Categories: ଖେଳ

ଟି୨୦ ସିରିଜରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୨।୧୨: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌କୁ ୯ ଉଇକେଟରେ ଅତି ସହଜରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ କ୍ଲିନ ସୁଇପ୍‌ କରିଛି ଭ୍ରମଣକାରୀ ଇଂଲଣ୍ଡ। ହାଇ ସ୍କୋରିଂ ଟି୨୦ ମ୍ୟାଚ୍‌ରେ ଡେଭିଡ ମଲାନ ନିଜ ଭୁଲ ଯୋଗୁ ମାତ୍ର ୧ ରନ୍‌ରେ ଶତକରୁ ବଞ୍ଚିତ ହୋଇଥିଲେ, ଯାହାକି ମ୍ୟାଚ୍‌ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୯୧ ରନ କରିଥିଲା। ଦଳ ତରଫରୁ ରାସି ଭାନ୍‌ ଡେର ଡୁସେନ ୭୪ (୫ ଲେଖାଏ ଚୌକା ଓ ଛକା) ଏବଂ ଫାଫ୍‌ ଡୁପ୍ଲେସି ୫୨ ରନ (୫ ଚୌକା ଓ ୩ ଛକା) କରିଥିଲେ। ଦୁହେଁ ୬୩ ବଲରେ ଯୋଡ଼ି ଥିଲେ ୧୨୭ ରନ। ବୋଲିଂରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ୨ ଓ କ୍ରିସ ଜୋର୍ଡାନ ଗୋଟିଏ ଉଇକେଟ ହାସଲ କରିଥିଲେ। ୧୯୨ ରନ୍‌ର ବଡ଼ ଟାଗେର୍ଟକୁ ସାଧାରଣ କରି ଦେଇଥିଲେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନମାନେ । ଇଂଲଣ୍ଡ ୧୭.୪ ଓଭରରେ ମାତ୍ର ଏକ ଉଇକେଟ କ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଓପନର ମଲାନ ୨୦୦ରୁ ଅଧିକ ଷ୍ଟ୍ରାଇକରେଟ୍‌ରେ ୯୯ (୧୧ ଚୌକା ଓ ୫ ଛକା) ଓ ଜୋସ ବଟଲର ୩ ଚୌକା ଓ ୫ ଛକା ବଳରେ ୬୭ ରନ କରିଥିଲେ। ଇଂଲଣ୍ଡ ଖେଳିଥିବା ଗତ ୮ ଟି୨୦ ସରିଜ୍‌ ମଧ୍ୟରୁ ଏହା ଦଳର ୭ମ ସିରିଜ୍‌ ବିଜୟ। ଦୁଇ ବର୍ଷ ତଳେ ଭାରତ ବିପକ୍ଷରେ ଅନ୍ତିମ ଟି୨୦ ସିରି ହାରିଥିଲା ଇଂଲଣ୍ଡ।

Share