Categories: ଖେଳ

ଶତକୀୟ ମ୍ୟାଚ୍‌ରେ ରୁଟ୍‌ଙ୍କ ଶତକ

ଚେନ୍ନାଇ, ୫ା୨- ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଶୁକ୍ରବାର କ୍ୟାରିୟରର ଦୁଇ ଦୁଇଟି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ହିଁ ଅପରାଜିତ ଶତକୀୟ ପାଳି ଖେଳି କ୍ୟାରିୟରର ୧୦୦ତମ ଟେଷ୍ଟକୁ ସ୍ମରଣୀୟ କରିପାରିଛନ୍ତି ରୁଟ୍‌। ଏହି ୩୦ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନର ଓ୍ବାଶିଂଟନ ସୁନ୍ଦରଙ୍କ ବଲରେ ଏକ ସିଙ୍ଗଲ ରନ୍‌ ନେଇ ପୂରଣ କରିଥିଲେ କ୍ୟାରିୟରର ୨୦ ତମ ଟେଷ୍ଟ ଶତକ।

ରୁଟ୍‌ଙ୍କ ଇନିଂସ ଯୋଗୁ ପ୍ରଥମ ଦିନରେ ଘରୋଇ ଟିମ୍‌ ଇଣ୍ଡିଆ ଠାରୁ ଖୁବ୍‌ ଆଗରେ ଅଛି ଇଂଲଣ୍ଡ। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ଇଂଲଣ୍ଡ ୩ ଉଇକେଟ ହରାଇ ୨୬୩ ରନ୍‌ କରିଛି। ଅଧିନାୟକ ରୁଟ୍‌ ୧୨୮ ( ୧୪ ଚୌକା ଓ ଗୋଟିଏ ଛକା) ରନ୍‌ କରି ଅପରାଜିତ ଅଛନ୍ତି।

Share