Categories: ଖେଳ

ବେନ୍‌ ଷ୍ଟୋକ୍ସଙ୍କ ଦିନିକିଆରେ ପ୍ରତ୍ୟାବର୍ତ୍ତନ ଉପରେ ଆଜି ଘୋଷଣା କରିବ ଇଂଲଣ୍ଡ

ଲଣ୍ଡନ,୧୬।୮: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପୂର୍ବରୁ ଇଂଲଣ୍ଡ ଦଳରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଚର୍ଚ୍ଚା ଚାଲିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଶ୍ୱକପ ପାଇଁ ଦିନିକିଆ ଅବସରରୁ ଷ୍ଟୋକ୍ସ ବାହାରକୁ ଆସିପାରନ୍ତି। ତଥାପି, ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆଜି ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ସୂଚନା ଦିଆଯିବ।

୨୦୨୨ରେ ଷ୍ଟୋକ୍ସ ଦିନିକିଆ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ବିଶ୍ୱକୁ ଧ୍ୟାନରେ ରଖି ତାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଆଲୋଚନା ହେଉଛି। ୨୦୧୯ ଦିନିକିଆ ବିଶ୍ୱକପରେ ଇଂଲଣ୍ଡକୁ ଚାମ୍ପିୟନ କରିବାରେ ଷ୍ଟୋକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Share