ୍ଟ ବୋଲର) ଏବଂ ଲେଗ୍‌ ସ୍ପିନର ମହମ୍ମଦ ଜାହିଦ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କେହି ପିଣ୍ଡି କ୍ରିକେଟ ଷ୍ଟାଡିୟମର ଘାସଶୂନ୍ୟ ପିଚ୍‌ରୁ କୌଣସି ଫାଇଦା ଉଠାଇ ପାରି ନ ଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୫୦୬/୪ (ଜ୍ୟାକ୍‌ କ୍ରଲି-୧୨୨, ଓଲି ପୋପ୍‌-୧୦୮, ବେନ୍‌ ଡକେଟ-୧୦୭, ହ୍ୟାରି ବ୍ରୁକ୍‌ -୧୦୧*; ଜାହିଦ ମେହେମୁଦ୍‌-୨/୧୬୦)।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri