ଦ୍ୱିତୀୟ ଟେଷ୍ଟ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୦।୭- ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ୧୧୩ ରନରେ ପରାସ୍ତ କରିଛି। ୩୧୨ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୯୮ ରନରେ ଅଲଆଉଟ ହୋଇ ଯାଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ପହଞ୍ଚତ୍ଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟୀ ହୋଇଥିଲା।
ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୨୩ ରନ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସ ଭମଣକାରୀ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଜନ କ୍ୟାମ୍ପବେଲ ମାତ୍ର ୪ ରନ କରି ବ୍ରଡ୍‌ଙ୍କ ପ୍ରଥମ ଶିକାର ହୋଇଥିଲେ। ଫର୍ମରେ ଥିବା କ୍ରେଗ୍‌ ବ୍ରାଥଓ୍ବେଟଙ୍କ ୪ର୍ଥ ଇନିଂସରେ ଖରାପ ପ୍ରଦର୍ଶନ ଏଠାରେ ମଧ୍ୟ ଜାରି ରହିଥିଲା। ଚଳିତ ସିରିଜର ୨ଟି ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରି ସାରିଥିବା ଏହି ଓପନିଂ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ୨୩ ବଲ୍‌ରୁ ମାତ୍ର ୧୨ ରନ କରି କ୍ରିସ୍‌ ଓ୍ବକ୍ସଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଶାଇ ହୋପ୍‌ ୭ ଓ ନିର୍ଭରଯୋଗ୍ୟ ରଷ୍ଟନ ଚେଜ୍‌ ମାତ୍ର ୬ ରନ କରି ଆଉଟ ହେବାଦ୍ୱାରା ଭ୍ରମଣକାରୀ ଦଳର ବିପଦ ଆଶଙ୍କା ବଢ଼ି ଯାଇଥିଲା। ତେବେ ଶାମରା ବ୍ରୁକ୍ସ ଓ ଜର୍ମେନ ବ୍ଲାକ୍‌ଉଡ୍‌ ବ୍ୟକ୍ତଗତ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହ ୫ମ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ି ଓ୍ବେଷ୍ଟଇଣ୍ଡିଜ ପାଇଁ ଆଶା ସଞ୍ଚାର କରିଥିଲେ। ଏହି ଯୋଡ଼ିରେ ଠିକ୍‌ ୧୦୦ ରନ ଯୋଗ ହେବାପରେ ବ୍ଲାକ୍‌ଉଡ୍‌ଙ୍କୁ ଉଇକେଟ କିପର ଜୋସ ବଟଲରଙ୍କ ହାତରେ କ୍ୟାଚ କରାଇ ବେନ୍‌ ଷ୍ଟୋକ୍ସ ଘରୋଇ ଦଳକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ। ୮୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବ୍ଲାକ୍‌ଉଡ୍‌ ୮ ଚୌକା ସହ ୫୫ ରନ କରିଥିବାବେଳେ ଷ୍ଟୋକ୍ସଙ୍କ ଏକ ଶର୍ଟ ବଲ୍‌କୁ ଠିକ୍‌ଭାବେ ଖେଳି ନ ପାରି କଟ୍‌ ବିହାଇଣ୍ଡ ହୋଇ ଯାଇଥିଲେ। ଶେନ ଡୋରିଚ୍‌ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିବା ଓ୍ବେଷ୍ଟଇଣ୍ଡିଜକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ପରେ ଧୈର୍ଯ୍ୟର ସହ ଖେଳୁଥିବା ବ୍ରୁକ୍ସଙ୍କୁ ଆଉଟ କରି ସାମ୍‌ କୁରାନ ଇଂଲଣ୍ଡର ବିଜୟ ସମ୍ଭାବନା ଦୃଢ଼ୀଭୂତ କରି ଦେଇଥିଲେ। ୧୩୬ ବଲ୍‌ ଖେଳିଥିବା ବ୍ରୁକ୍ସ ୪ ଚୌକା ଓ ୨ ଛକା ସହ ୬୨ ରନ କରିଥିଲେ। ଅଧିନାୟକ ଜାସନ ହୋଲ୍ଡର ୩୫ ରନ କରି ଆଉଟ ହେବାରୁ ଇଂଲଣ୍ଡ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା। ଇଂଲଣ୍ଡ ପକ୍ଷରୁ ବ୍ରଡ୍‌ ୩ଟି, କ୍ରିସ୍‌ ଓ୍ବକ୍ସ, ବେନ୍‌ ଷ୍ଟୋକ୍ସ ଓ ଓ ଡୋମିନିକ୍‌ ବେସ୍‌ ୨ଟି ଲେଖାଏ ଏବଂ ସାମ୍‌ କୁରାନ୍‌ ଗୋଟିଏ ଉଇକେଟ ନେଇଥିଲେ।


ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସକୁ ୧୨୯/୩ରେ ଘୋଷଣା କରିଥିଲା। ବଟଲର ଖାତା ଖୋଲିବା ପୂର୍ବରୁ ଏବଂ ଜ୍ୟାକ କ୍ରାଉଲେ ୧୧ ରନ କରି ଆଉଟ ହେବାରୁ ଇଂଲଣ୍ଡ ମାତ୍ର ୧୭ ରନରେ ୨ଟି ଉଇକେଟ ହରାଇଥିଲା। ତେବେ ଦ୍ରୁତ ହାରରେ ରନ ସଂଗ୍ରହ ରଣନୀତିରେ ପ୍ରଥମଥରପାଇଁ ଇନିଂସ ଓପନ କରିଥିବା ବେନ୍‌ ଷ୍ଟୋକ୍ସ ୫୭ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୭୮ ରନ କରି ଅପରାଜିତ ରହି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଷ୍ଟାକ୍ସ ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଜଣେ ଇଂଲଣ୍ଡ ଓପନରଭାବେ କମ୍‌ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାରେ ଏହା ଏକ ରେକର୍ଡ। ଅଧିନାୟକ ଜୋ ରୁଟ୍‌ ୨୨ କରି ରନଆଉଟ ହୋଇଥିବାବେଳେ ଓଲି ପୋପ୍‌ ୧୨ ରନରେ ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜର କେମର ରୋଚ୍‌ ୨ଟି ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୪୨ ରନ ମଧ୍ୟରେ ଶେଷ ୬ଟି ଉଇକେଟ ହରାଇଥିଲା। ଫଳରେ ଏକଦା ୪ ଉଇକେଟ ହରାଇ ୨୪୨ ରନ କରିଥିବା ଏହିଦଳ ୨୮୭ ରନରେ ଅଲଆଉଟ ହୋଇ ଯାଇଥିଲା। କ୍ରେଗ୍‌ ବ୍ରାଥଓ୍ବେଟ, ଶାମରା ବ୍ରୁକ୍ସ ଓ ରଷ୍ଟନ ଚେଜ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଦଳ ଫଲୋନ ଏଡ଼ାଇବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସ ୩ଟି ଲେଖାଏ, ସାମ୍‌ କୁରାନ ୨ଟି ଏବଂ ବେନ୍‌ ଷ୍ଟୋକ୍ସ ଓ ଡୋମିନିକ ବେସ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୪୬୯/୯ ଘୋଷଣା
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୨୮୭।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୨୯/୩(ଘୋଷଣା)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୧୯୮/ଅଲଆଉଟ(ବ୍ରୁକ୍ସ-୬୨, ବ୍ଲାକ୍‌ଉଡ-୫୫, ହୋଲ୍ଡର-୩୫, ବ୍ରଡ୍‌-୩/୪୨, ଓ୍ବକ୍ସ-୨/୩୪, ଷ୍ଟୋକ୍ସ-୨/୩୦, ବେସ୍‌-୨/୫୯, କୁରାନ-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri