Categories: ଖେଳ

୧୮୬ ରନ୍‌ କଲେ ସିରିଜ୍‌ ଜିତିବ ଇଂଲଣ୍ଡ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଭାରତୀୟ ଦଳ। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପୂରା ୨୦ ଓଭରରେ ୮ ଉଇକେଟ ହରାଇ ୧୮୫ ରନ୍‌ କରିଛି। ସୂର୍ଯ୍ୟ ସର୍ବାଧିକ ୫୭ ରନ୍‌ କରିଥିବାବେଳେ ତାଙ୍କୁ ଶ୍ରେୟାସ ଆୟାର (୩୭) ଓ ରିଷଭ ପନ୍ତ (୩୦) ଉପଯୁକ୍ତ ସହାୟତା ଦେଇଥିଲେ। ଭ୍ରମଣକାରୀ ବୋଲରଙ୍କ ମଧ୍ୟରେ ସବୁଠୁ ଘାତକ ସାବ୍ୟସ୍ତ ହୋଇଥିଲେ ଜୋଫ୍ରା ଆର୍ଚ୍ଚର। ସେ ୪ ଉଇକେଟ ହାତେଇଥିଲେ।

Share