ଦ୍ୱିତୀୟ ଟେଷ୍ଟ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୦।୭- ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ୧୧୩ ରନରେ ପରାସ୍ତ କରିଛି। ୩୧୨ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୯୮ ରନରେ ଅଲଆଉଟ ହୋଇ ଯାଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ପହଞ୍ଚତ୍ଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟୀ ହୋଇଥିଲା।
ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୨୩ ରନ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସ ଭମଣକାରୀ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଜନ କ୍ୟାମ୍ପବେଲ ମାତ୍ର ୪ ରନ କରି ବ୍ରଡ୍‌ଙ୍କ ପ୍ରଥମ ଶିକାର ହୋଇଥିଲେ। ଫର୍ମରେ ଥିବା କ୍ରେଗ୍‌ ବ୍ରାଥଓ୍ବେଟଙ୍କ ୪ର୍ଥ ଇନିଂସରେ ଖରାପ ପ୍ରଦର୍ଶନ ଏଠାରେ ମଧ୍ୟ ଜାରି ରହିଥିଲା। ଚଳିତ ସିରିଜର ୨ଟି ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରି ସାରିଥିବା ଏହି ଓପନିଂ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ୨୩ ବଲ୍‌ରୁ ମାତ୍ର ୧୨ ରନ କରି କ୍ରିସ୍‌ ଓ୍ବକ୍ସଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଶାଇ ହୋପ୍‌ ୭ ଓ ନିର୍ଭରଯୋଗ୍ୟ ରଷ୍ଟନ ଚେଜ୍‌ ମାତ୍ର ୬ ରନ କରି ଆଉଟ ହେବାଦ୍ୱାରା ଭ୍ରମଣକାରୀ ଦଳର ବିପଦ ଆଶଙ୍କା ବଢ଼ି ଯାଇଥିଲା। ତେବେ ଶାମରା ବ୍ରୁକ୍ସ ଓ ଜର୍ମେନ ବ୍ଲାକ୍‌ଉଡ୍‌ ବ୍ୟକ୍ତଗତ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହ ୫ମ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ି ଓ୍ବେଷ୍ଟଇଣ୍ଡିଜ ପାଇଁ ଆଶା ସଞ୍ଚାର କରିଥିଲେ। ଏହି ଯୋଡ଼ିରେ ଠିକ୍‌ ୧୦୦ ରନ ଯୋଗ ହେବାପରେ ବ୍ଲାକ୍‌ଉଡ୍‌ଙ୍କୁ ଉଇକେଟ କିପର ଜୋସ ବଟଲରଙ୍କ ହାତରେ କ୍ୟାଚ କରାଇ ବେନ୍‌ ଷ୍ଟୋକ୍ସ ଘରୋଇ ଦଳକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ। ୮୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବ୍ଲାକ୍‌ଉଡ୍‌ ୮ ଚୌକା ସହ ୫୫ ରନ କରିଥିବାବେଳେ ଷ୍ଟୋକ୍ସଙ୍କ ଏକ ଶର୍ଟ ବଲ୍‌କୁ ଠିକ୍‌ଭାବେ ଖେଳି ନ ପାରି କଟ୍‌ ବିହାଇଣ୍ଡ ହୋଇ ଯାଇଥିଲେ। ଶେନ ଡୋରିଚ୍‌ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ଓ୍ବେଷ୍ଟଇଣ୍ଡିଜକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ପରେ ଧୈର୍ଯ୍ୟର ସହ ଖେଳୁଥିବା ବ୍ରୁକ୍ସଙ୍କୁ ଆଉଟ କରି ସାମ୍‌ କୁରାନ ଇଂଲଣ୍ଡର ବିଜୟ ସମ୍ଭାବନା ଦୃଢ଼ୀଭୂତ କରି ଦେଇଥିଲେ। ୧୩୬ ବଲ୍‌ ଖେଳିଥିବା ବ୍ରୁକ୍ସ ୪ ଚୌକା ଓ ୨ ଛକା ସହ ୬୨ ରନ କରିଥିଲେ। ଅଧିନାୟକ ଜାସନ ହୋଲ୍ଡର ୩୫ ରନ କରି ଆଉଟ ହେବାରୁ ଇଂଲଣ୍ଡ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା। ଇଂଲଣ୍ଡ ପକ୍ଷରୁ ବ୍ରଡ୍‌ ୩ଟି, କ୍ରିସ୍‌ ଓ୍ବକ୍ସ, ବେନ୍‌ ଷ୍ଟୋକ୍ସ ଓ ଓ ଡୋମିନିକ୍‌ ବେସ୍‌ ୨ଟି ଲେଖାଏ ଏବଂ ସାମ୍‌ କୁରାନ୍‌ ଗୋଟିଏ ଉଇକେଟ ନେଇଥିଲେ।


ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସକୁ ୧୨୯/୩ରେ ଘୋଷଣା କରିଥିଲା। ବଟଲର ଖାତା ଖୋଲିବା ପୂର୍ବରୁ ଏବଂ ଜ୍ୟାକ କ୍ରାଉଲେ ୧୧ ରନ କରି ଆଉଟ ହେବାରୁ ଇଂଲଣ୍ଡ ମାତ୍ର ୧୭ ରନରେ ୨ଟି ଉଇକେଟ ହରାଇଥିଲା। ତେବେ ଦ୍ରୁତ ହାରରେ ରନ ସଂଗ୍ରହ ରଣନୀତିରେ ପ୍ରଥମଥରପାଇଁ ଇନିଂସ ଓପନ କରିଥିବା ବେନ୍‌ ଷ୍ଟୋକ୍ସ ୫୭ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୭୮ ରନ କରି ଅପରାଜିତ ରହି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଷ୍ଟାକ୍ସ ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଜଣେ ଇଂଲଣ୍ଡ ଓପନରଭାବେ କମ୍‌ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାରେ ଏହା ଏକ ରେକର୍ଡ। ଅଧିନାୟକ ଜୋ ରୁଟ୍‌ ୨୨ କରି ରନଆଉଟ ହୋଇଥିବାବେଳେ ଓଲି ପୋପ୍‌ ୧୨ ରନରେ ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜର କେମର ରୋଚ୍‌ ୨ଟି ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୪୨ ରନ ମଧ୍ୟରେ ଶେଷ ୬ଟି ଉଇକେଟ ହରାଇଥିଲା। ଫଳରେ ଏକଦା ୪ ଉଇକେଟ ହରାଇ ୨୪୨ ରନ କରିଥିବା ଏହିଦଳ ୨୮୭ ରନରେ ଅଲଆଉଟ ହୋଇ ଯାଇଥିଲା। କ୍ରେଗ୍‌ ବ୍ରାଥଓ୍ବେଟ, ଶାମରା ବ୍ରୁକ୍ସ ଓ ରଷ୍ଟନ ଚେଜ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଦଳ ଫଲୋନ ଏଡ଼ାଇବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସ ୩ଟି ଲେଖାଏ, ସାମ୍‌ କୁରାନ ୨ଟି ଏବଂ ବେନ୍‌ ଷ୍ଟୋକ୍ସ ଓ ଡୋମିନିକ ବେସ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୪୬୯/୯ ଘୋଷଣା
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୨୮୭।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୨୯/୩(ଘୋଷଣା)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୧୯୮/ଅଲଆଉଟ(ବ୍ରୁକ୍ସ-୬୨, ବ୍ଲାକ୍‌ଉଡ-୫୫, ହୋଲ୍ଡର-୩୫, ବ୍ରଡ୍‌-୩/୪୨, ଓ୍ବକ୍ସ-୨/୩୪, ଷ୍ଟୋକ୍ସ-୨/୩୦, ବେସ୍‌-୨/୫୯, କୁରାନ-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri