Categories: ଖେଳ

ଇଂଲଣ୍ଡ- ପାକିସ୍ତାନ ପ୍ରଥମ ଟି୨୦ ମୁକାବିଲା

ମାଞ୍ଚେଷ୍ଟର, ୨୮।୮: ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ୧-୦ରେ ବିଜୟୀ ହୋଇ ଇଂଲଣ୍ଡ ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରଜରେ ବାଜି ମାରିଛି। ଏହି ସଫଳତାକୁ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଟି୨୦ ସିରିଜରେ ଦୋହରାଇବାକୁ ପ୍ରୟାସ କରିବ। ଘରୋଇ ପରିବେଶରୁ ମଧ୍ୟ ଫାଇଦା ଉଠାଇବା ଲକ୍ଷ୍ୟରେ ଇଂଲଣ୍ଡ ରହିଛି। ଅନ୍ୟପଟେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପାକିସ୍ତାନ ଟେଷ୍ଟ ସିରିଜରେ ପରାଜୟ ବରଣ କରିଛି। ଏହାକୁ ପାକିସ୍ତାନ ସହଜରେ ଗ୍ରହଣ କରି ନାହିଁ। ତେଣୁ ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ଟି୨୦ରେ ନେବାକୁ ଚାହିଁବ ପାକିସ୍ତାନ।
କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଜୈବ ସୁରକ୍ଷିତ ପରିବେଶରେ ଏହି ଟି୨୦ ସିରିଜ ଆୟୋଜନ ହେବ। ଆଗାମୀ ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏହି ସିରିଜ୍‌ରେ ଉଭୟ ଦଳ ପରୀକ୍ଷା ନିରୀକ୍ଷା କରିବେ ବୋଲି ଆଶା କରାଯାଉଛି। ମ୍ୟାଚ୍‌ରେ ବର୍ଷା ହେବାର ସମ୍ଭାବନା ରହିଛି। ବ୍ୟାଟିଂ ପାଇଁ ମାଞ୍ଚେଷ୍ଟରର ଏହି ପିଚ୍‌ ବେଶ୍‌ ଅନୁକୂଳ। ଉଇକେଟ ଫ୍ଲାଟ ଥିବାରୁ ଛକା ଓ ଚୌକାର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି। ପ୍ରଥମେ ବ୍ୟାଟିଂ କରି ୧୬୦ ରନ ସଂଗ୍ରହ କରିପାରିଲେ ଏହା ପ୍ରତିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବ। ଉଭୟ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ଦୃଢ ରହିଛି। ତେବେ ଏହା ସତ୍ତ୍ୱେ ଦୁଇ ଦଳ ବ୍ୟାଟିଂ କୋଲାପ୍ସ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମହମ୍ମଦ ଆମୀରଙ୍କ ନେତୃତ୍ୱରେ ପାକିସ୍ତାନ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି। ତେବେ ଘରୋଇ ପରିବେଶରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଭ୍ରମଣକାରୀ ଦଳ ପାଇଁ ବିପଦ ସୃଷ୍ଟି କରିବେ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲୀ, ଜନୀ ବେୟାରଷ୍ଟୋ, ଟମ୍‌ ବାଣ୍ଟନ, ସାମ ବିଲିଙ୍ଗ୍ସ (ଉଇକେଟକିପର), ଟମ୍‌ କୁରାନ, ଜୋନ ଡେନ୍‌ଲୀ, ଲୁଇସ୍‌ ଗ୍ରେଗୋରୀ, କ୍ରିସ୍‌ ଜୋର୍ଡାନ, ସାକିବ ମେହମୁଦ, ଡଓ୍ବେିଡ୍‌ ମଲାନ, ଆଦିଲ ରସିଦ୍‌ ଓ ଡେଭିଡ୍‌ ଓ୍ବିଲି।
ପାକିସ୍ତାନ ଦଳ: ବାବର ଆଜମ (ଅଧିନାୟକ), ଫକାର ଜମାନ, ହାଇଦର ଅଲୀ, ହାରିସ୍‌ ରୌଫ୍‌, ଆବିଦ୍‌ ଅଲୀ, ଅସାଦ ସାଫିକ, ଅଝାର ଅଲୀ, ଫାହିମ୍‌ ଆଶ୍ରଫ୍‌, ଇଫ୍‌ତିକାର ଅହମ୍ମଦ, ଇମାଦ ଓ୍ବାସିମ, ଇମାମ୍‌- ଉଲ- ହକ୍‌, ଖୁଶଦିଲ ଶାହ, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନେନ୍‌, ମହମ୍ମଦ ରିଜଓ୍ବାନ, ମହମ୍ମଦ ଆମୀର, ନସିମ ଶାହା, ସର୍ଫରାଜ ଅହମ୍ମଦ, ସଦାବ ଖାନ, ଶାହିନ ଶାହ ଆଫ୍ରିଦି, ସୋଏବ ମଲିକ, ଓ୍ବାହାବ୍‌ ରିଆଜ୍‌।
ସ୍ଥାନ: ଓଲ୍ଡ ଟ୍ରାଫୋର୍ଡ, ମଞ୍ଚେଷ୍ଟର
ସମୟ: ରାତି ୧୦.୩୦
ପ୍ରସାରଣ: ସୋନୀ ସିକ୍ସ

Share