Posted inଖେଳ

ପାକିସ୍ତାନକୁ ହରାଇଲା ଇଂଲଣ୍ଡ

ରାଓ୍ବଲପିଣ୍ଡି, ୬ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୭୪ରନରେ ଜିତିନେଇଛି। ସୋମବାର ମ୍ୟାଚର ୫ମ ତଥା ଅନ୍ତିମ ଦିବସରେ ପାକିସ୍ତାନ ହାତରେ ୮ ଉଇକେଟ ଥାଇ ବିଜୟ ପାଇଁ ୨୬୩ ରନ ଆବଶ୍ୟକ କରୁଥିଲା। ଦଳ କିନ୍ତୁ ଜେମ୍ସ ଆଣ୍ଡରସନ (୪/୩୬) ଓ ପ୍ଲେୟର ଅଫ୍‌ ଦି ମ୍ୟାଚ ଓଲି ରବିନସନ (୪/୫୦)ଙ୍କ ବୋଲିଂର ମୁକାବିଲା କରି ନ ପାରି ପୂର୍ବଦିନର ଅସମାପ୍ତ ସ୍କୋର ୮୦/୨ରୁ ଖେଳ ଆରମ୍ଭ କରିଥିବା ପାକିସ୍ତାନର ଦ୍ୱିତୀୟ ଇନିଂସ ୨୬୮ରନରେ ସୀମିତ ହୋଇଯାଇଥିଲା। ଫାଇନାଲ ସେସନ ଖେଳ ଆରମ୍ଭ ପୂର୍ବରୁ ପାକିସ୍ତାନର ସ୍କୋର ୨୫୭/୫ ରହିଥିଲା। ଚା’ପାନ ବିରତି ପରେ ଦଳର ଶେଷ ୫ ଉଇକେଟ ୧୧ରନରେ ପତନ ଘଟିଥିଲା। ଆଣ୍ଡରସନ ଓ ରବିନ୍‌ସନ ଉଭୟେ ପୁରୁଣା ବଲ୍‌ରେ ବିପକ୍ଷ ଦଳର କ୍ଷତି ଘଟାଇଥିଲେ। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆକ୍ରମଣାତ୍ମକ ଫିଲ୍‌ଡିଂ ସଜାଇଥିଲେ। ପାକିସ୍ତାନର ଅନ୍ୟତମ ପଦାର୍ପଣ ଖେଳାଳି ସାଉଦ୍‌ ଶକିଲ ଦଳ ପକ୍ଷରୁ ସର୍ବାଧିକ ୭୬ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୬୫୭ ରନ କରିଥିଲା। ଜବାବରେ ପାକିସ୍ତାନ ୫୭୯ ରନ କରି ୮୭ରନ ପଛୁଆ ରହିଥିଲା। ଘାସ ବିହୀନ ପିଚ୍‌ରେ ଉଭୟ ଦଳ ମୋଟ ୭ଜଣ ବ୍ୟାଟର ଶତକ ହାସଲ କରିଥିଲେ। ଚତୁର୍ଥ ଦିବସ ଖେଳରେ ଇଂଲଣ୍ଡ ମାତ୍ର ୩୫.୫ ଓଭରରେ ୨୬୪/୭ ସ୍କୋର କରି ଏହାର ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଫଳରେ ପାକିସ୍ତାନ ପାଇଁ ୪ଟି ସେସନରେ ୩୪୩ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୬୫୭
ପାକିସ୍ତାନ ପ୍ରଥମ ଇନିଂସ: ୫୭୯
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୨୬୪/୭, ଘୋଷଣା।
ପାକିସ୍ତାନ ଦ୍ୱିତୀୟ ଇନିଂସ: ୨୬୮/ଅଲଆଉଟ (ସାଉଦ ଶକିଲ-୭୬, ମହମ୍ମଦ ରିଜଓ୍ବାନ୍‌-୪୬, ଇମାମୁଲ ହକ୍‌-୪୮, ଆଝାର ଅଲି-୪୦; ଜେମ୍ସ ଆଣ୍ଡରସନ-୪/୩୬, ଓଲି ରବିନସନ-୪/୫୦)।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri