Categories: ଖେଳ

ଧର୍ମଶାଳା ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଖେଳାଳିଙ୍କୁ ମିଳିଲା ୭ ଦିନିଆ ଛୁଟି

ରାଞ୍ଚି୨୬।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଆରମ୍ଭ ହେବ। ଏହାପୂର୍ବରୁ ଭ୍ରମଣକାରୀ ଦଳକୁ ୭ଦିନ ଛୁଟି ମିଳୁଛି। ଏହି ସମୟରେ ଖେଳାଳିମାନେ ଦୁଇ ଭାଗରେ ବିଭକ୍ତ ହୋଇ ଚଣ୍ଡିଗଡ଼ ଓ ବେଙ୍ଗାଲୁରୁରେ ଛୁଟି କଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସୋମବାର ଏଠାରେ ଚତୁର୍ଥ ଟେଷ୍ଟରେ ପରାଜିତ ହେବାପରେ ସିରିଜରେ ଇଂଲଣ୍ଡ ୧-୩ରେ ପଛୁଆ ରହିଛି। ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ମଧ୍ୟରେ ଲମ୍ବା ଛୁଟି ମିଳିଥିବା ବେଳେ ଇଂଲଣ୍ଡ ଦଳ ଆବୁଧାବିରେ ସମୟ ଅତିବାହିତ କରିଥିଲେ। ଏହା ପୂର୍ବରୁ ଜାନୁଆରୀ ୨୫ରେ ସିରିଜ ଆରମ୍ଭ ହେବା ପୂର୍ବରୁ ବେନ ଷ୍ଟୋକ୍‌ଙ୍କ ଦଳ ଆବୁଧାବିରେ କିଛି ଦିନ ଟ୍ରେନିଂ ନେଇଥିଲେ। ତେବେ ଖେଳାଳିମାନେ ଧର୍ମଶାଳା ଟେଷ୍ଟ ପୂର୍ବରୁ ଚଣ୍ଡିଗଡ଼ ଓ ବେଙ୍ଗାଲୁରୁରେ ଏକ ସପ୍ତାହ ଛୁଟି କଟାଇବା ଲାଗି ସ୍ଥିର କରିଛନ୍ତି। ଏହି ସମୟରେ ସେମାନେ ନେଟ୍ସ କରିବେ ନାହିଁ। ୫ମ ଟେଷ୍ଟ ଆରମ୍ଭ ହେବାରୁ ୩ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୪ ପୂର୍ବରୁ ଇଂଲଣ୍ଡ ଖେଳାଳିମାନେ ଧର୍ମଶାଳାରେ ପହଞ୍ଚତ୍ୟିବେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପ୍ରକାଶ କରିଛି।

Share