Posted inଖେଳ

ଇଂଲଣ୍ଡର ୫୦ତମ ବିଜୟ

ମାଞ୍ଚେଷ୍ଟର, ୨୨।୭-
ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୧୩ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡର ଏହା ୧୫୯ ମ୍ୟାଚରୁ ୫୦ତମ ଟେଷ୍ଟ ବିଜୟ। ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫୧ ଟେଷ୍ଟରୁ ସର୍ବାଧିକ ୧୧୦ଟି ମ୍ୟାଚ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫୩ ମ୍ୟାଚରୁ ୬୪ତମ ବିଜୟ ହାସଲ କରିଛି। ଫଳରେ ଇଂଲଣ୍ଡ ପାଇଁ ଏହା ଥିଲା କୌଣସି ଦେଶ ବିପକ୍ଷରେ ତୃତୀୟ ସର୍ବାଧିକ ଟେଷ୍ଟ ବିଜୟ। ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୫ ମ୍ୟାଚରୁ ୪୮ ଓ ଭାରତ ବିପକ୍ଷରେ ୧୨୨ ମ୍ୟାଚରୁ ୪୭ ଟେଷ୍ଟ ବିଜୟ ହାସଲ କରିଛି।
ଓଲ୍ଡ ଟ୍ରାଫୋର୍ଡରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଦଳ କେବେହେଲେ ମ୍ୟାଚ ଜିତି ପାରିନାହିଁ। ମୋଟ ୯ଟି ଟେଷ୍ଟରେ ଏପରି ନିଷ୍ପତ୍ତି ହୋଇଥିବାବେଳେ ୭ଟି ମ୍ୟାଚ ଡ୍ର ରହିଛି ଏବଂ ଅବଶିଷ୍ଟ ୨ଟି ମ୍ୟାଚରେ ଦଳ ପରାଜିତ ହୋଇଛି। ଏଥର ଇଂଲଣ୍ଡ ନିକଟରୁ ଓ୍ବେଷ୍ଟଇଣ୍ଡିଜ ହାରିଛି। ୧୯୯୩ରେ ଅନୁଷ୍ଠିତ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଇଂଲଣ୍ଡ ହାରିଥିଲା। ଏଥିରେ ଶେନ ଓ୍ବର୍ନ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ପରାଜୟ ସ୍ବାଦ ଚଖାଇଥିଲେ।
ଟେଷ୍ଟର ଅନ୍ତିମ ଦିବସରେ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଏହାକୁ ମିଶାଇ ୬ ଥର ପରାଜିତ ହୋଇଛି। ଅର୍ଥାତ୍‌ ଦଳ ୪ର୍ଥ ଇନିଂସରେ ପୂରା ଗୋଟିଏ ଦିନ ଖେଳିବାକୁ ସକ୍ଷମ ହୋଇନାହିଁ। ପୂର୍ବରୁ ୧୯୬୩ରେ ଏଜବାଷ୍ଟନଠାରେ ଇଂଲଣ୍ଡଠାରୁ, ୨୦୦୧-୦୨ରେ କାଣ୍ଡିଠାରେ ଶ୍ରୀଲଙ୍କା, ୨୦୦୯ରେ ଆର୍ନୋସ ଭାଲେଠାରେ ବାଂଲାଦେଶ, ୨୦୧୪ରେ ବ୍ରିଜଟାଉନଠାରେ ନ୍ୟୁଜିଲାଣ୍ଡ ଏବଂ ୨୦୧୬ରେ ଗ୍ରସ୍‌ ଆଇସଲେଟ ଭାରତଠାରୁ ହାରିଥିବାବେଳେ ୨୦୨୦ରେ ମାଞ୍ଚେଷ୍ଟରଠାରେ ଇଂଲଣ୍ଡଠାରୁ ପରାଜିତ ହୋଇଛି।
ଘରୋଇ ପରିବେଶରେ ସାମ୍‌ କୁରାନ ଖେଳିଥିବା ଟେଷ୍ଟରେ ଇଂଲଣ୍ଡ ଶତପ୍ରତିଶତ ବିଜୟ ସଫଳତା ପାଇଛି। ଅର୍ଥାତ୍‌ ସେ ଖେଳିଥିବା ୮ଟି ଯାକ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଛି। ଏ କ୍ଷେତ୍ରରେ କୁରାନ ଘରୋଇ ମାଟିରେ ପ୍ରଥମ ୮ଟି ଟେଷ୍ଟ ଖେଳି ସବୁଥିରେ ବିଜୟୀ ହୋଇଥିବା ଇଂଲଣ୍ଡ କେନ୍‌ ବାରିଙ୍ଗଟନ, ଏମଜେକେ ସ୍ମିଥ, ଆଣ୍ଡ୍ର୍ୟୁ ଷ୍ଟ୍ରସ, ଗେରାଣ୍ଟ ଜୋନ୍ସ ଓ ଟିମ୍‌ ବ୍ରେସନାନ୍‌ଙ୍କ ସହ ସମକକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri